ପରମ୍ପରାରେ ବୋଇତ ବନ୍ଦାଣ ମହୋତ୍ସବ 


ଡକ୍ଟର ଲକ୍ଷ୍ମଣ ସାହୁ  : ପୌରାଣିକ ତଥ୍ୟ ଅନୁଯାୟୀ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହିଛନ୍ତି , “ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଓ ତୀର୍ଥମାନଙ୍କ ମଧ୍ୟରେ ବଦ୍ରିକାଧାମ ଶ୍ରେଷ୍ଠ ଅଟେ  । ସେଭଳି 
“ନାଁ କାର୍ତ୍ତିକ ସମୋ ମାସୋ
ନ କୃତେନ ସମଂ ଯୁଗମ୍ବ,
ନ ବେଦ ସଦୃଶଂ ଶାସ୍ତ୍ରଂ
ନ ତୀର୍ଥଂ ଗଙ୍ଗାୟା ସମମ୍” ।
 ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ  । କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ  । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ  । ଉକôଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି  । ପ୍ରାଚୀନ ଉକôଳ ତଥା କଳିଙ୍ଗର ସେହି ଅତୀତ ଗୌରବଗାଥାକୁ ମନେପକାଇବା ପାଇଁ ବନମାଳୀପୁର, ନିଆଳି, ନୟାହାଟ ଓ କାକଟପୁର  କୌଳିକ ବେଶ୍ୟ ସମାଜ ବୋଇତ ବନ୍ଦାଣ ଉସôବ ପାଳନ କରିଆସୁଛି  । ଏହି କାର୍ଯ୍ୟକ୍ରମ ପାରାଦୀପ , ବ୍ରହ୍ମପୁର , ଚିଲିକା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୋଇଆସୁଛି  । 
  ଆଦିକବି ଶୂଦ୍ରମୁନି ସାରଳା ତାଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  । ଏହିପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରେ ଦର୍ଶାଯାଇଛି ଯେ,କାର୍ତ୍ତିକ ମାସରେ ମୃତୁ୍ୟବରଣ କଲେ ବୈକୁଣ୍ଠ ପ୍ରାପ୍ତି ଘଟେ  । ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ  । ଏହି ମାସରେ ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ କରି ଦେବ ଦର୍ଶନ ସହିତ ନଗର ସଂକୀର୍ତ୍ତନ  କରିଥାନ୍ତି  । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ  । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ପୂଜା କରିଥାନ୍ତି  । 
କୁହାଯାଏ ଯେ ଏହି ପାଞ୍ଚଦିନ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ  । ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ  । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ  । କିନ୍ତୁ ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ ହୋଇ ଆସୁଅଛି  । ଏହି ଦିନ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ୟାପନ କରିଥାନ୍ତି  । ଏହି ମାସରେ ବିଧବାମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି  । ତୁଳସୀ ବୃକ୍ଷକୁ ଏହି ମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଇ ଆକାଶଦୀପ ଦିଆଯାଏ  । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ  । ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଗ୍ରାମରେ ଏକ ଉଚ୍ଚÿ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ  । 
ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି  । ସେ ଦିନ ପ୍ରତୁ୍ୟଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି  ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ଗାନ କରି କହନ୍ତି-  'ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର  ।’ ଯୁଗ ଯୁଗ ଧରି ବିଶ୍ୱାସ ରହିଛି ପ୍ରତୁ୍ୟଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସବୁ  ପାପ ନାଶ ହୋଇଥାଏ  । ଏହି ଅବସରରେ ଓଡ଼ିଶାର ନରନାରୀ ଜଳରେ ସ୍ୱଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ୱରୂପ ଦେବତାଙ୍କଠାରୁ ପୁଣ୍ୟ କାମନା କରିଥାନ୍ତି  । 
ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀ ପଟୁଆ ନିର୍ମିତ ଛୋଟ ଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ  । ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉକôଳର ରାଜଧାନୀ କଟକ ନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହୁଏ  । ଏହା ଓଡ଼ିଶାର ଏକ ପ୍ରଧାନ ଉସôବ  । ଉକôଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ରହିଛି  । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ  । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉସôବ ପାଳନ ହେଉଛି  ।
ବାଲିଯାତ୍ରା ବନାମ ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ଜଣାଶୁଣା  । ଏହାକୁ ଏକ ଓଡ଼ିଆ ପର୍ବ ଭାବେ ଗ୍ରହଣ କରାଯାଏ  । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା  । ଏହା ଏଭଳି ଏକ ଗଣମହୋସôବ ଯାହା ଓଡ୍ର, କଳିଙ୍ଗ, ଉକôଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା  । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ର ଗୁଡିକର ପରିବର୍ତ୍ତିତ ରୂପ  ।  ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ  । ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ  ।
ଏହି ଯାତ୍ରା ଅକ୍ଟୋବର-ନଭେମ୍ବରରେ  କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ବୋଲି ଏହି ସମୟକୁ ଭାବୁଥିଲେ  । କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା  । ଅତୀତ ଉକôଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା  । ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରା , ବାଣିଜ୍ୟ ବ୍ୟବସାୟ , ଧର୍ମ , ଆଚାର ବ୍ୟବହାର , ରୀତିନୀତି , ଜୀବନ ସଂପର୍କରେ ଭରି ରହିଛି  । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣ୍ଣିମ ଅଧ୍ୟାୟର ସ୍ମୃତି ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ ଅଦ୍ୟାବଧି ଗୁଂଜରିତ ହେଉଛି  ।
