ପ୍ରଭୁ ଅଲାରନାଥ ଓ ଭକ୍ତ 


ଉପନିଷଦରେ ପାଦପାଣି ବିହୀନ ଦାରୁ ଦେବତାଙ୍କ ରୂପ ପରିକଳ୍ପନା କରି କୁହାଯାଇଛି :-
“ଅପାଣି ପାଦୋ ଦବନୋ ଗ୍ରହୀତା
ପଶ୍ୟତା ଚକ୍ଷୁଃ ସଶୃଣୋତ୍ୟ କର୍ଣ୍ଣଃ ।
ସବେତ୍ତି ବେଦ୍ୟଂ ନଚ୍ ତସ୍ୟାସ୍ତ ବେତ୍ତା
ତମାହୁ ରାଧା ପୁରୁଷଂ ମହାନ୍ତମ୍ ।ା”
    ପାଣିପାଦ ହୀନ ହୋଇ ମଧ୍ୟ ଭଗବାନ ସର୍ବତ୍ର ବିଦ୍ୟମାନ । ଭକ୍ତବାନ୍ଧବ ଭାବ ବିନୋଦିୟା ଭାବକୁ ଅତି ନିକଟତ୍ତର ହୋଇ ଭକ୍ତ ପାଇଁ ଓ ଭକ୍ତର ମନୋବାଞ୍ଝା ପୁରଣ ନିମିତ୍ତ ସଦା ଗତିଶୀଳ, ସେ ସର୍ବଦ୍ରଷ୍ଟା, ସର୍ବଶ୍ରୋତା ଓ ସର୍ବଜ୍ଞ  । ଏହି ସର୍ବ ଶକ୍ତିମାନ ଜଗନ୍ନାଥଙ୍କର କିମ୍ବଦନ୍ତୀରୁ ପଦେ । ସର୍ବ ଧର୍ମର ପ୍ରତୀକ ଶ୍ରୀ ଜଗନ୍ନାଥ ଭକ୍ତର ମନୋବାଞ୍ଝା ପୁରଣ ପାଇଁ କେତେବେଳେ କେଉଁ ରୂପ ଧରିଛନ୍ତି ତାହା ଅତୀବ ନିଗୁଢ଼ । ଦୌପଦୀଙ୍କ ପାଇଁ ବସ୍ତ୍ରାବତ୍ତାର, ପ୍ରହଲ୍ଲାଦଙ୍କ ପାଇଁ ନରସିଂହାବତ୍ତାର, ଗଜ ପାଇଁ ଶସ୍ତ୍ରାବତ୍ତାର ଇତ୍ୟାଦି ଧାରଣ କରିଛନ୍ତି । ସେହି ପୁରୁଷୋତ୍ତମ ପତି ଜଗନ୍ନାଥଙ୍କର କ୍ଷେତ୍ର ବିଷୟରେ ଭକ୍ତ ଗାଇ ଉଠେ -
“ନାଥ ତୋ କ୍ଷେତ୍ରେ ବଡ଼ ସାନ ନାହିଁ
ବ୍ରାହ୍ମଣ ଚାଣ୍ଡାଳ ଯେ ସରି ଦୁଇ”
ସନାତନ ଧର୍ମ ସର୍ବ ଧର୍ମ ସମନ୍ୱୟର ପ୍ରତୀକ ଜଗନ୍ନାଥ ଏକ ଚେତନା । ସେ ବିଶ୍ୱରୁ ଊଦ୍ଧ୍ୱର୍ ଓ ସମ୍ପୂର୍ଣ୍ଣ ଜଗତର ପ୍ରତୀକ । ଏହି ମହାପ୍ରଭୁ ଜଗନ୍ନାଥ ବିଶ୍ୱର ·ରି କୋଣରେ ଏବଂ ·ରି ଦିଗରେ ଯଥା ପୂର୍ବରେ ପୁରୁଷୋତ୍ତମ ଜଗନ୍ନାଥ, କଳିଯୁଗର ଦେବତା ରୂପେ ବିଦିତ୍ତ ହୋଇଥିବା ବେଳେ, ଦ୍ୱାରକାନାଥ ଭାବେ ଦ୍ୱାପର ଯୁଗରେ ଓ ଉତ୍ତରରେ ବଦ୍ରିନାଥ ସତ୍ୟ ଯୁଗର ଓ ଦକ୍ଷିଣରେ ରାମନାଥ ବା ରାମେଶ୍ୱର ତ୍ରେତୟା ଯୁଗର ପ୍ରମୁଖ ଦେବତା । ସେହି ଦାକ୍ଷିଣାତ୍ୟର ଏକ କିମ୍ବଦନ୍ତୀ ଅନୁଯାୟୀ ଆଲବନ୍ଦାରା·ର୍ଯ୍ୟ ନାମକ ଜଣେ ନୈଷ୍ଠିକ ବ୍ରାହ୍ମଣ ଏବଂ ଦୈବିଜ୍ଞ ଓ ଶାସ୍ତ୍ରଜ୍ଞ ରୂପେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପିତା ପିତାମହ କାଳରୁ ଗୁରୁକୁଳ ପ୍ରଥା ଚଳି ଆସୁଥିବା ଗୁରୁକୁଳର ଜଣେ ଉଚ୍ଚ କୋଟୀର ଶିକ୍ଷକଭାବେ ଶିଷ୍ୟମାନଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରିଥାନ୍ତି । ଶିକ୍ଷାଦାନ ଭଳି ମହତ ଦାନ ସହ ଦୂର ଦୂରାନ୍ତରୁ ଆସୁଥିବା ଶିଷ୍ୟମାନଙ୍କର ଖାଇବା, ରହିବା ଇତ୍ୟାଦିର ସୁ-ବନେ୍ଦାବସ୍ତ କରାଇ ସେମାନଙ୍କର ସ୍ୱାସ୍ଥ୍ୟର ମଧ୍ୟ ଗୁରୁଦାୟିତ୍ୱ ବହନ କରିଥାନ୍ତି ।  ପିଲାଟି ଦିନରୁ ତାଙ୍କର ସଂସାର ପ୍ରତି ବୈରାଗ୍ୟଭାବ ଜାଗ୍ରତ ହୋଇଥିଲା । କାରଣ ଅତି କମ୍ ବୟସରୁ ସେ ନିଜର ପିତାମାତାଙ୍କୁ ହରାଇ “ଜାତସ୍ୟ ହିଁ ଧ୍ରୁବ ମୃତୁ୍ୟ” କୁ ମାନିବା ସହ ଜଗତକୁ ତୁଚ୍ଛ ମନେ କରୁଥିଲେ । ସେ ବ୍ୟାସଦେବଙ୍କର ଗୋଟିଏ କଥାକୁ ସର୍ବଦା ମନରେ ସ୍ଥାନ ଦେଇଥିଲେ । ଯାହାଥିଲା “ପରୋପକାରାୟ ସ୍ୱର୍ଗର୍ାୟ, ପାପାୟ ପରପୀଡ଼ନ” । ତେଣୁ ପରୋପକାର ତାଙ୍କର ଥିଲା ଏକମାତ୍ର ଲକ୍ଷ୍ୟ ଓ ଧ୍ୟେୟ । ଗାଁ ଗୋଟାକର ଲୋକ ତାଙ୍କୁ ଦେବତା ଭଳି ଭକ୍ତି ଓ ଅସୀମ ଶ୍ରଦ୍ଧା କରୁଥିଲେ । ପ୍ରତ୍ୟେକ କାର୍ଯ୍ୟରେ ସମସ୍ତେ ଆ·ର୍ଯ୍ୟଙ୍କ ଅନୁମତି ନେଇ କାର୍ଯ୍ୟ କରୁଥିଲେ । ସମୟର କରାଳ ଗତି ଚକ୍ରରେ ଆଲବନ୍ଦାରାଙ୍କୁ ବାର୍ଦ୍ଧକ୍ୟ ଗ୍ରାସ କଲା ଏବଂ ସେ ଚିନ୍ତା କରିଥିଲେ ବର୍ତ୍ତମାନ ତାଙ୍କୁ ବାହ୍ୟ ଜଗତରୁ ବିଦାୟ ନେବାକୁ ପଡ଼ିବ । ତେଣୁ ସେ ତାଙ୍କର ଅତିପ୍ରିୟ ଓ ଗୁଣଗ୍ରାହୀ ଶ୍ରେଷ୍ଠ ଶିଷ୍ୟ ‘ସୁବ୍ରମନ୍ୟମ୍’ଙ୍କ ହାତରେ ଗୁରୁକୁଳ ଓ ଗାଁର ଭାର ଅର୍ପଣ କରି ଭକ୍ତ ବିନୋଦିଆ ପ୍ରଭୁ ଚକାଡୋଳାଙ୍କ ଦର୍ଶାନାର୍ଥେ ଶ୍ରୀକ୍ଷେତ୍ରାଭିମୁଖେ ହେବାକୁ ଲାଗିଲେ । ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହ ତାଙ୍କୁ ଆରାଧ୍ୟ ରୂପେ ପୂଜା କରିବା ସହ ନିଜ ହୃଦ ମନ୍ଦିରରେ ବସାଇଥିଲେ । ଆଜି ଅନ୍ତିମ ସମୟ ଯେତେବେଳେ ଉପନୀତ ସେତେବେଳେ ସେ ଭକ୍ତମାଧବଙ୍କ ଶରଣାଗତି ପାଇଁ ତତ୍ପର ହୋଇ ଉଠିଥିଲେ ଏବଂ କେବଳ ତାଙ୍କର ପାଦପଦ୍ମ ଓ ଶ୍ରୀମୁଖକୁ ହୃଦୟରେ ଅଙ୍କିତ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । “ସ୍ୱର୍ଗାଦପି ଗରିୟସୀ ଜନନୀ ଜନ୍ମ ଭୂମିକୁ ‘ପଛରେ ପକାଇ କେବଳ ନିଜ ଆରାଧ୍ୟଙ୍କ ଦର୍ଶନକୁ ପ୍ରାଧାନ୍ୟ ଦେଇ ·ଲୁଥିଲେ ଏବଂ ମନରେ ଅସୁମାରି ଭାବନା ସେ କେମିତି ସତ୍ୟ ସ୍ୱରୂପଙ୍କ ଦର୍ଶନ କରି ଅନିତ୍ୟ ସଂସାର ମଧ୍ୟରୁ ଉଦ୍ଧାର ଲାଭ କରି ପ୍ରଭୁଙ୍କ ଅଙ୍ଗରେ ବିଲୀନ ହେବେ  । ଏହିପରି ଅନେକ କଳ୍ପନା ଓ ବିଷୟକୁ ପାଥେୟ କରି ଯେତେବେଳେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ତାଙ୍କ ହୃଦୟର ଦେବତାକୁ ଦର୍ଶନ ନିମିତ୍ତ ଉଦ୍ୟତ ହୁଅନ୍ତି, ତାଙ୍କୁ ପ୍ରବେଶ ନିଷିଦ୍ଧ କରାଯାଇଥିଲା ।  କାରଣ ପ୍ରଭୁଙ୍କର ଦ୍ୱାର ଅବରୋଧ ହୋଇ ·ଲିଥିଲା ଗୁପ୍ତ ପୂଜାର ଆୟୋଜନ । ଅତି ଆତୁରତାର ସହିତ ସେ ସେବକମାନଙ୍କୁ ପ୍ରଶ୍ନ କରିଥିଲେ ପ୍ରଭୁଙ୍କର ଏହା କିଭଳି ଲୀଳା ? ସେବକମାନେ ତାଙ୍କୁ ବୁଝାଇ କହିଥିଲେ ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ ଠାରୁ ଆଷାଢ଼ ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଠାକୁର ଅନ୍ନବସର ସେବା ଗ୍ରହଣ କରି ଅନ୍ନବସର ପିଣ୍ଡିରେ ବିରାଜମାନ ହୋଇଥାନ୍ତି ଏବଂ ଏହି ୧୫ ଦିନ ତାଙ୍କ ଆଦି ସେବକ ଶବରମାନେ ଶାବରୀ ପଦ୍ଧତିରେ ପୂଜା ଉପାସନା କରି ପ୍ରଭୁଙ୍କୁ ସନ୍ତୁଷ କରାଇବା ସହ ପ୍ରଭୁଙ୍କର ସ୍ୱାସ୍ଥ ପ୍ରତି ଯନô