ଭଗବତୀ ଚରଣ ପାଣିଗ୍ରାହୀ
ମାଟିକୁ ମାକୁ ଫିରିଙ୍ଗି କବରରୁ ମୁକ୍ତ କରିବାକୁ ଆନେ୍ଦାଳନରେ ଝାସ ଦେଇଥିବା ବୀରଙ୍କ ମଧ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ ଅନ୍ୟତମ । ସତ୍ୟବାଦୀ ବିଦ୍ୟାଳୟରେ ନାମ ଲେଖାଇବା ପରେ ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ଲିଙ୍ଗରାଜ ମିଶ୍ର, ଗୋଦାବରୀଶ ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ସେମାନଙ୍କଠୁ ଦେଶାତ୍ମଭାବ, ତ୍ୟାଗ, ଦେଶ ସେବା ଶିକ୍ଷା ପାଇଲେ । ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ ପରେ କଟକରେ ଏଫ୍.ଏ. ଅଧ୍ୟୟନ କଲେ । ଏହି ସମୟରେ ଗାଁରେ ଜମିଦାର, ମହାଜନଙ୍କ ଶୋଷଣ ଓ ଅତ୍ୟାଚାର ବିଷୟରେ ସେ ଶୁଣୁଥିଲେ । ଜନସେବାରେ ସମୟ ବିତାଉଥିବାରୁ ତାଙ୍କ ପାରିବାରିକ ଜୀବନ ବହୁତ କଷ୍ଟରେ ବିତୁଥିଲା । ପାଟଣା ବିଶ୍ୱବିଦ୍ୟାଳୟରେ ଏମ୍.ଏ. ପଢ଼ିବା ସମୟରେ ଭଗବତୀ ସାମ୍ୟବାଦୀ ବିଚାରଧାରା ପ୍ରତି ଆକର୍ଷିତ ହୋଇଥିଲେ । ସେତେବେଳେ ଚାକିରି ସହଜରେ ମିଳୁଥିଲା, କିନ୍ତୁ ବ୍ରିଟିଶ ସରକାରଙ୍କ ଗୋଲାମ ହେବାକୁ ଚାହିଁନଥିଲେ । ଅହିଂସା ମାର୍ଗରେ ସ୍ୱାଧୀନତା ସମ୍ଭବ ନୁହେଁ ବୋଲି ଭଗବତୀ ମନେ କରୁଥିଲେ । ସମାଜବାଦ ବିଚାରକୁ ପ୍ରସାର କରିବା ଲାଗି ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ପାର୍ଟିର ସମ୍ପାଦକ ଭାବେ ଭଗବତୀ ନିର୍ବାଚିତ ହୋଇଥିଲେ । କୃଷକ ଆନେ୍ଦାଳନ, ଢ଼େଙ୍କାନାଳ ଆନେ୍ଦାଳନ, ଶ୍ରମିକ ସଂଗଠନ, ଛାତ୍ର ସଂଗଠନ ପ୍ରଭୃତିରେ ଭଗବତୀଙ୍କ ଅବଦାନ ସ୍ମରଣୀୟ । ସେ କୁସଂସ୍କାର ଓ ଅନ୍ଧବିଶ୍ୱାସର ଘୋର ବିରୋଧୀ ଥିଲେ । ନବଯୁଗ ସାହିତ୍ୟ ସଂସଦର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା । ଜଙ୍ଗଲି, ହାତୁଡ଼ି ଓ ଦା, ଜୀବନର ସମାଧି, ମୃତୁ୍ୟର ବିବେଚନା, ଝଡ଼, ଆରମ୍ଭ ଓ ଶେଷ, ଶିକାରୀ ଆଦି ତାଙ୍କର କାଳଜୟୀ ସୃଷ୍ଟି । ୧୯୦୮ ଫେବୃଆରୀ ୧ ତାରିଖ ଦିନ ପୁରୀ ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁରରେ ଜନ୍ମଗ୍ରହଣ କରିଥିଲେ ଭଗବତୀ ଚରଣ ।
ଡ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