ଭାରତରେ ସଂଖ୍ୟାଲଘୁ ଛାତ୍ରବୃତ୍ତି
ଅଲତାଫ୍ ମିର :
ଭାରତରେ ସଂଖ୍ୟାଲଘୁ ଛାତ୍ରବୃତ୍ତି ଶିକ୍ଷାଗତ ଅସମାନତାକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି । ତତସହିତ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସାମାଜିକ ଅଗ୍ରଗତିକୁ କ୍ଷୀପ୍ର କରିବାରେ ମଧ୍ୟ ସହାୟକ ହୋଇଛି । ସଂଖ୍ୟାଲଘୁ ଛାତ୍ରବୃତ୍ତି ମୁଖ୍ୟତଃ ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ୍ , ବୌଦ୍ଧ, ଜୈନ ଏବଂ ପାରସୀ ମାନଙ୍କୁ ଲକ୍ଷ୍ୟ ରଖି ଆର୍ଥିକ ସହାୟତା ସହ ଶିକ୍ଷା, ଉଚ୍ଚଶିକ୍ଷା ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରଦାନ କରାଯାଇଥାଏ । ଏତଦ୍ ଦ୍ୱାରା ସଂଖ୍ୟାଲଘୁମାନେ ଯେଉଁ ଐତିହାସିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଦୂର କରିବାରେ ଏହି ଛାତ୍ରବୃତ୍ତି ସହାୟକ ହୋଇଛି । ଏହି ସହାୟତା ଯୋଜନା ଗୁଡିକର ପ୍ରଭାବ ମହତ୍ୱପୂର୍ଣ କାରଣ ଏହା ହିତାଧୀକାରୀଙ୍କ ଜୀବନର ଅନୁଭବକୁ ସଜାଡିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ମୁଖ୍ୟ ଯୋଜନା ଗୁଡିକ ମଧ୍ୟରେ ମାଟ୍ରିକ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ଅର୍ନ୍ତଭୁକ୍ତ । ଏହି ଛାତ୍ରବୃତ୍ତି ସଳ୍ପ ଆୟ ପରିବାରର ଲକ୍ଷ ଲକ୍ଷ ପିଲାଙ୍କୁ ସହାୟତା ପ୍ରଦାନ କରି ସେମାନଙ୍କର ଶିକ୍ଷାରେ ନିରନ୍ତରତା ଆଣିପାରିଛି । ଗତ ଦଶବର୍ଷର ତଥ୍ୟରୁ ଜଣାପଡିଛି ଯେ ସେମାନଙ୍କ ନାମଲେଖା ହାର ଶୀର୍ଷରେ ପହଂଚିଛି ଏବଂ ପ୍ରଶାସନିକ ତତ୍ପରତା ମଧ୍ୟ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇଛି । ପଶ୍ଚିମବଙ୍ଗ ଏବଂ କେରଳ ଭଳି ରାଜ୍ୟର ପରିସଂଖ୍ୟନ ତଥ୍ୟରୁ ଜଣାପଡିଛି ଯେ ଛାତ୍ରବୃତ୍ତି ସଳ୍ପ ଆୟ ବିଶିଷ୍ଟ ପରିବାରକୁ ସହାୟକ ହେବ । ଦ୍ୱାରା ସେଠାରେ ଶିକ୍ଷା-ପରିତ୍ୟାଗ ହାର (ୟକ୍ସକ୍ଟକ୍ଟ୍ର-କ୍ଟଙ୍କଗ୍ଧ କ୍ସବଗ୍ଧର) ହ୍ରାସ ପାଇଛି । ବିଶେଷକରି ମୁସଲିମ ଝିଅ ମାନଙ୍କ ମଧ୍ୟରେ ଏକ ଆତ୍ମବିଶ୍ୱାସ ଆସିଛି ଯେଉଁମାନେ ସାଧାରଣତଃ ଲିଙ୍ଗଗତ ଓ ସାମାଜିକ ଭେଦଭାବର ସମ୍ମୁଖୀନ ହୋଇଥାଆନ୍ତି । ଏହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ହେଉଛି ସଂଖ୍ୟାଲଘୁଙ୍କ ପାଇଁ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ଯାହା ଉଚ୍ଚÿ ମାଧ୍ୟମିକ ଏବଂ ସ୍ନାତକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ଭାବରେ ଆର୍ଥିକ ସହାୟତା ଯୋଗାଇଥାଏ । ଗତ ଦଶନ୍ଧି ଧରି ଏହି ଯୋଜନା ହଜାର ହଜାର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କର ସ୍ୱପ୍ନ ସାକାର ହେବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଆସିଛି । ୨୦୧୯ ମସିହାରେ ସେଣ୍ଟର ଫର ବଜେଟ ଏବଂ ଗଭର୍ଣ୍ଣାସ ଏକାଉଣ୍ଟବିଲିଟି (ଉଈଏଇ) ଦ୍ୱାରା କରାଯାଇଥିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦିଓ ହିତାଧୀକାରୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି, ଆବେଦନକାରୀ ମାନେ ନିଜ ପ୍ରାପ୍ୟ ପାଇବାରେ ବିଳମ୍ବ ହେବା ସମସ୍ୟା ହୋଇ ରହିଛି । ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟରେ ଯେଉଁଠାରେ ସଂଖ୍ୟାଲଘୁ ସାକ୍ଷରତା ହାର ଜାତୀୟ ହାରଠାରୁ ପଛରେ ଅଛି, ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟର ଚକ୍ର ଭାଙ୍ଗିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ଜୀବନରେଖା ସଦୃଶ । ଯୋଗ୍ୟତା ସହ ସାଧନ ଆଧାରିତ ଛାତ୍ରବୃତ୍ତି (ଗରକ୍ସସଗ୍ଧ-ମଙ୍କଜ୍ଞ-ଗରବଦ୍ଭଗ୍ଦ ଝମଷକ୍ଟକ୍ଷବକ୍ସଗ୍ଦଷସକ୍ଟ୍ର) ସଂଖ୍ୟାଲଘୁ ସମୁଦାୟର ଛାତ୍ରମାନଙ୍କୁ ଡାକ୍ତର, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚÿମୂଲ୍ୟ ବିଶିଷ୍ଟ ବିଷୟଗୁଡିକୁ ପଢିବାକୁ ସକ୍ଷମ କରିଥାଏ । ଗତ ଦଶବର୍ଷ ମଧ୍ୟରେ ଏହି ଯୋଜନା ଗୁଡିକର ସଫଳ ରୂପାୟନ ଫଳରେ ହିତାଧୀକାରୀ ମାନଙ୍କ ପରିବାରର ସଳ୍ପ ଆୟ ସତ୍ତ୍ୱେ୍ୱ ସେମାନେ ଉଚ୍ଚÿମୂଲ୍ୟ ବିଶିଷ୍ଟ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହୋଇଛନ୍ତି । ଗତଦଶବର୍ଷର ସରକାରୀ ତଥ୍ୟ ଅନୁସାରେ ଅନୁମୋଦନ ହାର ତୁଳନାରେ ଆବେଦନ ହାର ବୃଦ୍ଧିପାଇଛି । କେନ୍ଦ୍ରୀୟ ଯୋଜନା ବ୍ୟତୀତ ରାଜ୍ୟ ନିର୍ଦ୍ଦିଷ୍ଟ ଛାତ୍ରବୃତ୍ତି ଗୁଡିକର ମଧ୍ୟ ସଂଖ୍ୟାଲଘୁ ସମୁଦାୟଙ୍କ ଉତ୍ଥାନରେ ଅବଦାନ ରହିଛି । ଉଦାହରଣ ସରୂପ, କେରଳର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଛାତ୍ରବୃତ୍ତି ଯୋଜନା । ଏହାର ଆରମ୍ଭରୁ ଶହଶହ ଛାତ୍ରଛାତ୍ରୀଙ୍କ ଅନ୍ତର୍ଜାତୀୟ ଉଚ୍ଚÿଶିକ୍ଷାକୁ ସହଜ କରିଆସିଛି । ତାମିଲନାଡୁର ସଂଖ୍ୟାଲଘୁ କଲ୍ୟାଣ ଛାତ୍ରବୃତ୍ତି ଏହାର ନିପୁଣ ବିତରଣ, ବୃତ୍ତିଗତ ପ୍ରଶିକ୍ଷଣ ସହିତ ବ୍ୟାପକ ସଚେତନତା ପାଇଁ ପ୍ରଶଂସିତ ହୋଇଛି । ଏହି ଛାତ୍ରବୃତ୍ତି ଗୁଡିକର ମାନବୀୟ ପ୍ରଭାବ ପ୍ରଗାଢ ଅଟେ । ଏହି ରାଜ୍ୟମାନଙ୍କର ମଡେଲ ଏବଂ ପଦକ୍ଷେପ ଗୁଡିକୁ ଅନ୍ୟରାଜ୍ୟ ମାନେ ମଧ୍ୟ ଅନୁକରଣ କରିପାରିବେ । ମାଟ୍ରିକ ପରବତ୍ତୀ ଛାତ୍ରବୃତ୍ତି ଯୋଜନା ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ ସମୁଦାୟର ହଜାର ହଜାର ହିତାଧୀକାରୀ ଡାକ୍ତରୀ, ଇଞ୍ଜିନିଅରିଂ ଏବଂ ସାମାଜିକ ବିଜ୍ଞାନରେ ଶିକ୍ଷା ସମ୍ଭବ ହୋଇପାରୁଛି । ଆର୍ଥିକ ସହାୟତା ଦ୍ୱାରା ବ୍ୟକ୍ତିଗତ ଜୀବନର ସୁଧାର ଆସିବା ସହିତ ଏହା ସମଗ୍ର ସମୁଦାୟକୁ ପ୍ରଭାବିତ କରିଥାଏ । ସଂଖ୍ୟାଲଘୁ ଛାତ୍ରବୃତ୍ତି ସମସ୍ତଙ୍କ ପାଇଁ ସୁଯୋଗର ଦ୍ୱାର ହୋଇ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛି । ସମୟ ସମୟରେ ବିଭିନ୍ନ ଢାଞ୍ଚାଗତ ଆହ୍ୱାନର ସମ୍ମୁଖୀନ ହେବା ସଙ୍ଗେ ଏହା ଅନେକଙ୍କ ପାଇଁ ଆଶାର ଆଲୋକ ଅଟେ ।
ପିଏଚ୍ଡି, ଜାମିଆ ମିଲିଆ ଇସ୍ଲାମିଆ