ବିଶ୍ୱ ତମାଖୁ ନିରୋଧ ଦିବସ
ବିଶ୍ୱ ତମାଖୁ ନିରୋଧ ଦିବସ ଶା ସେବନ ଯେ ଶରୀର ପାଇଁ ଅତ୍ୟନ୍ତ ଭୟଙ୍କର ଓ କ୍ଷତିକାରକ ଏହା ସମସ୍ତେ ଜାଣନ୍ତି । ତଥାପି ଏହି ଦିଗଟିକୁ ନିଶାଗ୍ରସ୍ତମାନେ ସାମାନ୍ୟତମ ଭାବେ ଖାତିର କରିନଥାନ୍ତି । ତମାଖୁ ରାକ୍ଷସ ନିଶାଖୋରଟିକୁ ପଙ୍ଗୁ କରି ବିକଳାଙ୍ଗ କରିଦେବା ସହ ସବୁକିଛି ଜାଳି ପୋଡ଼ି ଭିତରେ ଛାରଖାର କରିଦେଇଥାଏ । ବିଶ୍ୱ ତମାଖୁ ନିରୋଧ ଦିବସରେ ସମଗ୍ର ବିଶ୍ୱରେ ତମାଖୁ ସେବନର ଅପକାରିତା ସ୍ୱାସ୍ଥ୍ୟଗତ ଭୟାବହତା ଉପରେ ଅଙ୍କୁଶ ଲଗାଇବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଥମେ ପ୍ରୟାସ ଆରମ୍ଭ ହୋଇଥିଲା । ୧୯୮୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଧିବଦ୍ଧ ଭାବରେ ପ୍ରସ୍ତାବ ଆଗତ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚାଳିଶତମ ପ୍ରତିଷ୍ଠା ଦିବସ ଅପ୍ରେଲ ୭, ୧୯୯୮ ମସିହା ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରିବାକୁ ସର୍ବସମ୍ମତି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା । ସେ ସମୟରେ ତମାଖୁ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ଅତିକମ୍ରେ ଗୋଟିଏ ଦିନ ଏଥିରୁ ବିରତ ରହିବାକୁ ସଚେତନ ମାଧ୍ୟମରେ ସେମାନଙ୍କୁ ଅନୁରୋଧ କରାଯାଉଥିଲା । ୧୯୮୮ରେ ଏହି ସଂଗଠନ ପକ୍ଷରୁ ଆଉ ଏକ ପ୍ରସ୍ତାବ ୱାଲର୍ଡ଼ ହେଲଥ୍ ଆସେମ୍ବ୍ଲି ଅଧିବେଶନରେ ଉପସ୍ଥାପନ କରାଯାଇଥିଲା ଯାହାପାଇଁ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଇ ଆସୁଅଛି । ଏହି ନିଶାସେବନର ଅନ୍ୟତମ ବାହକ ସାଜିଥିବା ତମାଖୁ ବିରୋଧରେ ପ୍ରତିବର୍ଷ ମେ ୩୧ ତାରିଖ ଦିନ ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ ହୋଇଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି - "କ୍ଲିୟର ୟୋର ଲଙ୍ଗସ୍, କ୍ଲିୟର ୟୋର ଲାଇଫ, କୁଇଟ ଟବାକୋ' ।
ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ପ୍ରମୁଖ ସମସ୍ୟା ଭିତରେ ତମାଖୁ ସେବନ ଅନ୍ୟତମ । ପ୍ରତିବର୍ଷ ପୃଥିବୀର ଜନସଂଖ୍ୟାର ହାରାହାରି ୬ ପ୍ରତିଶତ ଲୋକ ତମାଖୁ ସେବନ ଯୋଗୁଁ ଅକାଳ ମୃତୁ୍ୟବରଣ କରିଥାନ୍ତି । ଶରୀରରେ ଏଭଳି କେତେକ ନିର୍ଦ୍ଧିଷ୍ଟ ଜିନ୍ ରହିଥାଏ ଯାହା ତମାଖୁ ସେବନ ପ୍ରତି ଜଣକୁ ପ୍ରୋତ୍ସାହିତ କରିଥାଏ । ସମ୍ପ୍ରତି ଯୁବପିଢ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହୋଇ ନିଜ ଜୀବନକୁ ବିପନ୍ନ କରୁଛନ୍ତି । ତମାଖୁରେ ଥିବା ନିକୋଟିନ୍ ନାମକ ବିଷାକ୍ତ ତତ୍ତ୍ୱ ରକ୍ତରେ ପ୍ରବାହିତ ହୋଇ ସାମୂହିକ କ୍ଷଣିକ ପ୍ରଫୁଲ୍ଲତା ଓ ପରବର୍ତ୍ତୀ ସମୟରେ ସୁସ୍ଥସବଳ ଦେହଟିକୁ ନଷ୍ଟ ବିନଷ୍ଟ କରିଥାଏ । ତମାଖୁ ସେବନ ଏକ ଭୟଙ୍କର ମାଦକ ଦ୍ରବ୍ୟ । ଯେଉଁଥିରେ ଏକରୁ ଆଠ ପ୍ରତିଶତ ନିକୋଟିନ୍ ନାମକ କ୍ଷାରୀୟ ପଦାର୍ଥ ରହିଥାଏ । ଏହାକୁ ନିୟମିତ ସେବନ କଲେ ମାନସିକ ଅବସାଦ, ଶ୍ୱାସ, ଶାରୀରିକ ଦୁର୍ବଳତା, ରକ୍ତହୀନତା, ଯକୃତ ବିକାର, ଦୃଷ୍ଟିଶକ୍ତି ନାଶ, ମାନସିକ ଅବସାଦ ତଥା ମୁଖର ବିଭିନ୍ନ ରୋଗ ଉତ୍ପନ୍ନ ହୋଇଥାଏ । ଧୂମପାନ କରୁଥିବା ବ୍ୟକ୍ତିଙ୍କର ନିୟମିତ ବ୍ୟବଧାନରେ ପେଟ ଯନ୍ତ୍ରଣା ହୁଏ ଓ ଏହା ବିଶେଷକରି ଲିଭର ଓ ବୃକକ୍ ଉପରେ ଗୁରୁତର ପ୍ରଭାବ ପକାଇଥାଏ ଯାହାକି ପରବର୍ତ୍ତୀ ସମୟରେ ପେଟ ସମ୍ବନ୍ଧୀୟ ବିଭିନ୍ନ ଭୟାନକ ରୋଗରÿ କାରଣ ପାଲଟିଥାଏ । କେତେକ କ୍ଷେତ୍ରରେ ଉଭୟ ଲିଭର ଓ କିଡ଼ନୀ ନଷ୍ଟ ହୋଇଯାଇଥାଏ । ଆଉ କେତେକ ରୋଗୀ ଯୁବାବସ୍ଥାରୁ ଏହାର ଶିକାର ହୋଇ ମୃତୁ୍ୟ ପର୍ଯ୍ୟନ୍ତ ଏକ ପ୍ରକାରର ବିକଳାଙ୍ଗ ଜୀବନ ନିର୍ବାହ କରିଥାନ୍ତି । ପ୍ରତିବର୍ଷ ଏହି ତମାଖୁ ରାକ୍ଷସର କବଳରେ ଛଅ ମିଲିଅନ୍ର ଲୋକ ଶିକାର ହୋଇଥାନ୍ତି । ଆମ ରାଜ୍ୟରେ ବର୍ଷକୁ କର୍କଟ ଆକ୍ରାନ୍ତ ହେଉଥିବା ପ୍ରାୟ ୫୦,୦୦୦ ଲୋକଙ୍କୁ ମଧ୍ୟରୁ ଅଦେ୍ର୍ଧକ ଗୁଟ୍ଖା, ତମାଖୁ, ଧୂମପାନଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ମୃତୁ୍ୟବରଣ କରୁଥିବା ପ୍ରାୟ ୩୦୦୦ ରୋଗୀଙ୍କ ମଧ୍ୟରୁ ୧୨୦୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ଏହି କାରଣରୁ ଘଟୁଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଯେତେ ଲୋକ କର୍କଟରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ଦକ୍ଷିଣ ଏସୀୟ ଦେଶ ସମୂହ ଅଞ୍ଚଳର । ସିଗାରେଟ କିମ୍ବା ବିଡ଼ି ଧୂଆଁରେ ଚାରି ହଜାରରୁ ଅଧିକ କ୍ଷତିକାରକ ରାସାୟନିକ ପଦାର୍ଥ ରହୁଥିବାରୁ ଏହା ଶରୀର ଭିତରେ ଫୁସ୍ଫୁସ୍ କ୍ୟାନସର, ବ୍ରୋଙ୍କାଇଟିସ୍, ହୃଦ୍ଘାତ ଏବଂ ମସ୍ତିଷ୍କରେ ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ଏହା ମୂତ୍ରାଶୟ, ଖାଦ୍ୟନଳୀ, ବୃକକ୍, ପାକସ୍ଥଳୀ ଓ ଜରାୟୁ କର୍କଟରୋଗର କାରଣ ସାଜିଥାଏ । ସ୍ତ୍ରୀଲୋକମାନେ ଧୂମପାନ କରୁଥିଲେ ଜନ୍ମିତ ଶିଶୁଟି କମ୍ ଓଜନର ହେବା ସହିତ ଶିଶୁଟି ଫୁସ୍ଫୁସ୍ ଜନିତ ରୋଗରେ ପୀଡ଼ିତ ହେବାର ଯଥେଷ୍ଟ ଆଂଶକା ରହିଥାଏ । ବର୍ତ୍ତମାନର ଯୁବପିଢ଼ି ଧୂମପାନ ବ୍ୟତୀତ ତମାଖୁ ଓ ଗୁଟକାକୁ ବହୁଳ ବ୍ୟବହାର କରୁଥିବାରୁ ମୁଖ୍ୟ ଗହ୍ୱର ଓ ଦାନ୍ତ ମାଢ଼ିରେ ବହୁଳ ଭାବରେ କ୍ଷତ ଦେଖାଯାଇଥାଏ । ସବୁଠାରୁ ଉଦ୍ବେଗଜନକ ପ୍ରସଙ୍ଗ ହେଉଛି ସେମାନଙ୍କ ଭିତରୁ ୬୦୦୦୦୦ ଲୋକ ଧୂମପାନ ବା ନିଶା ସେବନ କରିନଥାନ୍ତି କିନ୍ତୁ ତାଙ୍କ ପାଖରେ ଏହି ନିଶାଖୋରଙ୍କ ସଂସ୍ପର୍ଶ ରହୁଥିବାରୁ ପାରିପାଶ୍ୱର୍ିକ ପ୍ରଭାବ ସେମାନଙ୍କୁ ମୃତୁ୍ୟମୁଖକୁ ଟାଣି ନେଇଥାଏ (ସେକେଣ୍ଡହ୍ୟାଣ୍ଡ ଧୂମପାନ) । ତମାଖୁ ରାକ୍ଷାସ କବଳରୁ ଜଣେ ଯେ ମୁକ୍ତି ପାଇ ପାରିବ ନାହିଁ ତାହାନୁହେଁ ।
ତମାଖୁ ସେବନର ଭୟାବହତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱର ସହ ବିଚାର କରି ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି । ସେହିପରି ତମାଖୁକୁ ଆକର୍ଷିତ କରିବା ପାଇଁ ବିଜ୍ଞାପନ, ସାମାଜିକ ଓ ଆଇନଗତ କଟକଣା ନଥିବା ଯୋଗୁଁ ଏହାର ବ୍ୟବହାର ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଅସହାୟ, ଗରିବ, ଅପରିଚିତ ଓ ଦାରିଦ୍ର୍ୟ ସୀମାରେଖାତଳେ ଥିବା ରୋଗୀମାନଙ୍କର ସର୍ବବିଧ କଲ୍ୟାଣ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସଚେତନଧର୍ମୀ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା, ଆଲୋଚନାଚକ୍ର ଓ ନିର୍ଦ୍ଧିଷ୍ଟ ଭାବରେ କିଛି ବ୍ୟକ୍ତିତ୍ୱଙ୍କର ମାନସିକତା ଓ ଆଧ୍ୟାତ୍ମିକ କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସେବାଭିମୁଖୀ ଯୋଜନା ହାତକୁ ନିଆଯାଇଛି । ଦିବ୍ୟମୟ ସ୍ୱାସ୍ଥ୍ୟପାଇଁ ନିଶା ଦ୍ରବ୍ୟ ସେବନ ଓ ତମାଖୁ ଠାରୁ ଦୂରେଇ ରହିବା ପାଇଁ ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଜନସଚେତନତା ସୃଷ୍ଟି ହେଉଛି । ତମାଖୁକୁ ପରିତ୍ୟାଗ କରି ମାନସିକସ୍ତରରେ ପ୍ରସ୍ତୁତ ହେଲେ ଜଣେ ଦିବ୍ୟ ଶରୀର ଓ ଦିବ୍ୟ ଚିନ୍ତନର ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ । ତେଣୁ ତମାଖୁ ଓ ତମାଖୁ ସେବନ କରୁଥିବା ଲୋକମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ନକରି ସେମାନଙ୍କୁ ସଚେତନ କରି ସ୍ନେହ ଓ ଭଲପାଇବା ଦ୍ୱାରା ସେମାନଙ୍କ ଜୀବନର ଭୟଙ୍କର କୁ-ଅଭ୍ୟାସକୁ ଦୂରେଇ ପାରିଲେ ଆପଣ ଜଣେ ଯଥାର୍ଥ ସେବକ ଭାବରେ ନିଜ ଦାୟିତ୍ୱ ତୁଲାଇ ପାରିବେ । ଏ କ୍ଷେତ୍ରରେ ସରକାରଙ୍କ ଠାରୁ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଓ ସର୍ବୋପରି ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆସନ୍ତୁ ଆଜିର ଦିନରେ ସମାଜରୁ ତମାଖୁ ମୁକ୍ତ ପରିବେଶକୁ ଦୂରେଇ ଏକ ଦିବ୍ୟମୟ ପରିବେଶ ଓ ଲୋକମାନଙ୍କ ଭିତରେ ସଚେତନତାର ବାର୍ତ୍ତା ଯେପରି ଘରେ ଘରେ ପହଞ୍ଚାଇ ପାରିବା ।
ମୋ : ୯୪୩୭୦୫୧୯୫୭