ବିଦାୟୀ ବାଇଡେନଙ୍କ ଘୃଣ୍ୟ ଷଡ଼ଯନ୍ତ୍ର
ସୋମେନ୍ଦ୍ର ଜେନା : ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭାବେ ବିଜୟକୁ ଡେମୋକ୍ରାଟ ପାର୍ଟି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଖୋଦ ଜୋ ବାଇଡେନ ହଜମ କରିନପାରି ଏବେ ଗୋଟିଏ ପରେ ଗୋଟିଏ ଘୃଣ୍ୟ ଷଡଯନ୍ତ୍ର ପଛରେ ପଡିଛନ୍ତି । ପୃଥବୀକୁ ଅନ୍ତତଃ ଆଗାମୀ ଅଳ୍ପ ଦିନରେ ବିଶ୍ୱଯୁଦ୍ଧକୁ ଠେଲି ଦେବାଲାଗି ବାଇଡେନ୍ ୟୁକ୍ରେନକୁ କ୍ଷେପଣାସ୍ତ୍ର ଯୋଗାଇଦେବା ସହ ମସ୍କୋ ସମେତ ରୁଷିଆର ଅନ୍ୟାନ୍ୟ ସହର ଉପରକୁ ମାଡ କରିବାକୁ କହିବାପରେ ଏବେ ପରିଣାମ କ୍ଷତିକାରକ ହେବା ଆଶଙ୍କା କରାଯାଉଛି । ବାଇଡେନଙ୍କ ଯୁଦ୍ଧଖୋର ମନୋଭାବ ଯୋଗୁ ଟ୍ରମ୍ପ ସରକାର କ୍ଷମତାକୁ ଆସିବା ଆଗରୁ କେମିତି ହେଉ ଏକ ବଡ ଯୁଦ୍ଧ ସଂଗଠିତ କରିବାକୁ ବାଇଡେନ ·ହୁଁଛନ୍ତି । ଟ୍ରମ୍ପ ସରକାର ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଘୋଷଣା ସମ୍ଭାବନା ଯୋଗୁ ୟୁରୋପର ରାଷ୍ଟ୍ରଙ୍କୁ ଯୁଦ୍ଧ ଜାରି ରଖିବାକୁ ବାଇଡେନ ପରାମର୍ଶ ଦେଇଛନ୍ତି ।
ଡେମୋକ୍ରାଟ ସରକାର ·ହୁଁଥିଲେ ଲିବିୟାର ଗଦାଫିଙ୍କ ଅବସ୍ଥା ପୁତିନ ଭୋଗ କରନ୍ତୁ । ବାଇଡେନ ପାକିସ୍ଥାନ, ବଙ୍ଗଳାଦେଶ, ଆଲବାନିଆରେ ସରକାରଗୁଡିକୁ ଜବରଦସ୍ତ ପରିବର୍ତ୍ତନ କରିଥିଲେ । ତୈ÷ଳ, ଗ୍ୟାସ ଏବଂ ଔଷଧପତ୍ର ମାଧ୍ୟମରେ ପୃଥିବୀରେ ଅଭାବ ସୃଷ୍ଟିକରି ଅସ୍ଥିରତା ଆଳରେ ଯୁଦ୍ଧପ୍ରାୟ ସ୍ଥିତି ସୃଷ୍ଟିକରିବାକୁ ବାଇଡେନ ଷଡଯନ୍ତ୍ର କରିଥିଲେ । କିନ୍ତୁ ରୁଷିଆର ତୈଳ, ଗ୍ୟାସ ଓ ଔଷଧପତ୍ର ଯୋଗାଣ ସମସ୍ୟାକୁ ଭାରତ ଏବଂ ଚୀନ ସମ୍ଭାଳି ଦେବାପରେ ପୁତିନ ଏବେ ଅଧିକ ଶକ୍ତିଶାଳୀ ହୋଇ ଉଠିଛନ୍ତି । ଦେଶ ଭିତରେ ଅସ୍ଥିରତା ହେଲେ ରୁଷିଆ ଲୋକେ ପୁତିନଙ୍କର ପ୍ରଚଣ୍ଡ ବିରୋଧୀ ହେବେ ବୋଲି ବାଇଡେନ ମନେମନେ ଭାବିଥିଲେ, ଯାହା ହୋଇନାହିଁ । ଆମେରିକାରେ ବାଇଡେନଙ୍କ ସରକାର ସମଲିଙ୍ଗୀ ବିବାହ, ଲିଙ୍ଗପରିବର୍ତ୍ତନ ଆଦିକୁ ଖୋଲାଖୋଲି ସମର୍ଥନ ଦେବା ପରେ ଅନେକ ବିଭ୍ରାଟ ଦେଖାଦେଇଛି । ଏପରିକି ଷଡଯନ୍ତ୍ରରେ ଟ୍ରମ୍ପଙ୍କ ସମର୍ଥକ ଏଲନ ମସ୍କଙ୍କ ପୁଅ ମଧ୍ୟ ଲିଙ୍ଗ ପରିବର୍ତ୍ତନ କରି ଏଲନଙ୍କ ବିରୋଧୀ ହୋଇଛି, ଯାହାକୁ ମସ୍କ ଭୁଲିବା ଏତେ ସହଜ ନୁହେଁ । ତେଣୁ ସେ ଡେମୋକ୍ରାଟ ଦଳକୁ କ୍ଷମତାରୁ ହଟାଇବା ଲାଗି ଖୋଲାଖୋଲି ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ । ଅପରପକ୍ଷେ ଜର୍ଜ ସୋରେସଙ୍କ ପରି ବିବାଦୀୟ ବ୍ୟକ୍ତିମାନେ ବାଇଡେନଙ୍କ ଅର୍ଥ ଯୋଗାଣକାରୀ ରହି ଆସିଛନ୍ତି, ଯାହାକୁ ମସ୍କ ସମାଜ ବିରୋଧୀ ଏବଂ ମାନବ ସଭ୍ୟତାର ବିରୋଧୀ କହି ସମାଲୋଚନା କରିଆସିଛନ୍ତି ।
କ୍ଷମତାରୁ ଯିବା ପୂର୍ବରୁ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି ମାଧ୍ୟମରେ ଟ୍ରମ୍ପଙ୍କ ପାଇଁ ଅଶାନ୍ତି ସୃଷ୍ଟି କରିବାକୁ ବାଇଡେନ ଯୋଜନା କରିଛନ୍ତି । ରୁଷିଆ ଉପରେ ଆମେରିକା ପ୍ରଦତ୍ତ କ୍ଷେପଣାସ୍ତ୍ର ୟୁକ୍ରେନ ମାଡକଲାପରେ ଏବେ ପୁତିନ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଆଶଙ୍କା ଦେଖାଦେଇଥିବା ହେତୁ ୟୁରୋପ କେତେକ ରାଷ୍ଟ୍ର ନିଜ ଜନସାଧାରଣଙ୍କୁ ଆଗୁଆ ଖାଦ୍ୟ ଓ ଜଳ ଆଦି ସଂଗ୍ରହ କରି ରଖିବାକୁ କହିସାରିଲେଣି । ଏଥିରେ ନାଟୋ ରାଷ୍ଟ୍ରଗୁଡିକର କ୍ଷୟକ୍ଷତି ବଢିବା ସହ ୟୁରୋପରେ ଯୁଦ୍ଧର ଘନଘଟା ଦେଖାଦେବ ଏବଂ ୟୁକ୍ରେନରେ ଜନ-ଧନ କ୍ଷୟକ୍ଷତି ବୃଦ୍ଧିପାଇବ । ବାଇଡେନଙ୍କ ଏତାଦୃଶ ଯୁଦ୍ଧଖୋର ମନୋଭାବ ପାଇଁ ବିଶ୍ୱର ଅନେକ ରାଷ୍ଟ୍ର ନିଜର ଅନିଚ୍ଛା ସତ୍ତ୍ୱେ ଯୁଦ୍ଧରେ ସାମିଲ ହୋଇ କ୍ଷୟକ୍ଷତିର ସମ୍ମୁଖୀନ ହେବେ । କ୍ଷମତାରୁ ଯିବା ପୂର୍ବରୁ ଅସହିଷ୍ଣୁତାର ଗାତ୍ରଦାହ କିପରି ବାଇଡେନଙ୍କୁ ଅନ୍ଧ କରିଛି ଏହା ତାର ପ୍ରମାଣ ।
