ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା
୨୦୧୧ ଜନଗଣନା ବେଳକୁ ଦେଶରେ ୧୪ କୋଟିରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଥିଲେ । ଏ ସଂଖ୍ୟା ଏବେ ଆହୁରି ବଢ଼ିଥିବ । ଆମ ରାଜ୍ୟରେ ୪୦ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି । ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଏ ସଂଖ୍ୟା । ଗ୍ରାମାଞ୍ଚଳରେ ଅଛନ୍ତି ୮୬ ପ୍ରତିଶତ । ଏମାନଙ୍କ ଭିତରୁ ୪୫ ପ୍ରତିଶତ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ୨୦୨୬ ମସିହା ବେଳକୁ ରାଜ୍ୟରେ ଜରାଗ୍ରସ୍ତ ଲୋକଙ୍କ ସଂଖ୍ୟା ୬୨.୬୯ ଲକ୍ଷରେ ପହଞ୍ଚôଥିବ ବୋଲି ଜଣାଯାଏ । ମୋଟ ଜନସଂଖ୍ୟାର ଏହା ୧୩ ପ୍ରତିଶତ ହେବ । ବାର୍ଦ୍ଧକ୍ୟରେ ପହଞ୍ଚôଲେ ବିଭିନ୍ନ ପ୍ରକାର ରୋଗ ଡକାହକା ହୋଇ ଚାଲିଆସନ୍ତି ଶରୀରକୁ । ଶାରୀରିକ ସମସ୍ୟା ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ । ଏବେ ଦେଖାଯାଉଛି ପ୍ରତିଟି ପରିବାରରେ ବୟସ୍କ ବାପା-ମା ପିଲାମାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି । ଯେଉଁ ପିଲାମାନେ ବାପା-ମା'ଙ୍କ ଠାରୁ ଦୂରେ ରହି ନିଜ ବୃତ୍ତିରେ ନିୟୋଜିତ ଅଛନ୍ତି ସେମାନେ ଖୁବ ମାନସିକ ଚାପ ଭିତରେ ରହୁଛନ୍ତି । ଉଚ୍ଚଶିକ୍ଷା ପରେ ମନଲାଖି ଚାକିରି ପାଇଁ ସେମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ ହେବାକୁ ପଡ଼ୁଛି । ଯେଉଁମାନେ ରାଜ୍ୟ ବାହାରେ ଏବଂ ଦେଶ ବାହାରେ ଅଛନ୍ତି ସେମାନଙ୍କ ପାଇଁ ବୃଦ୍ଧ ବାପା-ମା ସମସ୍ୟା ପାଲଟୁଛନ୍ତି । ଏ ସମୟରେ ସେମାନେ ଅସୁସ୍ଥ ହୋଇପଡ଼ିଲେ ସମସ୍ୟା ଅଣାୟତ୍ତ ହୋଇପଡ଼ୁଛି । ବାଧ୍ୟ ହୋଇ ଅନେକ ବାପା-ମାଙ୍କୁ ଜରା ନିବାସକୁ ଯିବାକୁ ପଡୁଛି । ଏଭଳି ଲୋକଙ୍କ ପାଖରେ ଅର୍ଥର ଅଭାବ ନଥାଇପାରେ, କିନ୍ତୁ ନିଜ ଲୋକଙ୍କ ସାହାରାରୁ ବଞ୍ଚôତ ହେଉଛନ୍ତି ଏମାନେ, ଏଇ କାରଣରୁ ବେଶି ଅସୁସ୍ଥ ହୋଇପଡ଼ୁଛନ୍ତି ଅସହାୟତାର ଭୟରେ ।
ଦାରିଦ୍ର୍ୟ ଏବଂ ବାର୍ଦ୍ଧକ୍ୟ ଯେଉଁଠି ଏକାଠି ସେଠି ସମସ୍ୟା ଉକ୍ରଟ ରୂପ ଧାରଣ କରୁଛି । ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା ପାଇଁ ଆମ ରାଜ୍ୟରେ କୌଣସି ସୁବିଧା ନାହିଁ । ଏଥିପାଇଁ ବିଶେଷଜ୍ଞ ପରାମର୍ଶ ଏବଂ ଚିକିତ୍ସା ଦରକାର ହୋଇଥାଏ । ସବୁ ଡାକ୍ତର ବାର୍ଦ୍ଧକ୍ୟ ଜନିତ ରୋଗର ଚିକିତ୍ସା କରିପାରନ୍ତିନି ଠିକ ଭାବରେ । ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରେ ବାର୍ଦ୍ଧକ୍ୟଜନିତ ରୋଗ ବିଭାଗ ରହିଛି ହସ୍ପିଟାଲମାନଙ୍କରେ । ଆମ ଦେଶରେ ଏଯାଏ ଏ ଚିକିତ୍ସା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରନି । ପୂର୍ବ ଭାରତର ଏସସିବି ମେଡ଼ିକାଲ କଲେଜରେ ହିଁ କେବଳ ଜରାରୋଗ ବିଭାଗ ରହିଛି । ଆଗକୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିବ । ଏମାନେ ପିଲାଙ୍କ ଉପରେ କିଭଳି ବୋଝ ନହେବେ ଏବଂ ଏମାନଙ୍କ ଚିନ୍ତାରେ ପିଲାଏ ବ୍ୟସ୍ତ ନରହି କିଭଳି ସେମାନଙ୍କ କାମରେ ମନ ଦେଇପାରିବେ ସେ ଦିଗକୁ ଚିନ୍ତା କରି ପ୍ରତିଟି ସରକାରୀ ହସ୍ପିଟାଲରେ ଜରାରୋଗ ବିଭାଗ ଖୋଲାଯିବା ଉପରେ ଏବେଠୁ ଗୁରୁତ୍ୱ ଦେବା ଉଚିତ ।
ବାଦଲ ଭୂୟାଁ ମୋ : ୯୨୦୪୬୫୨୦୬୫