ନେଇଥାନ୍ତି । ସ୍କନ୍ଦ ପୁରାଣ ଅନୁସାରେ “ଅରୂପଂ ବା ସ୍ୱରୂପଂ ବା ନପଶ୍ୟତ୍ ପଞ୍ଚଦଶହାନି”ା ଯାହା ପ୍ରମାଣ କରିଥାଏ ମାନବୀୟ ଗୁଣରେ ପରିପୂର୍ଣ୍ଣ ଶ୍ରୀଜଗନ୍ନାଥ । ତେଣୁ ପ୍ରଭୁଙ୍କର ଦର୍ଶନ ପାଇଁ ଆପଣଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଧେର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ । ଉଭା ଅମାବାସ୍ୟାର ନବଯୌବନ ଦର୍ଶନ ପରେ ପ୍ରଭୁଙ୍କର ଆରମ୍ଭ ହେବ ଘୋଷଯାତ୍ରା ବା ପତିତପାବନ ଯାତ୍ରା । ଯେଉଁଥିରେ ଆଜନ୍ମ ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତ ଭକ୍ତ ଓ ଭଗବାନ ଏକାକାର ହୋଇ ଯାଆନ୍ତି ବଡ଼ ଦାଣ୍ଡରେ । 
ଏ କଥା ଶୁଣି ଆଲବନ୍ଦରା·ର୍ଯ୍ୟଙ୍କ ମୁଣ୍ଡରେ ବଜ୍ରାଘାତ ସଦୃଶ ହୋଇଗଲା । ସେ କହିଉଠିଲେ ହେ ପ୍ରଭୁ ଯଦି ତୋ’ର ଦର୍ଶନ ଦେବାର ଇଚ୍ଛା ନଥିଲା ତେବେ ଏ ଅଧର୍ମ ଅକିଞ୍ଚନକୁ ଦୀର୍ଘ ପଥ ଶ୍ରମ କରାଇ  କାହିଁକି ଆଣିଲୁ ? କାରଣ ମୁଁ ଜାଣେ ‘ବିନା କଷ୍ଟରେ କୃଷ୍ଣ ପ୍ରାପ୍ତି ଅସମ୍ଭବ’  । ପ୍ରଭୁ ମୁଁ କ’ଣ କଷ୍ଟ କରିନାହିଁ । ଆପଣଙ୍କ ଦର୍ଶନ ବିନା ମୁଁ କିପରି ଦୀର୍ଘ ୧୫ ଦିନ ବଞ୍ଚିବି । ସତ୍ୟ କରିଥିଲି ଶ୍ରୀକ୍ଷେତ୍ରରେ ପାଦ ଦେଇ ପ୍ରଥମେ ଆପଣଙ୍କର ଦର୍ଶନ କରି ଏ ପାପ ନୟନକୁ ପାବନ କରିବି । ତା’ପରେ ଅନ୍ନ ଜଳ ସ୍ପର୍ଷ କରିବି । ମାତ୍ର ମୋ ପାଇଁ ଆପଣ କାହିଁକି ଏତେ ନିଷ୍ଠୁର ହେଲେ । ଅଶୃଳ ନୟନରେ ଆ·ର୍ଯ୍ୟ ଚାଲିଥାନ୍ତି ସମୁଦ୍ର କୂଳେ କୂଳେ, ମନ ମଧ୍ୟରେ ପ୍ରଭୁଙ୍କ ଦର୍ଶନ ବିହୀନ ଗ୍ଲାନି ଏବଂ ମନେ ମନେ ନିଜ ଆରାଧ୍ୟଙ୍କୁ କୋହ ଭରା କଣ୍ଠରେ ଅନେକ ପ୍ରଶ୍ନ, ହେ ଛଳିଆ ତୁମେ ଭାବିଛ ଗୁପ୍ତ ପୂଜାର ଆଳ ଦେଖାଇ ମୋତେ ଖୁଆଇ ପିଆଇ ୧୫ ଦିନ ତୁମ ସାନ୍ନିଧ୍ୟରେ ରଖି ପରେ ଦର୍ଶନ ଦେବ । ମୋର