ବିଜ୍ଞାପନକୃଷି ଉତ୍ପାଦନ ଓ ଉକ୍ରର୍ଷ କେନ୍ଦ୍ର 


ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ ‘କୃଷକ ଉତ୍ପାଦକ ସଂଗଠନ ପାଇଁ ଉକ୍ରର୍ଷ କେନ୍ଦ୍ର’ ଓଡ଼ିଶା ସରକାରଙ୍କର ଏକ ପ୍ରୟାସ ।୨୦୨୩ ମସିହାରେ ପ୍ରତିଷ୍ଠିତ ଏହି କେନ୍ଦ୍ରର ପାଣ୍ଠି ଓଡ଼ିଶା ସରକାରଙ୍କର ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଦ୍ୱାରା ଯୋଗାଇ ଦିଆଯାଉଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଏହା କାର୍ଯ୍ୟରତ । ଓଡ଼ିଶାରେ କୃଷକ ଉତ୍ପାଦକ ସଂଗଠନର ପରିସଂସ୍ଥାରେ ସୁଧାର ଆଣିବା ସହିତ ମଜଭୁତ କରିବା ହେଉଛି ଏହାର ମୂଳ ଉଦେ୍ଦଶ୍ୟ । ସମସ୍ତ ହିତାଧିକାରୀ ଯଥା ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ,  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ, କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ, ଅଣ-ସରକାରୀ ସଂଗଠନ, ବ୍ୟବସାୟିକ ସଂଗଠନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ସାମୂହିକ ଭାବରେ ଏକ ଉତ୍ତମ ଭବିଷ୍ୟତର ଗଠନ ଦିଗରେ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ।
କୃଷକ ଉତ୍ପାଦକ ସଂଗଠନର ଉକ୍ରର୍ଷ କେନ୍ଦ୍ର ଓଡ଼ିଶାର କୃଷକମାନଙ୍କୁ ସମର୍ଥନ ଓ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଇଛି । ଏହା ୩ଟି ପ୍ରମୁଖ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରସାରିଛି । କୃଷକ ଉତ୍ପାଦକ ସଂଗଠନ ସମ୍ମିଳନୀ (୯ ଫେବୃଆରୀ ୨୦୨୪) ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ମାଧ୍ୟମରେ ଆଗାମୀ ୫ ବର୍ଷ ଭିତରେ ଆନୁମାନିକ ୭୫୨.୧୪ କୋଟି ପୁଞ୍ଜି ନିବେଶ କରାଯିବାର ଯୋଜନା କରାଯାଇଛି । କୃଷକ ଉତ୍ପାଦକ ସଂଗଠନକୁ ସଶକ୍ତ କରି ଏକ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ ଗଠନ କର୍ମଶାଳା (୨୪ ଅଗଷ୍ଟ ୨୦୨୪) ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞମାନେ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ସୂଚନା କୃଷକମାନଙ୍କ ସହ ଆଲୋଚନା କରିବା ସହିତ ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ସମ୍ମାନିତ କରିଥିଲେ । କୃଷକ ଉତ୍ପାଦକ ସଂଗଠନ ପାଇଁ ଏକ ବଜାର ଭିତ୍ତିକ ସମର୍ଥନ କର୍ମଶାଳାରେ କ୍ରେତା ସଂଯୋଗ, ନବକିସାନ ଋଣ, ବିକ୍ରୟ ପାଇଁ ଡିଜିଟାଲ ଉପକରଣ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଆୟୋଜନ ସହ କେନ୍ଦ୍ର ସ୍ଥାନୀୟ ସହଯୋଗରେ ୨୮ଟି ଜିଲ୍ଲାର ୩୧ଟି କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ କର୍ମଶାଳା ଏବଂ ୬୨ଟି ଜିଲ୍ଲାସ୍ତରୀୟ ତାଲିମ ଏବଂ ସମ୍ମିଳନୀଗୁଡ଼ିକ ଆୟୋଜନ କରିସାରିଛି । ସରକାରୀ ଯୋଜନାଗୁଡ଼ିକର ପ୍ରଚାର ଓ ପ୍ରସାର ଏହି କର୍ମଶାଳା ସାହାଯ୍ୟରେ କରାଯାଇଥିଲା । କୃଷକ ଉତ୍ପାଦକ ସଂଗଠନର ସଦସ୍ୟମାନେ ମଧ୍ୟ ଆନ୍ତଃଜିଲ୍ଲା ପ୍ରଶିକ୍ଷଣ ପଦ୍ଧତିକୁ ପରିଦର୍ଶନ କରି ଅଭିଜ୍ଞ କୃଷକ ଉତ୍ପାଦକ ସଂଗଠନମାନଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ଏହାଛଡ଼ା କେନ୍ଦ୍ର ନିଜର ଭର୍ଚୁଆଲ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ୩୬ଟି ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟକୁ ନେଇ ଏକ ହ୍ୱାଟସଆପ୍ ଗ୍ରୁପ ସୃଷ୍ଟି କରି ସେଥିରେ ୬୦୦ରୁ ଅଧିକ କୃଷି ଉତ୍ପାଦକ ସଂଗଠନ, ସିବିବିଓ, ରାଜ୍ୟର କୃଷି ଓ ଆନୁଷଙ୍ଗିକ ବିଭାଗ, ଅଣ-ସରକାରୀ ସଂଗଠନ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିଛି । ନିର୍ଦ୍ଦିଷ୍ଟ ସମସ୍ୟା ଏବଂ ପ୍ରକୃତ ଜ୍ଞାନକୁ ଠିକ ଭାବରେ ଉପସ୍ଥାପନ କରିବା ଏହାର ଲକ୍ଷ୍ୟ ରହିଛି । ଅନ୍ଲାଇନ୍ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏହି କେନ୍ଦ୍ର ଜରିଆରେ ଆୟୋଜନ କରାଯାଇଛି, ଯେଉଁଥିରେ ନ୍ୟାସନାଲ ହର୍ଟିକଲଚର ବୋର୍ଡ଼  (ଏନଏଚବି)ଯୋଜନା, ବାସ୍ନା ଚାଉଳର ଉତ୍ପାଦନ ଏବଂ ଏହାର ବଜାରୀକରଣ, ଲାଇସେନ୍ସିଂ ପ୍ରକ୍ରିୟା, ସହିତ ଜୈବିକ କୃଷିଜାତ ଦ୍ରବ୍ୟର ରପ୍ତାନି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି । ଏହି ସମସ୍ତ ଡିଜିଟାଲ ପ୍ରଚାର ଓ ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇପାରିଛି । 
