ବିବିଧତାରୁ ଏକତା 


ଥରେ ଖରାଛୁଟିରେ ମୋର ସ୍ୱାମୀ ପ୍ରବୁଦ୍ଧ ଝିଅ ପ୍ରଜ୍ଞା, ଶାଶୁ ଭାରତୀ ଓ ପୁଅ ବିବେକାନନ୍ଦ ମିଶି ଭାରତ ଭ୍ରମଣରେ ବାହାରିଲୁ । ରାଜସ୍ଥାନର ଜୟପୁର, ମଦୁରାଇର ମିନାକ୍ଷୀ, କାଶୀ ବିଶେଶ୍ୱର, ଜାମ୍ମୁ-କାଶ୍ମୀରର ବୈଷ୍ଣୋଦେବୀ ପ୍ରଭୃତି ସ୍ଥାନ ତୀର୍ଥସ୍ଥଳୀ ଦେଖି ଆମେ ମାନେ ଅଭିଭୂତ ହୋଇ ପଡ଼ିଥିଲୁ । ଭାରତର ପ୍ରତ୍ୟେକ ସ୍ଥାନ ଥିଲା ପବିତ୍ର ଓ ଗୋଟିଏ ଗୋଟିଏ ଫୁଲ ସଦୃଶ । ଲାଗୁଥିଲା ସତେ ଯେପରି ଭାରତର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ସୂତାରେ ବନ୍ଧା ଏକ ବିରାଟ ଫୁଲହାର ଯାହାକି ଭାରତ ମାତାଙ୍କ ବକ୍ଷରେ ଶୋଭା ପାଉଛି । ଗଙ୍ଗା, ଯମୁନା, ସରସ୍ୱତୀ ପରି ପବିତ୍ର ନଦୀ ଯାହାକୁ ସମସ୍ତ ଭାରତୀୟ ପୂଜାର୍ଚ୍ଚନା କରନ୍ତି ସେଗୁଡ଼ିକ ଜଳ ଭାରତମାତାର ପାଦକୁ ଧୌତ କରୁଛି । ବିଭିନ୍ନ ଚିଡ଼ିଆଖାନା ଓ ଜଙ୍ଗଲରେ ଥିବା ପଶୁପକ୍ଷୀ ମାନଙ୍କୁ ଭାରତୀୟମାନେ ପୂଜା କରନ୍ତି । ଯଥା ଷଣ୍ଢକୁ ନନ୍ଦୀ ଭାବେ, ଗରୁଡ଼ ପକ୍ଷୀକୁ କୃଷ୍ଣଙ୍କ ବାହନ ଭାବେ ପେଚାକୁ ଲକ୍ଷ୍ମୀଙ୍କ ବାହନ, ମୂଷାକୁ ଗଣେଶଙ୍କର, ମୟୂରକୁ କାର୍ତ୍ତିକେୟଙ୍କର ବାହନ, ସିଂହକୁ ଦୁର୍ଗାଙ୍କର ବାହନ ଓ ସର୍ପକୁ ଶିବଙ୍କର ଆଭୂଷଣ ଭାବେ ପୂଜା କରିଥାନ୍ତି । ସେହିପରି ଆମ୍ଭେମାନେ ଦେଖିଲୁ ହିମାଳୟ, ଗିରିଗୋବର୍ଦ୍ଧନ ପର୍ବତ, ବିନ୍ଧ୍ୟ ପର୍ବତକୁ ଭାରତୀୟମାନେ ପୂଜା କରନ୍ି । ବିବେକାନନ୍ଦ ଦେଖି ଖୁସି ହୋଇ କହିଲା "ବାପା ଆମର କି ସୁନ୍ଦର ଦେଶ, ଯେଉଁଠାରେ ଜଳ, ସ୍ଥଳ, ବନ, ଗିରି, ଆକାଶ, ପଶୁପକ୍ଷୀ ସମସ୍ତେ ପୂଜ୍ୟ ଓ ପୂଜିତ ।'
ମୁଁ ରାଜସ୍ଥାନୀ ଶାଢ଼ି, କାଞ୍ଜିଭରମ, ବିଷ୍ଣୁପୁରୀ ଶାଢ଼ି ସବୁ ଦେଖି ଇଛା ହେଉଥାଏ ପ୍ରତିମୁହୂର୍ତ୍ତରେ ଗୋଟିଏ ଗୋଟିଏ ବଦଳାଇ ପିନ୍ଧିବା ପାଇଁ ଅବଶ୍ୟ ଓଡ଼ିଶାର ସମ୍ବଲପୁରୀ ଶାଢ଼ି ମଧ୍ୟ ଅନ୍ୟଶାଢ଼ି ତୁଳନାରେ କିଛି କମ ନୁହେଁ । ସବୁଠାରୁ ଆନନ୍ଦର ବିଷୟ ଦେଖିଲି, ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ ନିର୍ବିଶେଷରେ ଭାରତୀୟମାନେ ବିଭିନ୍ନ ପ୍ରକାରର ବସ୍ତ୍ର ଆଭୂଷଣ ପରିଧାନ କରି ଅପୂର୍ବ ଶୋଭା ବର୍ଦ୍ଧନ କରୁଛନ୍ତି । ଆମେ ଫେରୁଥିବା ସମୟରେ ନିର୍ବାଚନର ଉଷ୍ଣତା ବଢ଼ି ଯାଇଥିଲା । କେତେକ ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଦୁଇ ତିନି ଦଳ ଲୋକ ଗୋଟିଏ ତିନିକୋଣିଆ ଛକରେ ବିଭିନ୍ନ ପ୍ରକାର ଡାକ ଦେଇଥିଲେ ଯଥା ଦଳେ କହୁଥାନ୍ତି ଜୟଶ୍ରୀରାମ । ଆଉ ଏକ ଦଳ କହୁଥାନ୍ତି ଜୟ ମା'ଦୁର୍ଗା । ଆଉ ଏକ ଦଳ ଜୟ ଜଗନ୍ନାଥ କହୁଥାନ୍ତି । ଆଉ କେତେକ କହୁଥାନ୍ତି କୁହ ଜୟବଜରଙ୍ଗବାଲୀ । ରାସ୍ତାରେ ପ୍ରବଳ ଭିଡ଼ ଜମି ଥିବାରୁ ପ୍ରବୁଦ୍ଧ କହିଲେ ଚାଲ ଏ ଛକରୁ ପଳେଇ ଯିବା ନଚେତ ଯେ କୌଣସି ସମୟରେ ରାଜନୈତିକ ହିଂସା ଘଟିପାରେ । ଆମେ ଭାରତ ଭ୍ରମଣ ସାରି ଟ୍ରେନରେ ଫେରୁଥିବା ସମୟରେ ପ୍ରଜ୍ଞା ବାପାଙ୍କୁ ପଚାରିଲା ଆମ ଦେଶକୁ ଇଂରାଜୀରେ ଇଣ୍ଡିଆ କୁହାଯାଏ ଓ ହିନ୍ଦୀରେ ହିନ୍ଦୁସ୍ଥାନ କୁହାଯାଏ । ପ୍ରକୃତରେ ହିନ୍ଦୁସ୍ଥାନ ଶବ୍ଦର ଅର୍ଥ କ'ଣ? ପ୍ରବୁଦ୍ଧ ଇତିହାସର ଅଧ୍ୟାପକ ଥିଲେ । ବିଭିନ୍ନ ପ୍ରକାର ଆମୋଦ ପ୍ରମୋଦ ସହିତ ଟ୍ରେନରେ ସୁସ୍ୱାଦୁ ଖାଦ୍ୟ ଖାଉଥିବା ସମୟରେ ହିନ୍ଦୁସ୍ଥାନ ଶବ୍ଦର ଅର୍ଥ ବୁଝାଇ କହିଲେ, ସ୍ଥାନ ମାନେ ଏକ ଜାଗା । ହିନ୍ଦୁ ଶବ୍ଦକୁ ସେ ଭାଗ ଭାଗ କରିଦେଲେ ଓ କହିଲେ ଐ ଓ ଘ ଊ ଟ - ହିନ୍ଦୁ । କହିଲେ ଏହାକୁ ଏଭଳି ମଧ୍ୟ ଦେଖାଯାଇପାରେ । ଯଥା: ‘ଐ’ ଶବ୍ଦର ଅର୍ଥ ହେଲା ଇତିହାସ । କୌଣସି ଦେଶର ଭାରତ ପରି ଇତିହାସ ନାହିଁ । ଯାହାକି ସର୍ବ ପୁରାତନ । ଏହା ରାମ, କୃଷ୍ଣ, ବୁଦ୍ଧ, ମହାବୀର, ଗୁରୁ ନାନକଙ୍କର ଜନ୍ମସ୍ଥାନ । ଏହା ହିଁ ଆମର ଇତିହାସ । ଏହା ଆମର କଳା, ସଂସ୍କୃତି ଅତ୍ୟନ୍ତ ପୁରାତନ । ‘ଓ’ ଶବ୍ଦକୁ ବୁଝାଇବାକୁ ଯାଇ କହିଲେ (ଓଦ୍ଭୟସଙ୍ଖସୟଙ୍କବକ୍ଷସଗ୍ଧଚ୍ଚ) ଅର୍ଥାତ୍ ବ୍ୟକ୍ତିତ୍ୱ । ତୁମେ ଦେଶର ଯେଉଁ କୋଣ ଅନୁକୋଣରେ ଥାଅନା କାହିଁକି ତୁମେ ତୁମର ବ୍ୟକ୍ତିତ୍ୱକୁ ବଜାୟ ରଖ । ଗର୍ବ ଅନୁଭବ କର ତୁମେ ବିଶାଳ ଦେଶର ଏକ ସ୍ୱତନ୍ତ୍ର ନାଗରିକ । ଏହା ନେତୃତ୍ୱକୁ ମଧ୍ୟ ବୁଝାଏ । ମହାତ୍ମା ଗାନ୍ଧିଙ୍କ ନେତୃତ୍ୱ ସାରା ପୃଥିବୀରେ ଆଦୃତ । ‘ଘ’ ଶବ୍ଦକୁ ଯାଇ ବୁଝାଇବାକୁ କହିଲେ (ଘବଗ୍ଧସକ୍ଟଦ୍ଭବକ୍ଷସଗ୍ଧଚ୍ଚ) ଜାତୀୟତା । ବିଭିନ୍ନତାରେ ଭରା କାଶ୍ମୀର ଠାରୁ କନ୍ୟାକୁମାରୀ ଭାରତ ଏକ । ରହିବା, ଖାଇବା, ଚଳନୀ ବସ୍ତ୍ର ସବୁ ଅଲଗା ହୋଇପାରେ ମାତ୍ର ଆମେ ଏକ । ଜାତି, ବର୍ଣ୍ଣ, ରଙ୍ଗ, ଧର୍ମ ନିର୍ବିଶେଷରେ ମହାଭାରତ, ରାମାୟଣ, ଭଗବତ ଗୀତ ଅଦ୍ୱିତୀୟ ଓ ସର୍ବଜନପ୍ରିୟ । ଭାରତ ତାର ଜାତୀୟତା ବିଭିନ୍ନ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ବଜାୟ ରଖିଛି । ‘ଊ’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ କହିଲେ (ଊସଙ୍ଖସଦ୍ଭସଗ୍ଧଚ୍ଚ) ବା ଦୈବତ୍ୱ । ଭାରତର ନଦୀ, ପର୍ବତ, ପଶୁପକ୍ଷୀ ସମସ୍ତେ ପୂଜିତ । ପର୍ବତ ଉପରେ ଥିବା ତିରୁପତି ପୂଜା ପାଆନ୍ତି । ଦକ୍ଷିଣରେ ଶବରୀମାଳା ପର୍ବତ ମଧ୍ୟ ପୂଜା ପାଆନ୍ତି । ଭାରତୀୟମାନେ ଉଇହୁଙ୍କାରେ କ୍ଷୀର ଦେଇ ପୂଜା କରିଥାନ୍ତି । ଭାରତର ପ୍ରତ୍ୟେକ ମନୁଷ୍ୟ ଏକ ଏକ ଚାଲୁଥିବା ଭଗବାନ । ‘ଟ’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ କହିଲେ (ଟଦ୍ଭସଗ୍ଧଚ୍ଚ) ଏକତ୍ୱ । ହାତ, ଗୋଡ଼, ପାଟି ଅଲଗା ହୋଇଥିଲେ ମଧ୍ୟ ମନୁଷତ୍ୱ ଏକ । ଆକାଶରେ ତାରକା ଅନେକ ଥିଲେ ମଧ୍ୟ ଆକାଶ ଏକ । ସେହିପରି ଭାରତରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅନେକ ଲୋକ ରହୁଥିଲେ ମଧ୍ୟ ଧର୍ମ ଏକ । ଭାରତ ସର୍ବ ଧର୍ମକୁ ସମ୍ମାନ ଦିଏ । ଭାରତରେ ଧର୍ମକୁ ନେଇ ବିଭାଜନ ସୃଷ୍ଟି କରାଯାଇ ପାରିବନାହିଁ ।  ଚଗଲି ପ୍ରଜ୍ଞା କହିଲା ବାପା ତୁମେ ଏତେ କଥା ଯଦି ଜାଣିଥିଲ ଆନେ୍ଦାଳନକାରୀକୁ ତୁମେ ବୁଝାଇଲ ନାହିଁ କାହିଁକି? ବାପା କହିଲେ ତୋ କଥା ଶୁଣିଥିଲେ "ହାଟ ମଧ୍ୟେ ବ୍ରହ୍ମଜ୍ଞାନ' ହୋଇଯାଇଥାନ୍ତା । 
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