ପାର୍ବତୀ ଗିରି
ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀ ସ୍ୱାଧୀନତା ସଂଗ୍ରାମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତନ୍ମ୍ମରୁ ପାର୍ବତୀ ଗିରି ଅନ୍ୟତମ । ପଶ୍ଚିମ ଓଡ଼ିଶାର ମଦର ଟେରେସା ନାମରେ ସେ ପରିଚିତ । ମାତ୍ର ୧୦ ବର୍ଷ ବୟସରେ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ସଭାରେ ସେ ଯୋଗ ଦେଉଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଘରେ ଘରେ ବୁଲି ଲୋକଙ୍କୁ ସଂଗ୍ରାମ ପାଇଁ ଏକଜୁଟ କରୁଥିଲେ । ତାଙ୍କ ନିଷ୍ଠା ଓ ସମର୍ପଣ ଭାବ ଦେଖି ଅନେକ ସ୍ୱାଧୀନତା ସଂଗ୍ରାମୀ ଆଶ୍ଚର୍ଯ୍ୟ ହେଉଥିଲେ । ଇଂରେଜ ସରକାର ବିରୋଧୀ କାର୍ଯ୍ୟକଳାପ ପାଇଁ ପାର୍ବତୀ କାରାଦଣ୍ଡ ମଧ୍ୟ ଭୋଗିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନେ୍ଦାଳନ ଡାକରାରେ ଅନୁପ୍ରାଣିତ ହୋଇ କୈଶୋରରେ ସେ ବିପ୍ଳବର ନେତୃତ୍ୱ ନେଇଥିଲେ । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ପ୍ରକାର ସମାଜ ସେବାରେ ନିୟୋଜିତ ଥିଲେ । ନିଜ ଲୋକପ୍ରିୟତାକୁ ଦେଖି ସେ ରାଜନୀତିରେ ଯୋଗ ଦେଇପାରିଥାନ୍ତେ । କିନ୍ତୁ ସମାଜ ସେବା ହିଁ ଥିଲା ତାଙ୍କ ଜୀବର ମୂଳମନ୍ତ୍ର । ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନେ୍ଦାଳନରେ ପାର୍ବତୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷ ଜୀବନ ସେ ଅନାଥ ମାନଙ୍କ ମଙ୍ଗଳ ଉଦେ୍ଦଶ୍ୟରେ ସମର୍ପଣ କରିଥିଲେ । ସମାଜସେବା କାର୍ଯ୍ୟ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପାର୍ବତୀଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । ଏଥିସହ ଏକାଧିକ ପୁରସ୍କାର ଓ ସମ୍ମାନର ସେ ଅଧିକାରୀ ହୋଇଥିଲେ । ୧୯୨୬ ଜାନୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟବର୍ତ୍ତୀ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପାର୍ବତୀ ଗିରି ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