ବର୍ତ୍ତମାନ ବାଲିଯାତ୍ରା କଟକ ସହରର ଏକ ପାରିବାରିକ ଉସôବଭାବେ ପାଳନ ହେଉଛି । ଶତାଧିକ ବ୍ୟବସାୟୀ ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି  । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି  । ଏପରିକି ସ୍ଥାନୀୟ କଳାକାରମାନେ ନିଜର ଗାନ୍ଧର୍ବ କଳା ପ୍ରଦର୍ଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି  । ଆଠଦିନ ବ୍ୟାପୀ ଏହି ମହୋସôବରେ ଏକ ହଜାରରୁ ଊର୍ଦ୍ଧ୍ୱ ଷ୍ଟଲ  ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରି ହୋଇଥାଏ  ।
ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ  । ନିର୍ଦ୍ଧାରଣ ନରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ  । ଏହି ଐତିହ୍ୟପୂର୍ଣ୍ଣ ଗଣମହୋସôବର କାରଣ ସମ୍ବନ୍ଧରେ କେତେକ ଗବେଷକ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରି ଆସୁଛନ୍ତି  । 
ପ୍ରଥମତଃ ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ  । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦେ୍ଦଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ  ।  ଦ୍ୱିତୀୟତଃ ବାଣିଜ୍ୟ ବେପାର ସାରି ଦୀର୍ଘଦିନ ପରେ ଜଳପଥରେ ସ୍ୱଦେଶକୁ ଫେରୁଥିବାରୁ ସମ୍ବର୍ଦ୍ଧନାମୂଳକ ଆନନ୍ଦ ଉଲ୍ଲାସ ଯାତ୍ରା ବା ଉସôବରେ ପରିଣତ ହେବା ଅସମ୍ଭବ ନୁହେଁ  । ତୃତୀୟ ମତଟି ହେଉଛି ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ  । ଯେଉଁଥି ପାଇଁ ସେହି ଘାଟର ନାମ ଗଡ଼ଗଡିଆ ଘାଟ  । ସେହି ସ୍ମୃତିକୁ ଧରିରଖିବା ଉଦେ୍ଦଶ୍ୟରେ ଯେଉଁ ପ୍ରାରମ୍ଭିକ ଉସôବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା  । ଅନ୍ୟପକ୍ଷରେ ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ଓଡ଼ିଶା ଆସିବାବେଳେ ପାର ହୋଇଥିବେ  । ଯଦିଓ ଏହା ବିଶ୍ୱାସଯୋଗ୍ୟ ହୋଇନପାରେ ହୁଏତ ଗଜପତି ପ୍ରତାପରୁଦ୍ର ଦେବଙ୍କ ସାନ୍ନିଧ୍ୟରେ ଆସିବାପରେ ଏହି ଘାଟରେ ପାରି ହୋଇଥାଇ ପାରନ୍ତି  । ଗଜପତି ପ୍ରତାପରୁଦ୍ର ଦେବଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ , ହୁଏତ ଏହା ୧୫୧୮-୧୯ ମସିହା କଥା  । ଶ୍ରୀଚୈତନ୍ୟଙ୍କ ପୁରୀକୁ ଆସିବାର ଆଠ-ନଅବର୍ଷ ପରର କଥା  । ତେଣୁ ଆସିବା ସମୟ ଅର୍ଥାତ୍ ୧୫୧୦ ମସିହାରେ ଏହି ଘାଟରେ ସେ ପାରିହେବା ତକôାଳୀନ ସମୟରେ ହୁଏତ ସମ୍ଭବ ହୋଇନଥିବ  ।
 ଶ୍ରୀଚୈତନ୍ୟ ଦେବଙ୍କ ଆସିବାର ବହୁ ପୂର୍ବରୁ ସେଠାରେ ଗଜପତିଙ୍କ ବାରବାଟୀ ଗଡ଼ର ଗଡ଼ଚଣ୍ଡୀ ଉପାସିତ ହେଉଥିଲେ  ।ଗଡ଼ ମଧ୍ୟରେ ଗଜପତିଙ୍କ ଉପାସ୍ୟ କନକ ଦୁର୍ଗା ଥିଲା ବେଳେ ଘାଟ ନିକଟରେ ଦେବୀପୂଜା ପାଇଲାଭଳି ଗଡ଼ଚଣ୍ଡୀ ପୂଜା ପାଉଥିଲେ  । ସେଭଳି ଅନ୍ୟାନ୍ୟ ଘାଟମାନଙ୍କରେ ଶାବର ତନ୍ତ୍ରର ଦେବୀ ଥିବା ବେଳେ ଏହି ଘାଟର ଦେବୀ ଶାକ୍ତତନ୍ତ୍ରର ଥିଲେ  । ଏବେ ମଧ୍ୟ ସେହି ଗଡ଼ଚଣ୍ଡୀଙ୍କ ପାଖରେ ଏକ ଶିବ ମନ୍ଦିର ଅଛି  । ତେଣୁ ଏହାକୁ ଏକ ଶୈବ ଓ ଶାକ୍ତ ଅଞ୍ଚଳ କୁହାଯାଇପାରେ  । ସେଠାରେ ସେଭଳି କୌଣସି ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କ ମନ୍ଦିର ନଥିଲା  । ଶ୍ରୀଚୈତନ୍ୟ ଶାକ୍ତ କିମ୍ବା ଶୈବ ମତାବଲମ୍ବୀ ନଥିଲେ  । ତେଣୁ ସେଠାରେ କଦାପି ସେ ଉଦଣ୍ଡ କୀର୍ତ୍ତନ କରିବା ରହସ୍ୟ ସ୍ପଷ୍ଟ ନୁହେଁ  । କୁହାଯାଏ ଶ୍ରୀଚୈତନ୍ୟ ଆସିବାବେଳେ ଗଡ଼ଘାଟ ଗଜପତିଙ୍କ ସୈନ୍ୟବାହିନୀର