ବ୍ୟବସ୍ଥିତ ଭୋଟର୍ ସାକ୍ଷରତା ଓ ମତଦାନ ସାବ୍ୟସ୍ତ ଜନିତ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ 


 ଯାଜପୁର: ସର୍ବାଧିକ ମତଦାନ ସର୍ବୋକୃଷ୍ଟ ପ୍ରାର୍ଥୀ ଚୟନରେ ସହାୟକ ହେବାସହ ଗଣତନ୍ତ୍ରର ଭବିଷ୍ୟତକୁ ସୁଦୃଢ ଓ ଉଜ୍ଜ୍ୱଳ କରିଥାଏ । ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ଯାଜପୁର ଜିଲାରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜୁନ ୧ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବ୍ୟବସ୍ଥିତ ନିୟମାନୁଯାୀ ଭୋଟର ମାନଙ୍କୁ ଶିକ୍ଷ୍ୟା ସୂଚନା ଦେବା ଏବଂ ମତଦାନ ସାବ୍ୟସ୍ତରେ ସେମାନେ ଯେଭଳି ନିଶ୍ଚିତ ଭାବେ ଭାଗ ନେବେ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜନ କରାଇ ଭୋଟର୍ ସଚେତନତା ଶତ ପ୍ରତିଶତ ବୃଦ୍ଧି ଦିଗରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯାଜପୁର ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲାପାଳ ସାଧାରଣ ନବକୃଷ୍ଣ ଜେନା, ବିଡିଓ ଯାଜପୁର ସ୍ୱାଗତ ଦାସ, ଜିଲାସମାଜ କଲ୍ୟାଣ ଅଧିକାରୀ ସରୋଜିନୀ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଡିପିଏମଓ ଏଲଏମ ପ୍ରଶାନ୍ତ ପାଢୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାହୀ ଅଧିକାରୀ, ଯାଜପୁର ପୌର ପରିଷଦ ଅନିଲ କୁମାର ମହାନ୍ତି, ଜିଲାକ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ,ଏମଜିଏନ ଆରଇଜି ଏସ ସଂଯୋଜକ ଚିନ୍ମୟ ସିଂହ ପ୍ରମୁଖ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ସଚେତନତା କାର୍ଯ୍ୟକ୍ରମର ଜିଲ୍ଲା ସଦର ମହକୁମାରୁ ଶୁଭାରମ୍ଭ କରାଯିବ । ପରେ ଜିଲାର ରନôଗିରି ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆୟୋଜନ କରାଯିବ । ଆସନ୍ତା ୨୩ ତାରିଖ ଜିଲାପାଳଙ୍କ କାର୍ଯ୍ୟାଳୟରୁ ପାରମ୍ପାରିକ ଲୋକକଲାଦଳ, ଯୁବଗୋଷ୍ଠୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ଓଡ଼ିଶା ଜୀବିକା ମିଶନ କର୍ମକର୍ତ୍ତା ମାନଙ୍କୁ ନେଇ ପଦଯାତ୍ରା ରାଲି, ବୁଥର ସମସ୍ତ ମୌଳିକ ସୁବିଧାର ଉପଲବ୍ଧ ଯଥା ଜଲଛତ୍ର, ବୁଥ ନିକଟରେ ସହାୟକ ବୁଥ, ହ୍ୟୁମାନ ଚେନ ଓ ରଙ୍ଗୋଲି ଆଦି ବିଭିନ୍ନ ପ୍ରକାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ସ୍ଥାନୀୟ ହକି ଷ୍ଟାଡିୟମରେ ରଙ୍ଗୋଲି, ମଡେଲ ବୁଥ ସହାୟକ ବୁଥ ଆଦି ଭୋଟର ସଚେତନତା ପ୍ରଦର୍ଶନ କରାଯିବ । ରାଲିରେ ପାଖାପାଖି ବିଭିନ୍ନ ବର୍ଗର ୫୦୦ ସଚେତନତା କର୍ମକର୍ତ୍ତା ଯୋଗଦେବେ । କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସଂସ୍ଥା କର୍ମକର୍ତ୍ତା ଶ୍ରୀ ନିହାର ଚୌଧୁରୀ ଉପସ୍ଥିତ ଥିଲେ ।