ଭାରତୀୟ ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟ
ପ୍ରଦୀପ୍ତ କୁମାର ଜେନା : ବ୍ୟକ୍ତି ନିଜର ଭାବନାକୁ ଭାଷା ମାଧ୍ୟମରେ ପରିପ୍ରକାଶ କରିଥାଏ । ଭାଷାର ଯାଦୁକରୀ ସଂଯୋଜନାରେ ସାହିତ୍ୟର ସୃଷ୍ଟି । କାବ୍ୟ ଓ କବିତା ସାହିତ୍ୟର ଏକ ପ୍ରମୁଖ ବିଭାଗ । କବିତା କବି ଆତ୍ମାର ଆତ୍ମନେପଦୀ, କବି ମନର ମୁକୁର, ଚିନ୍ତା ଓ ଚେତନାର ଇନ୍ଦ୍ରଜାଲ, ହୃଦୟ ଯମୁନାର କଳଗୀତି । ଜଣେ କବି ବା ସାହିତି୍ୟକ ପଙ୍କ ଭିତରେ ପଦ୍ମର ସନ୍ଧାନ କରିଥାଏ । ଯେତେବେଳ ଲିପିର ଉଦ୍ଭାବନ ହୋଇନଥିଲା ସେତେବେଳେ ମଣିଷ ନିଜର ଭାବନାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରୁଥିଲା । ତାହା ଚିତ୍ରକଳା ବୋଲି କୁହାଯାଇପାରିବ ଓ ଏହା ମଧ୍ୟ ସାହିତ୍ୟ ଅର୍ନ୍ତଭୁକ୍ତ । ସାହିତ୍ୟ କେବଳ ଭାଷାର ଏକ ଉକôୃଷ୍ଟ ରୂପ ନୁହେଁ; ବରଂ ଏହା ସମାଜ ଓ ସଂସ୍କୃତିର ଆଦର୍ଶ ଛବିକୁ ଲୋକଲୋଚନକୁ ଆଣିଥାଏ । ଏହା ଭୋକଭୁଲା ମଣିଷକୁ ଖୋରାକ ଯୋଗାଏ । କଙ୍କାଳ ତଳେ ପ୍ରାଣର ସଂଚାର କରେ, ପଥ ଭୁଲା ମଣିଷକୁ ପଥକୁ ଆଣେ ଓ ଅବସାଦଗ୍ରସ୍ତ ମଣିଷର ମନରେ ଚୁନାଏ ହସ ଭରିଦେଇଥାଏ । ସାହିତ୍ୟ ସମାଜର ଦର୍ପଣ ସ୍ୱରୂପ । ଇଂରାଜୀରେ କୁହାଯାଏ ଯେ ‘ସାହିତ୍ୟ ସମାଜର ଏକ ଆଇନା’ । ଜଣେ ସାହିତି୍ୟକ ତା’ର ଲେଖନୀ ମାଧ୍ୟମରେ ସମାଜର ଛବିକୁ ସୁନ୍ଦର ଭାବରେ ରୂପାୟିତ କରିବା ସହିତ ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜରେ ସୁଧାର ଆଣିବାର ପ୍ରୟାସ କରେ । ଦିନେ ସାହିତ୍ୟ କେବଳ ଆନନ୍ଦ ପାଇଁ ଉଦ୍ଦିଷ୍ଟ ଥିଲା ଓ ତାହା ରାଜା ଜମିଦାରମାନଙ୍କ ମନୋରଞ୍ଜନ ପାଇଁ ଲେଖାଯାଉଥିଲା, ଯାହାକୁ ଦରବାରୀ ସାହିତ୍ୟ ବୋଲି ଅବିହିତ କରାଯାଏ, ଏପରିକି ସେହି ଲେଖା ମାଧ୍ୟମରେ ରାଜା ଜମିଦାରମାନଙ୍କ ସ୍ତୁତି ଗାନ କରାଯାଉଥିଲା । କବି ଦୀନକୃଷ୍ଣ ଦାସ ନିଜ କାବ୍ୟ ରସକଲ୍ଲୋଳରେ ଏହାକୁ କଠୋର ସମାଲୋଚନା କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ସାହିତ୍ୟର ସ୍ୱରୂପ ରେ ପରିବର୍ତ୍ତନ ଆସିଥିଲା ଓ ସାହିତ୍ୟ କେବଳ କାବ୍ୟ କବିତା ଭିତରେ ସୀମିତ ନରହି ଗଳ୍ପ, ନାଟକ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ଆଦି ରୂପରେ ଆତ୍ମପ୍ରକାଶ କଲା, ଯେଉଁଥିରେ ସମାଜର ନିଖୁଣ ଚିତ୍ର ପ୍ରତିଫଳିତ ହେଲା । ସାହିତ୍ୟ ସାଧାରଣ ନିଷ୍ପେସିତର ସ୍ୱର ଭାବରେ ପାଠକୀୟ ଆଦୃତି ଲାଭ କଲା । ଯେଉଁ ଲେଖା ବା ସୃଷ୍ଟିଟି ସାର୍ବଜନୀନ ଓ ସାର୍ବ କାଳୀକ ହୋଇଥାଏ ବା ଯାହାକୁ ପାଠ କଲେ ବାରମ୍ବାର ପାଠ କରିବାର ଇଛା ହୁଏ ତାହା ହିଁ ସାହିତ୍ୟ । ସାହିତି୍ୟକ ତା’ର ସୃଷ୍ଟିର ସ୍ରଷ୍ଟା ଓ ସେ ଦ୍ୱିତୀୟ ପ୍ରଜାପତି । ତା’ର ସୃଷ୍ଟି ଯେତେ ସୁନ୍ଦର ହେବ ସେ ସେତେ ପାଠକୀୟ ଅଦୃତି ଲାଭ କରିପାରିବ । ଜଣେ ସାହିତି୍ୟକ ତା’ର ଲେଖା ମାଧ୍ୟମରେ ଏକ ସାମାଜିକ ବିପ୍ଳବ ସୃଷ୍ଟି କରିପାରେ । କେତେଜଣ ସାହିତି୍ୟକ ଓ ଦାର୍ଶନିକଙ୍କ ପାଇଁ ପ୍ରାନ୍ସରେ ରାଷ୍ଟ୍ର ବିପ୍ଳବ ସଂଗଠିତ ହୋଇପାରିଥିଲା ।
ସଂସ୍କୃତି ଗୋଟିଏ ଜାତିର ପରିଚୟ । ସଂସ୍କୃତି କହିଲେ ଗୋଟିଏ ଜାତିର ବା ଏକ ସମାଜର ଚାଲିଚଳଣି, ରୀତିନୀତି, ପୋଷାକ, ଆସ୍ଥା ବିଶ୍ୱାସ, ଧର୍ମୀୟ ଭାବନା, କଳା ସାହିତ୍ୟ, ବିଚାର ବ୍ୟବସ୍ଥା ଆଦିକୁ ବୁଝାଇଥାଏ । ସାହିତ୍ୟ ଓ କଳା ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ । ଯେଉଁ ଦେଶର ସାହିତ୍ୟ ଓ କଳା ଯେତେ ସମୃୃଦ୍ଧ ସେ ଦେଶ ସେତେ ସଂସ୍କୃତିସମ୍ପନ୍ନ । ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ରହିଛି ଏକ ନିବିଡ ସମ୍ପର୍କ । ଉଭୟ ଉଭୟଙ୍କ ପରିପୂରକ । ସାହିତି୍ୟକ ସଂସ୍କୃତିର ମହନୀୟତାକୁ ନିଜ ସୃଷ୍ଟିରେ ପରିପ୍ରକାଶ କରିଥାଏ ଓ ଏହା ସଂସ୍କୃତିର ଜାଗ୍ରତ ପ୍ରହରୀ । କଳା ଓ ସାହିତ୍ୟ ମାଧ୍ୟମରେ ସଂସ୍କୃତି ଲୋକ ଲୋଚନକୁ ଆସିଥାଏ । ଗୋଟିଏ ଜାତି ବା ସମାଜର ଏକ ନିର୍ଦ୍ଧିଷ୍ଟ ସମୟର ରୀତି ନୀତି, ଚାଲିଚଳନ, ଖାଦ୍ୟପେୟ, ପୋଷାକ ପରିଚ୍ଛଦ, ଧାର୍ମିକ ଭାବନା, ଆସ୍ଥା ପରମ୍ପରା, ଭାଷା ସାହିତ୍ୟ, କଳା ଶିକ୍ଷା, ପ୍ରଣାଳୀ ଇତ୍ୟାଦିକୁ ବୁଝାଇଥାଏ । ଏହାକୁ ସାମାଜିକ ଜୀବନଶୈଳୀ ବୋଲି କୁହାଯାଏ । ବୈଦିକ ସଂସ୍କୃତିକୁ ଭାରତର ସବୁଠାରୁ ପ୍ରାଚୀନ ସଂସ୍କୃତି ବୋଲି କୁହାଯାଏ । ବୈଦିକ ଯୁଗରେ ସଂସ୍କୃତ ଭାଷା ମୌଖିକ ଭାବେ ପ୍ରଚଳିତ ଥିଲା । ଲୋକମାନେ ପ୍ରକୃତିର ଉପାସକ ଥିଲେ । ଜଙ୍ଗଲରେ ବସ ବାସ କରୁଥିଲେ ଓ ଜଙ୍ଗଲରେ ଫଳମୂଳ ଆହାର କରି ଜୀବିକା ନିର୍ବାହ କରୁଥିଲେ । ଜପ ତପ, ସାଧନ ଯଜ୍ଞ କରି ଭଗବାନଙ୍କ ଉପାସନା କରୁଥିଲେ । ଧୀରେ ଧୀରେ ମଣିଷ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଥିଲା । ନିଜର