ବୁଲଡୋଜର ଓ ନ୍ୟାୟପାଳିକା
୨୦୨୧ରେ ବୁଲଡୋଜର ଲଗାଇ ବାସଗୃହ ଭଙ୍ଗାଯାଇଥିବା ବିପନ୍ନମାନଙ୍କୁ ୧୦ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବା ଲାଗି ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ତଥାକଥିତ ବୁଲଡୋଜର ନ୍ୟାୟ ପ୍ରତି ଏକ ବଡ ଚେତାବନୀ ବୋଲି କୁହାଯାଇପାରିବ । ଆଇନ ଠାରୁ କେହି ଊଦ୍ଧ୍ୱର୍ରେ ନୁହଁନ୍ତି, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି । ତଥାକଥିତ ବୁଲଡୋଜର ନ୍ୟାୟ ଚଳାଇଥିବା ରାଜ୍ୟ ସରକାର, ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରପାଳିକାଗୁଡିକ ସୁପ୍ରିମକୋର୍ଟ ଅତୀତରେ ଜାରି କରିଥିବା ମାର୍ଗଦର୍ଶିକା (ଗାଇଡଲାଇନ) ପ୍ରତି ଧ୍ୟାନ ଦେବା ଉଚିତ୍, ଏହି ସନେ୍ଦଶ ଦିଆଯାଇଛି । ଉଲ୍ଲେଖ କରାଯାଇପାରେ ଯେ, ଗତ ନଭେମ୍ବରରେ ସୁପ୍ରିମକୋର୍ଟ ଜାରି କରିଥିବା ମାର୍ଗଦର୍ଶିକାରେ ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଦୁଇ ସପ୍ତାହ ପୂର୍ବରୁ ନୋଟିସ ଦେବା ସହ ନିଜର ପକ୍ଷ ରଖିବା ପାଇଁ ଆଇନଗତ ଲଢେଇ ଲାଗି ସୁଯୋଗ ଦେବା, ଆଦି ନିଦେ୍ର୍ଦଶ ଅର୍ନ୍ତଭୁକ୍ତ ଥିଲା । ଏହା ବ୍ୟତୀତ ପୌରପାଳିକା, ସ୍ଥାନୀୟ କର୍ତ୍ତୃପକ୍ଷ ନିଜର ଅନଲାଇନ ପୋର୍ଟାଲରେ ଏନେଇ ବିସ୍ତୃତ ବିବରଣୀ ଦେବା, ନୋଟିସର ଉତ୍ତର ଲାଗି ଦୁଇ ସପ୍ତାହ ତଥା ୧୫ଦିନ ସମୟ ଦେବା ଆଦି ନିଦେ୍ର୍ଦଶ ଦେଇଥିଲେ । ଏହି ମାର୍ଗଦର୍ଶିକାରେ ଉଲଂଘନ ଅଦାଲତ ଅବମାନନା ସଦୃଶ ହେବ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ଲାଗି ଚେତାବନି ଦେଇଥିଲେ । କେବଳ ଏତିକି ନୁହେଁ, ଉଚ୍ଛେଦ ନିଦେ୍ର୍ଦଶନା ଜାରି କରିଥିବା ଅଫିସରଙ୍କ ଠାରୁ ଉଚ୍ଛେଦ ସମ୍ପତ୍ତିର ମୂଲ୍ୟ ଆଦାୟ ହେବ । କହିବା ଯଥାର୍ଥ ଯେ, ପ୍ରୟାଗରାଜ ଉଚ୍ଛେଦ ଏବେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯିବ । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଭାବେ ତଥା ସରକାରୀ ଜମିରେ ଗଢିଉଠିଥିବା କୋଠାଗୁଡିକୁ କେବଳ ତଥାକଥିତ ବୁଲଡୋଜର ନ୍ୟାୟରେ ଭଙ୍ଗାଯାଉନାହିଁ, ଯେ କୌଣସି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁୁ ବାସଭବନକୁ ସରକାର ମାଟିରେ ମିଶାଇ ଦେଉଛନ୍ତି । ବଳାକôାର ହେଉ ବା ହଂସାକାଣ୍ଡ ହେଉ ସମ୍ପୃକ୍ତ ଅପରାଧୀର ଘରକୁ ଭାଙ୍ଗି ଦିଆଯିବା ଏବେ ଏକ ନିୟମିତ ଘଟଣାରେ ପରିଣତ ହୋଇଥିବା ମନେହୁଏ । ସାମ୍ପ୍ରଦାୟିକ ଉତ୍ତେଜନା କିମ୍ବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ସେମାନଙ୍କ ବାସଗୃହ ଭାଙ୍ଗି ଦିଆଯାଇଥିବା ବହୁ ପିଟିସନକାରୀ ଦର୍ଶାଇଛନ୍ତି । ୨୦୨୧ ପ୍ରୟାଗରାଜ ମାମଲାରେ ସେହିଦିନ ଅର୍ଥାତ ମାର୍ଚ୍ଚ ୨୪ ତାରିଖ ଦିନ ସୁପ୍ରିମକୋର୍ଟ ପ୍ରତିକ୍ରିୟା ପ୍ରକାଶ କରି ଏହା ବିବେକହୀନତାର ପରିଚାୟକ ବୋଲି ଦର୍ଶାଇଥିଲେ । ଏହ ମାମଲାରେ ଦୁଇ ବିଚାରପତି ନେଇ ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କଠୋର ଭାଷାରେ ଭସôର୍ନା କରିବା ସହ ନାଗରିକଙ୍କ ବାସଭବନ ମାଟିରେ ମିଶାଇ ଦେବା ଅମାନବୀୟ ଓ ବେଆଇନ ବୋଲି କହିଛନ୍ତି । ଭଙ୍ଗାଯାଇଥିବା ୬ଜଣ ଆବେଦନକାରୀଙ୍କୁ ୬ ସପ୍ତାହ ମଧ୍ୟରେ ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ସମ୍ବିଧାନର ଧାରା ୨୧ରେ ପ୍ରତ୍ୟେକ ନାଗରିକଙ୍କର ଆଶ୍ରୟ ପାଇବାର ଅଧିକାର ରହିଛି । ଉଲ୍ଳେଖଯୋଗ୍ୟ ଯେ ଉତ୍ତରପ୍ରଦେଶରେ ପ୍ରଥମ ଥର ଲାଗି ଏହି ତଥାକଥିତ ବୁଲଡୋଜର ନ୍ୟାୟ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏଥିରେ ଉଦ୍ବୁଦ୍ଧ ହୋଇ ମଧ୍ୟଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସରକାର ବୁଲଡୋଜର ନ୍ୟାୟ କାର୍ଯ୍ୟକାରୀ କରିଥିଲେ । ଏଥିରେ ସଂଖ୍ୟାଧିକ ମୁସଲିମ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଏ । ଦେଶରେ ଏଭଳି ତଥାକଥିତ ନ୍ୟାୟ କାର୍ଯ୍ୟାନୁଷ୍ଠାନ ଘଟଣା ବୃଦ୍ଧି ପାଇବା ପରେ ଗତ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଏହାକୁ ଉଦ୍ଧତପଣିଆ ବୋଲି ଦର୍ଶାଇବା ସହ ସମ୍ବିଧାନର ୧୪୨ ଧାରା ଅନୁଯାୟୀ ନିଜ କ୍ଷମତାର ପ୍ରୟୋଗ କରି ଗାଇଡଲାଇନ ଜାରି କରିଥିଲେ । ଯାହାଫଳରେ କୌଣସି ସରକାରୀ ଅଫିସର ଉଦ୍ଧତ ପଣିଆ, ସ୍ୱେଚ୍ଛାଚାରୀ, ଏବଂ ବାଛବିଚାର ମୂଳକ କାର୍ଯ୍ୟରୁ କ୍ଷାନ୍ତ ହେବେ । କହିବା ବାହୁଲ୍ୟ ଯେ, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ସତ୍ତ୍ୱେ ଉତ୍ତରପ୍ରଦେଶ ସରକାର ଏହାକୁ ଉପେକ୍ଷା କରିଆସିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ତଥାକଥିତ ବୁଲଡୋଜର ନ୍ୟାୟର ଔଚିତ୍ୟକୁ ପ୍ରଶ୍ନାତୀତ ବୋଲି ବାରମ୍ବାର କହିଛନ୍ତି ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୭୯୭୮୬୬୬୪୦୩