କିନ୍ତୁ ଧର୍ଯ୍ୟ ନାହିଁ ପ୍ରଭୁ  । ତୁମର ଦର୍ଶନ ବିନା ମୋର ବଞ୍ଚôବାର ସ୍ପୃହା ନାହିଁ । ଆଜି ଦୁନିଆ ଜାଣୁ ପତିତ ଉଦ୍ଧାରଙ୍କ ଦର୍ଶନ ନ ପାଇ ସୁଦୂର ଦାକ୍ଷିଣାତ୍ୟାରୁ ଆସିଥିବା ଜଣେ ଭକ୍ତ ପ୍ରାଣ ବିସର୍ଜନ କରିଛି । ଏହିପରି ଭାବନାରେ ବୁଡ଼ି ବାଟ ·ଲୁଥିବା ବେଳେ କେତେବେଳେ ସୂର୍ଯ୍ୟଦେବତା ରକ୍ତିମ ଆଭାରେ ମା’କୋଳକୁ ପ୍ରତ୍ୟାବର୍ତ୍ତନ କରିସାରିଲେଣି, ରଜନୀ ରାଣୀ ତା’ର କାୟା ବିସ୍ତାର କଲାଣି, ଠିକ୍ ସେହି ସମୟରେ ମର୍କଟ ସଦୃଶ ଜଣେ ବଳିଷ୍ଠ ବ୍ୟକ୍ତି ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପ୍ରଭୁ ଜଗନ୍ନାଥଙ୍କର ଆଜ୍ଞାନୁସାରେ ସେ ଆ·ର୍ଯ୍ୟଙ୍କୁ କହିଛନ୍ତି ତୁମ୍ଭେ ପ୍ରଭୁଙ୍କର ଅନନ୍ୟ ଭକ୍ତ ହୋଇ କିପରି ମୃତୁ୍ୟ ଚିନ୍ତା କରୁଛ  । ଏପରି ଭାବନା ମନରୁ ପରିହାର କର, ପ୍ରଭୁଙ୍କର ଦର୍ଶନ ନିଶ୍ଚୟ ପାଇବ । ଆ·ର୍ଯ୍ୟ ପୁଣି ପ୍ରଶ୍ନ କରିଥିଲେ, ଏହା ଆପଣଙ୍କର ଛଳନା ନୁହେଁତ ! ଉତ୍ତରରେ ଶ୍ମଶାନ ରକ୍ଷକ ପ୍ରଭୁ ହନୁମାନ ନିଜର ପରିଚୟ ଦେଇ କହିଥିଲେ ମୁଁ ମୋର ପ୍ରଭୁଙ୍କର ଆଜ୍ଞା ପାଳନ କରିଛି । ବର୍ତ୍ତମାନ ତୁମର କର୍ତ୍ତବ୍ୟ ଓ ଭାଗ୍ୟ ତୁମ ଉପରେ ନିର୍ଭର କରେ, ଏହା କହି ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ଆ·ର୍ଯ୍ୟଙ୍କ ଚକ୍ଷୁକୁ ଝଲସାଇ ଦେଇଥିଲା । ଏବଂ ସେ ହଠାତ୍ ଦକ୍ଷିଣରୁ ପଶ୍ଚିମାଭିମୁଖୀ  ହୋଇ·ଲିଲେ  । କେତେବେଳେ ପ୍ରଭାତ ହୋଇଯାଇଛି,  ସେ ଜାଣିପାରିନଥିଲେ । ସମୁଦ୍ର ରହିଯାଇଥିଲା ଅନେକ ଦୂରରେ । ତାଙ୍କ ଚୈତନ୍ୟ ଫେରି ଆସିଥିଲା । ଦୁଃଖରେ ମ୍ରିୟମାଣ ହୋଇ ରୋଦନ କରୁଥିଲେ ଆଲବନ୍ଦରା  । ଲୁହ ପୋଛି ନିକଟସ୍ଥ ପୁଷ୍କରିଣୀ ଆଡ଼କୁ ବୁଲି ଯାହା ଦେଖିଲେ ସେ ନିଜକୁ ଏବଂ ନିଜର ନୟନକୁ ବିଶ୍ୱାସ କରିପାରିଲେନି । “ନବୀନ ନିରଦକାନ୍ତି ଚତୁର୍ଭୁଜ ସୁଶୋଭନ ଶଙ୍ଖ ଚକ୍ର ଗଦା ଓ ପଦ୍ମ” ଧାରଣ କରି ପ୍ରଭୁ ଭକ୍ତ ସମ୍ମୁଖରେ ବିଦ୍ୟମାନ ।  ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଶିହରଣ ହୋଇ ଉଠିଥିଲା, ଭକ୍ତର ପ୍ରାଣ ରଖିବା ପାଇଁ ପ୍ରଭୁ ଏତେ କ୍ଲେଶ ସହି ଆବିର୍ଭାବ ହୋଇଛନ୍ତି, ହେ କରୁଣାମୟ, ମୋର ଅନେକ ଜନ୍ମାର୍ଜିତ ପାପକୁ କ୍ଷୟ କରନ୍ତୁ  । ମୋର ଅପରାଧ କ୍ଷମା କରନ୍ତୁ । ଆପଣଙ୍କୁ ମୋର ଅବିଶ୍ୱାସ କରିବାର ଔଦ୍ଧତ୍ୟର ଫଳ ସ୍ୱରୂପ ଆପଣ ମୋତେ ଚକ୍ରରେ ଛେଦନ କରି ମୋର ପାପି ଶରୀରକୁ ପାବନ କରନ୍ତୁ । ଠିକ୍ ଏପରି ସମୟରେ ଭକ୍ତାଧୀନ ଭଗବାନ ଆଲବନ୍ଦାରଙ୍କୁ ଉଠାଇ କହିଲେ ତୁମ ଏକନିଷ୍ଠ ଭକ୍ତିରେ ମୁଁ ସମ୍ପୂର୍ଣ୍ଣ ଆନନ୍ଦ । ତୁମର ଅଭିଳାଷ ବ୍ୟକ୍ତ କର । ଆଲବନ୍ଦାର ଅଶୃଳ ନୟନରେ କହିଥିଲେ, ହେ ଭାବଗ୍ରାହୀ ଭକ୍ତ ଜନବନ୍ଧୁ ଯଦି ମୋଠାରେ କରୁଣା କରିଛନ୍ତି ତେବେ ଏହି ଠାରେ ମୋତେ ଦର୍ଶନ ଦେଇଥିôବା ନୀଳନୟନ ଚତୁର୍ଦ୍ଧା ମୁର୍ତ୍ତିରେ ସବୁଦିନ ପାଇଁ ବିରାଜମାନ ହୋଇ ଜଗନ୍ନାଥଙ୍କର ଅନବସର ଅଦର୍ଶନ ଯେପରି ଭକ୍ତମାନଙ୍କୁ ନିରାଶ ନ କରେ ଏବଂ ଆପଣଙ୍କର ଏ ଦର୍ଶନ ଭକ୍ତମାନଙ୍କୁ ଶ୍ରୀକ୍ଷେତ୍ରରେ ତୁମ ଦର୍ଶନର ସାମ୍ୟ ଫଳ ପ୍ରଦାନ କରୁ । ଶ୍ରୀ ବିଷ୍ଣୁ ଆଲବନ୍ଦାରଙ୍କ ଏପରି ମନକାମନାକୁ ପୁରଣ କରି ତାଙ୍କ ନାମ ଅନୁସାରେ ସେ “ଅଲାରନାଥ” ରୂପେ ବ୍ରହ୍ମଗିରିରେ ପୂଜା ପାଇଲେ ଏବଂ ଅନ୍ନବସରର ୧୫ ଦିନ ତାଙ୍କ ଦର୍ଶନ ଜଗନ୍ନାଥଙ୍କ ଦର୍ଶନ ସହିତ ସମତୁଲ୍ୟ ହେବା ସହ କୋଟି ପାପର କ୍ଷୟ ହେବ ବୋଲି କହି ଅର୍ନ୍ତଦ୍ଧାନ ହୋଇଯାଇଥିଲେ । ସେହିଦିନ ଠାରୁ ଅଦ୍ୟାବଧି ଜଗନ୍ନାଥ ଭକ୍ତ ଆଲବନ୍ଦାରଙ୍କ ନାମାନୁସାରେ  ଅଲାରନାଥ ରୂପେ ପୂଜା ପାଇ ଆସୁଛନ୍ତି ।
ଖୋର୍ଦ୍ଧା,  ମୋ:୮୮୯୫୫୪୭୪୯୦