ଅକ୍ତିଆରରେ ଥିଲା  । ବାରବାଟୀ ଦୁର୍ଗର ବିଶେଷ କରି ଗଡ଼ର ବ୍ୟବହାର ପାଇଁ ସେହି ଗୋଟିଏ ଘାଟର ବ୍ୟବହାର କରାଯାଉଥିଲା  । ଅନ୍ୟ ଘାଟଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଥିଲା । ରାଜଶାସନ ବ୍ୟବହୃତ ଘାଟରେ ଯଦି ଚୈତନ୍ୟ ଅବତରଣ କରିଥିଲେ , ସେତେବେଳକୁ ସେ ପ୍ରଭୁ ହୋଇନଥିଲେ କି  ରାଜସାନ୍ନିଧ୍ୟ ଲାଭ କରିନଥିଲେ  । ତେଣୁ ରାଜକର୍ମଚାରୀମାନେ ତାଙ୍କ ଉଦଣ୍ଡ ନୃତ୍ୟକୁ କେଉଁ ଦୃଷ୍ଟିରେ ଗ୍ରହଣ କରିଥିଲେ ତାହା ମଧ୍ୟ ବିଚାରଯୋଗ୍ୟ  । କାରଣ କୀର୍ତ୍ତନ ଓ ସଂକୀର୍ତ୍ତନ ଦୁଇଟିଯାକ ଓଡ଼ିଶାର ନିଜସ୍ୱ ଓ ବହୁ ପ୍ରାଚୀନ  । କିନ୍ତୁ ଉଦଣ୍ଡ-କୀର୍ତ୍ତନ ଆମ ଓଡ଼ିଶାରେ ନଥିଲା  ।
 ସେତେବେଳେ କଟକ ଯଦି ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କ କ୍ଷେତ୍ର ହୋଇଥାନ୍ତା, ହୁଏତ ସେ ମାଟିରେ ପାଦ ଦେଉଦେଉ ଉଦଣ୍ଡ କୀର୍ତ୍ତନ କରିଥାନ୍ତେ  । କଟକ ମୂଳରୁ ସନାତନ ଧାରାର ଅର୍ଦ୍ଧନାରୀଶ୍ୱର ଚେତନାର କ୍ଷେତ୍ର  । ଅର୍ଥାତ ଶିବ+ଶକ୍ତିଙ୍କର ସମନ୍ୱୟ କ୍ଷେତ୍ର , ତେଣୁ ଶ୍ରୀଚୈତନ୍ୟଙ୍କ ଉଦଣ୍ଡ କୀର୍ତ୍ତନ ସେଠାରେ ଅମୂଳକ ଭ୍ରମାତ୍ମକ ହୋଇପାରେ  । ସେଠାରେ ଗଡ଼ଚଣ୍ଡୀ ବିରାଜିତ ଥିବାରୁ ତାହାର ନାମ ଗଡ଼-ଘାଟ ହୋଇଥାଇପାରେ  । ପରବର୍ତ୍ତୀ କାଳରେ ଲୋକଉକ୍ତିରେ ଗଡଗଡିଆ ଘାଟ ପ୍ରସିଦ୍ଧ ହୋଇଛି ବୋଲି ମନେ ହୁଏ  ।
ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବା, ଏକ ଐତିହାସିକ ସତ୍ୟ ହୋଇପାରେ  । ସେତେବେଳେ ମହାରାଜା ଉଦ୍ୟୋତକେଶରୀ ଉକôଳ ଦେଶର ରାଜା ଥିଲେ  । ଶିଳାଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଅଠର ବର୍ଷ ରାଜତ୍ୱ କରିଥିଲେ  । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ  । ସେତେବେଳେ ସିଂହଳରେ ଚିତ୍ରକେୟୁର ରାଜାଥିଲେ  । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରନô ସେ ସଙ୍ଗରେ ଆଣିଥିଲେ  । ସେ ଜଳପଥରେ ଆସି ମହାନଦୀ ମୁହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ  । ସେତେବେଳେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା  । ଲୋକ ମୁଖରେ ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିବା କୁହାଯାଏ  । ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ଲୋକଙ୍କ ମୁଖରେ ବାଲିଯାତ୍ରା ହୋଇଥିବା ଅନୁମାନ କରାଯାଏ  ।
 ପ୍ରକୃତରେ ହଜାର ବର୍ଷର କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଆସୁଛି  । ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି  । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ  । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ , ଯାହା ଆଜି ପ୍ରସିଦ୍ଧ ଲାଭ କରିଛି ଓ ଆଗକୁ ତା'ର ସ୍ଥିତି ବଜାୟ ରଖିବ ନିଃସନେ୍ଦହରେ କୁହାଯାଇପାରେ  । ବାସ୍ତବରେ ଆମ କିମ୍ବଦନ୍ତୀ ଆମ ପରମ୍ପରା ଆମ ଐତିହ୍ୟକୁ ନେଇ ପୁରାତନ କାଳରୁ ପାଳିତ ହେଉଛି ବୋଇତ ବନ୍ଦାଣ ମହୋସôବ...!!!
  କଟକ -୪ , ସଂପର୍କ: ୯୦୪୦୧୫୧୪୭୫