ଏହି କେନ୍ଦ୍ରର ଉଦେ୍ଦଶ୍ୟ ହେଉଛି ସାରା ଓଡ଼ିଶାରେ କୃଷକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହିତ କୃଷକ ଉତ୍ପାଦନ ସଂଗଠନ (ଏଫପିଓ)ଗୁଡ଼ିକର କ୍ଷମତା ବୃଦ୍ଧି କରିବା, ଜ୍ଞାନ ବିତରଣ କରିବା, ବଜାର ସହିତ ସମ୍ପର୍କ ସ୍ଥାପନା ସହିତ ଭୌତିକ ପରିବେଶକୁ ମଜଭୁତ କରିବା, କୃଷକମାନଙ୍କ ମଧ୍ୟରେ ଆତ୍ମନିଭରଶୀଳତା ବୃଦ୍ଧି, କୃଷି କ୍ଷେତ୍ରରେ ଯୋଗଦାନ ଧାରାରେ ସାମିଲ ହେବା ।  ଓୟୁଏଟି ସ୍ଥିତ କୃଷକ ଉତ୍ପାଦକ ସଂଗଠନର ଉକ୍ରର୍ଷ କେନ୍ଦ୍ର , ମୋବାଇଲ ଆପ୍ଲିକେସନ୍ ଏବଂ ସହଯୋଗୀ ୱେବସାଇଟ୍ ବିକଶିତ କରିବାକୁ ଯୋଜନା କରିଛି, ଯାହାକି କୃଷକ ଉତ୍ପାଦକ ସଂଗଠନର ବିବରଣୀ, ସ୍ଥାନ, ସଫଳତାର କାହାଣୀ ଏବଂ ବୈଷୟିକ ଆଉ ସଂସ୍ଥାଗତ ସହଯୋଗ ସହିତ କ୍ରେତା-ବିକ୍ରେତାଙ୍କ ମାଧ୍ୟମର ସଂଯୋଗ ସ୍ଥାପନ କରିବ । ସହଜ ବୁଝାମଣା ପାଇଁ କୃଷକ ଉତ୍ପାଦନ ସଂଗଠନ ପରିଚାଳନା ତାଲିମ୍ ଏବଂ ଦ୍ୱିଭାଷୀ ଦସ୍ତାବିଜ ପ୍ରକାଶନ ପାଇଁ ଷ୍ଟେଟ୍ ନୋଡାଲ ଟ୍ରେନିଂ ଇନ୍ଷ୍ଟିଚୁ୍ୟଟ୍ ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ । ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ  ପରିଚାଳନା ତାଲିମ ତଥା ନିୟମାବଳୀ ଓ ଜ୍ଞାନକୌଶଳର ଦ୍ୱିଭାଷୀ ଦସ୍ତାବିଜ ପ୍ରତିଷ୍ଠା ପ୍ରକାଶନ ଏହି ଉକ୍ରର୍ଷ କେନ୍ଦ୍ରର ଅନ୍ୟତମ ପ୍ରୟାସ । ଉତ୍ପାଦନ ଆରମ୍ଭ ହେବାଠାରୁ ସରିବା ପର୍ଯ୍ୟନ୍ତ ବୈଷୟିକ ସାହାଯ୍ୟ ସହଯୋଗ କୃଷି ବିଜ୍ଞାନ କେନ୍ଦ୍ର ତାଲିମ ମାଧ୍ୟମରେ ଦିଆଯାଇପାରିଛି । ନିୟମିତ ସମ୍ବାଦପତ୍ର, ବିବରଣୀ ପୁସ୍ତିକା ଏବଂବୈଷୟିକ ଦସ୍ତାବିଜଗୁଡ଼ିକ କୃଷକ ଉତ୍ପାଦକ ସଂଗଠନକୁ ଆଧୁନିକୀକରଣ କରିବାରେ ସମର୍ଥ ହେବ । ଉଭୟ ରାଜ୍ୟ ଏବଂ ଆନ୍ତଃରାଜ୍ୟ ପ୍ରଶିକ୍ଷଣ ପଦ୍ଧତି ମାଧ୍ୟମରେ ଉନ୍ନତ ପ୍ରଦର୍ଶନ କରୁଥିବା କୃଷକ ଉତ୍ପାଦକ ସଂଗଠନମାନେ ଅନ୍ତର୍ଦୃଷ୍ଟି ସହିତ କୃଷକ ଉତ୍ପାଦକ ସଂଗଠନ ସଦସ୍ୟମାନଙ୍କୁ ଉତ୍ପାହିତ କରିବେ । କେନ୍ଦ୍ର ମଧ୍ୟ ହ୍ୱାଟସଆପ୍ ଗ୍ରୁପକୁ ଆଗେଇ ନେବାର ଯୋଜନା କରିଛି, ଯେଉଁଥିରେ ଦ୍ରବ୍ୟ-ନିର୍ଦ୍ଦିଷ୍ଟ ଗ୍ରୁପ, ଅଧିକ ଭାଗିଦାରୀ, ତଥ୍ୟ ସଂଗ୍ରହ ପାଇଁ ବିଶେଷଜ୍ଞମାନଙ୍କ ସାହାଯ୍ୟ ଲପଲବ୍ଧ ରହିବ । ଏହା ଛଡ଼ା ସମୟ ସମୟରେ କ୍ରେତା-ବିକ୍ରେତାଙ୍କ ମିଳନ, କୃଷକ ଉତ୍ପାଦକ ସଂଗଠନ ପାଇଁ ବଜାର ସହିତ ସମ୍ପର୍କ ଏବଂ ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ସୁଯୋଗକୁ ପ୍ରୋତ୍ସାହିତ କରିବ ।
                                              ଡ.ସର୍ବାଣୀ ଦାସ
ଓୟୁଏଟି, ଭୁବନେଶ୍ୱରରେ ବିଭ୍ରାନ୍ତି