ଠିକ୍ ସେମିତି ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହାମାସ ଯୁଦ୍ଧକୁ ଦେଖାଯାଉ । ନିକଟରେ ଜାତିସଂଘର ଶରଣାର୍ଥୀମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଗାଡିର ତଲାସୀ କରିବା ପରେ ସେଥିରେ କ୍ଷେପଣାସ୍ତ୍ର ·ଲାଣ ହେଉଥିବାର ଘଟଣା ଦୃଷ୍ଟିକୁ ଆସିଛି । ଇସ୍ରାଏଲ ସେନା ସେଥିପାଇଁ ଜାତିସଂଘର ଶାନ୍ତି ବାହିନୀ ଅଶାନ୍ତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆଣିଛି । ଏପରିକି ଜାତିସଂଘ ସହାୟତା ପ୍ରଦାନକାରୀ କାର୍ଯ୍ୟାଳୟ ତଳେ ସନ୍ତ୍ରାସବାଦୀଙ୍କ ବଙ୍କର ରହିଥିବା ଜଣାପଡିଥିଲା । ସନ୍ତ୍ରାସବାଦୀମାନେ ସେହି ବଙ୍କରଗୁଡିକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ କରିଥିଲେ । ଏହା ଯେ ଜାତିସଂଘ ବାହିନୀ ଅଗୋଚରରେ ·ଲିଥିଲା ତାହା କହିବା ଭୁଲ ହେବ । ଜାତିସଂଘ ପକ୍ଷରୁ ନିଯୁକ୍ତ ସେନାବାହିନୀ ପୃଥିବୀର ଭିନ୍ନ ଭିନ୍ନ ଦେଶରେ ସ୍ଥାନୀୟ ରାଜନୀତି ଓ ସନ୍ତ୍ରାସ ସହ ସଂପୃକ୍ତ ହେବା ଯୋଗୁ ଜାତିସଂଘର ସମ୍ମାନ ହ୍ରାସ ପାଇବାରେ ଲାଗିଛି । ବାଇଡେନଙ୍କ ସହଯୋଗୀ ଇସଲାମିଷ୍ଟମାନେ ସାରା ପୃଥିବୀରେ ଗାଜା, ରାଫାକୁ ନେଇ ଯେତେ ପ୍ର·ର କରିଛନ୍ତି ହୁଥୀ-ହାମାସ-ହେଜବୋଲ୍ଲା ସନ୍ତ୍ରାସକୁ କେନ୍ଦ୍ରକରି ସେମିତି କିଛି କହିନାହାନ୍ତି । ବାଇଡେନଙ୍କ ନିରବ ସମର୍ଥନରେ ଆମେରିକାର ବିଶ୍ୱବିଦ୍ୟାଳୟଗୁଡିକରେ ଇସଲାମିଷ୍ଟମାନେ ଯେପରି ହିଂସାକାଣ୍ଡ କଲେ ତାହା ସମସ୍ତେ ଦେଖିଛନ୍ତି । ଇସ୍ରାଏଲକୁ ଅସ୍ତ୍ର ବିକ୍ରି ପାଇଁ କହୁଥିବା ବାଇଡେନ ମଧ୍ୟ ଅନେକ କ୍ଷେତ୍ରରେ ଇସ୍ରାଏଲର ବିରୋଧୀ ହୋଇଛନ୍ତି, ଯାହାକୁ ଟ୍ରମ୍ପ ସମର୍ଥନ କରିନାହାନ୍ତି ।
ଟ୍ରମ୍ପ ଟିମ୍କୁ କେନ୍ଦ୍ରକରି ବାଇଡେନଙ୍କ ଦଳ ଘୃଣା ସୃଷ୍ଟିକାରୀ ମନ୍ତବ୍ୟମାନ ଦେବାରେ ଲାଗିଛି । କିନ୍ତୁ ଟ୍ରମ୍ପ ନିଜ ଟିମ୍ର ଲୋକଙ୍କୁ ଅଧିକ ବୁଦ୍ଧିମତ୍ତାସଂପନ୍ନ ଓ ସାଧାରଣଜ୍ଞାନଯୁ୍କ୍ତ ବୋଲି ଲୋକଙ୍କୁ କହିଛନ୍ତି । ଏକଦା ବାଇଡେନଙ୍କ ଦଳରୁ ରାଷ୍ଟ୍ରପତି ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତୁଳସୀ ଗାବାର୍ଡ ନିଜ ଦଳ ମଧ୍ୟରେ ଆବଶ୍ୟକ ସମର୍ଥନ ପାଇନଥିଲେ ମଧ୍ୟ ଟ୍ରମ୍ପଙ୍କ ଦଳରେ ଯୋଗଦେଇ ଏବେ ରାଷ୍ଟ୍ରୀୟ ସୁରକ୍ଷା ମୁଖ୍ୟ ଦାୟିତ୍ୱ ନେବାକୁ ଯାଉଛନ୍ତି । ହେଲେ ସେ ନିଜ ଦଳରେ ଅବହେଳିତା ହୋଇଥିଲେ । ତାଙ୍କ ଅଧୀନରେ ଆମେରିକାର ୧୮ଟି ସୁରକ୍ଷା ବିଭାଗ କାର୍ଯ୍ୟ କରିବେ । ନିଜକୁ ହିନ୍ଦୁ ବୋଲି ପ୍ରକାଶକରି ଗର୍ବ ଅନୁଭବ କରୁଥିବା ତୁଳସୀଙ୍କ ପଛରେ ବିଶ୍ୱହିନ୍ଦୁ ପରିଷଦର ମେଘାନୀ ଏବଂ ହିନ୍ଦୁ ଆମେରିକା ଫାଉଣ୍ଡେସନ ରହିଥିବା କଥା କୁହାଯାଉଛି । ମୋଦୀଙ୍କ ଉପରେ ଡେମୋକ୍ରାଟ ଦଳ ଲଗାଇଥିବା ପ୍ରବେଶାଗତ କଟକଣାକୁ ହଟାଇବାରେ ଅତୀତରେ ତୁଳସୀ ବଡ ଭୂମିକା ନେଇଥିଲେ । ପାକ୍-ତୁର୍କୀ ଓ ଇସଲାମିକ ସନ୍ତ୍ରାସର ପ୍ରଚଣ୍ଡ ବିରୋଧୀ ତୁଳସୀ ଇସ୍କନର ସଂକୀର୍ତ୍ତନରେ ଭାଗନେବା, ଭଗବତ୍ଗୀତା ମୋଦୀଙ୍କୁ ଉପହାର ଦେବା ଘଟଣାକୁ ବାଇଡେନଙ୍କ ଗୋଷ୍ଠୀ ଓ ପାକ୍ ସମର୍ଥକଗଣ ଢେର ପ୍ର·ରକରି ସମାଲୋଚନା କଲେ ମଧ୍ୟ ଟ୍ରମ୍ପ କଠୋର ରହିଛନ୍ତି । ଠିକ୍ ସେମିତି ଟ୍ରମ୍ପଙ୍କ ଟିମ୍ର ମାର୍କୋ ରୁବିଓ ବିଦେଶ ମନ୍ତ୍ରୀ ହେବାକୁ ଯାଉଛନ୍ତି । ଆମେରିକାର ସଂସଦରେ ସେ ପାକ୍ ବିରୋଧୀ ବିଲ ଆଣି ଭାରତ ସହ ସଂପର୍କ ବଢାଇବାକୁ ଅତୀତରେ ଯୁକ୍ତି ଦର୍ଶାଇଥିଲେ ।
ଆମେରିକାର ସରକାରୀ ଦକ୍ଷତା ବିଭାଗର ଦାୟିତ୍ୱରେ ବିବେକ ରାମସ୍ୱାମୀ ଏବଂ ଏଲନ ମସ୍କ ରହିବେ ବୋଲି କୁହାଯାଇଛି । ସରକାରୀ ବିଭାଗଗୁଡିକରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକିବାଲାଗି ମସ୍କ ଅନେକ ସମୟରେ ମନ୍ତବ୍ୟ ଦେଇଛନ୍ତି । ବିବେକ ରାମସ୍ୱାମୀ ମଧ୍ୟ ଅର୍ଥନୀତି, ଟିକସଗତ ସଂସ୍କାର, ଆର୍ଥôକ ସୁପରି·ଳନା ବିଷୟରେ ଅନେକ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି । ସେମିତି ଟିମ୍ -ଟ୍ରମ୍ପର ସଦସ୍ୟ ପିଟ ଗେଟସେଠ ଆମେରିକାର ଆଗାମୀ ସୁରକ୍ଷା ସଚିବ ଦାୟିତ୍ୱ ଗ୍ରହଣ କରିବେ । ଅତୀତରେ ସେ ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ରହିବାକୁ ଥିଲା । କିନ୍ତୁ ତାଙ୍କ ଶରୀରରେ କ୍ରୁସେଡ ଯୁଦ୍ଧର ସ୍ଲୋଗାନ ଲେଖାଥିବା ଦୃଷ୍ଟିରୁ ତାଙ୍କୁ ନିଯୁକ୍ତି ମିଳିନଥିଲା । କିନ୍ତୁ ଟ୍ରମ୍ପ ବାଇବେଲକୁ ଆମେରିକାର ପ୍ରତି ଘରେ ପହଞ୍ଚାଇବା କଥା କହିବା ସହ ଖ୍ରୀଷ୍ଟିଆନ ଜାତୀୟବୋଧ ବିଷୟ ଉଲ୍ଲେଖ କରିଛନ୍ତି । ତେଣୁ ପିଟଙ୍କ ଶରୀରରେ ଥିବା ଜେରୁଜେଲମ କ୍ରସ ଏବଂ କୁ୍ରସେଡଯୁଦ୍ଧର ସ୍ଲୋଗାନ ‘ଦସ ୱଲଟ’ ଏବେ ବାଇଡେନଙ୍କ ଦଳୀୟ ଲୋକଙ୍କ ପାଇଁ ପ୍ରଚଣ୍ଡ ଅସହ୍ୟ ହୋଇଛି । ସେମାନେ ପିଟଙ୍କୁ ହିଟଲରର ସମର୍ଥକ, ମାନବତା ବିରୋଧୀ କହି କେତେ କଣ ସମାଲୋଚନା କରିବାରେ ବ୍ୟସ୍ତ । ଏକଥା ସତ ଯେ କଠୋରବାଦୀ ଟ୍ରମ୍ପଙ୍କ ଦ୍ୱିତୀୟପାଳିର ସରକାର ଢେର ଭିନ୍ନ ହେବ । ଭାରତର ନରେନ୍ଦ୍ର ମୋଦୀ ବିକଶିତ ଭାରତ, ଶ୍ରେଷ୍ଠ ଭାରତ କଥା କହିଲାପରି ଟ୍ରମ୍ପ ମଧ୍ୟ ଆମେରିକାକୁ ଶକ୍ତିଶାଳୀ, ପ୍ରଭାବଶାଳୀ, ସମୃଦ୍ଧ କରି ଗଢି ତୋଳିବାକୁ ଘୋଷଣା କରିଛନ୍ତି । ବାଇଡେନଙ୍କ ଯୁଦ୍ଧ ଷଡଯନ୍ତ୍ର ସଂପର୍କରେ ସେ ଅନେକ କଟୁମନ୍ତବ୍ୟ ମଧ୍ୟ ପୂର୍ବରୁ ଦେଇସାରିଛନ୍ତି । ବାଇଡେନ କିପରି ସାରା ପୃଥିବୀରେ ଯୁଦ୍ଧର ଘନଘଟା ଉଠାଉଛନ୍ତି, ଅସ୍ଥିରତା, ଅଶାନ୍ତି, ଅବ୍ୟବସ୍ଥା, ହିଂସା, ରକ୍ତପାତକୁ ସୁଯୋଗ ଦେଇ ଆସିଛନ୍ତି, କିପରି ଆମେରିକାର ବନ୍ଧୁ ରାଷ୍ଟ୍ରଗୁଡିକୁ ଶତ୍ରୁରାଷ୍ଟ୍ରରେ ପରିଣତ କରିଛନ୍ତି, ଟ୍ରମ୍ପ ସେ ବିଷୟରେ ଅନେକବାର କହିଛନ୍ତି । କିନ୍ତୁ ଏବେ ବିଶ୍ୱଯୁଦ୍ଧର ଷଡଯନ୍ତ୍ର ରଚିଥିବା ବାଇଡେନଙ୍କ ଘୃଣ୍ୟ କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଛନ୍ତି । ନିଜ ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ବାଇଡେନଙ୍କ ପଦକ୍ଷେପକୁ ପାଗଳାମୀ ଆଖ୍ୟା ଦିଆଯାଉଛି ।
ଭାରତୀୟ ସମ୍ବାଦ ସେବା (ଭାସ)
ଭୁବନେଶ୍ୱର-୭୫୧୦୦୩