ଆବଶ୍ୟକତାକୁ ଅନୁଭବ କରି ଖାଦ୍ୟ, ବସ୍ତ୍ର, ପୋଷାକ, ଚାଳିଚଳଣି, ଶିକ୍ଷା ଦୀକ୍ଷାରେ ପରିବର୍ତ୍ତନ ଆସିଥିଲା । ପ୍ରାଚୀନ ଭାରତରେ ଖ୍ରୀଷ୍ଟପୂର୍ବ ୨୬୦୦ ବେଳକୁ ସିନ୍ଧୁ ସଭ୍ୟତା ମଣିଷକୁ ଏକ ସାମାଜିକ ଜୀବନ ଯାପନ କରିବାର ପ୍ରେରଣା ଦେଇଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି । ଏହାକୁ ଭାରତର ପ୍ରାଚୀନ ସାମାଜିକ ବ୍ୟବସ୍ଥା ବୋଲି କୁହାଯାଏ ।
ଭାରତ ଏକ ବହୁଭାଷୀ, ବହୁ ଧର୍ମାବଲମ୍ବୀ, ବହୁ ଜାତି, ବହୁ ସମ୍ପ୍ରଦାୟକୁ ନେଇ ଗଢି ଉଠିଛି କୁହାଯାଏ ବିବିଧତା ଭିତରେ ଏକତା ହିଁ ଭାରତର ଆଦର୍ଶ । ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ, ଜୈନ, ବୁଦ୍ଧ ଇହୁଦି, ପାର୍ସି, ଶାକ୍ତ, ଗାଣପତ୍ୟ ଧର୍ମାବଲାମ୍ବୀ ଲୋକ ଭାରତରେ ବାସ କରନ୍ତି । ମୁସଲମାନମାନେ ଆଲ୍ଲାଙ୍କୁୁ ପୂଜା କଲାବେଳେ, ମନ୍ଦିର ଓ ମୂତ୍ତି ପୂଜାକୁ ବିରୋଧ କରନ୍ତି । ଆରବୀ ଓ ଊର୍ଦ୍ଦୁ ଭାଷାକୁ ଗ୍ରହଣ କରିବା ସହିତ ମାଂସ ଭକ୍ଷଣକୁ ନିଜର ଧର୍ମ ସହିତ ଯୋଡିଥା’ନ୍ତି । ବୌଦ୍ଧ, ଜୈନ ଧର୍ମାବଲାମ୍ବୀ ଲୋକମନେ ମାଂସ ଭକ୍ଷଣକୁ ସମ୍ପୂର୍ଣ୍ଣ ବିରୋଧ କରିଥା’ନ୍ତି । ହିନ୍ଦୁମାନେ ମନ୍ଦିର ଓÿ ମୂର୍ତ୍ତି ପୂଜାକୁ ପ୍ରାଧାନ୍ୟ ଦେଇଥାନ୍ତି । ପ୍ରତ୍ୟେକ ଧର୍ମର ଲୋକମାନଙ୍କ ଜୀବନ ଶୈଳୀ, ରୀତିନୀତି, ଭାଷା, ଖାଦ୍ୟ ଭିନ୍ନ ଭିନ୍ନ । କହିବାକୁ ଗଲେ ଗୋଟିଏ ପ୍ରଦେଶରେ ବାସ କରୁଥିବା ଲୋକଙ୍କ ଭିନ୍ନ ଭିନ୍ନ ସଂସ୍କୃତି । ଓଡ଼ିଶା କଥା ଯଦି ବିଚାର କରିବା ତା’ହେଲେ ଦେଖିବା ଓଡ଼ିଶାର ଆଦିବାସୀ ସମାଜ ହିନ୍ଦୁ ସତ; କିନ୍ତୁ ସେମାନଙ୍କ ବେଶ ପୋଷାକ, ଆସ୍ଥା ବିଶ୍ୱାସ, ଖାଦ୍ୟପେୟ, କଳା, ସଂଗୀତ, ଭାଷା, ଓଡ଼ିଆ ମାନଙ୍କଠାରୁ ଭିନ୍ନ ଏହା ଏକ ଅଲଗା ସଂସ୍କୃତିର ପରିଚୟ ବହନ କରିଥାଏ ବା ଏହାକୁ ଆଦିବାସୀ ସଂସ୍କୃତି ବୋଲି ଅବିହିତ କରାଯାଏ । ଓଡିଶାର ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତି ବୋଲି ମଧ୍ୟ ଅବିହିତ କରାଯାଏ । ଓଡ଼ିଆର ପୋଷାକ, ଖାଦ୍ୟ, ବାରମାସରେ ତେର ପର୍ବ ପାଳନ କରିବାର ପରମ୍ପରା, ନୃତ୍ୟ ସଂଗୀତ ସବୁ କିଛି ଜଗନ୍ନାଥଙ୍କ ନିତିକାନ୍ତି ସହିତ ସମାନ । ଓଡ଼ିଆର ପ୍ରିୟ ପଖାଳ ଭାତ ମଧ୍ୟ ପ୍ରଭୁଙ୍କ ନିକଟରେ ଲାଗି ହୁଏ । ଓଡ଼ିଶାର ଓଡିଶୀ ନୃତ୍ୟ ମଧ୍ୟ ଜଗନ୍ନାଥଙ୍କ ନିକଟରେ ପ୍ରଦର୍ଶନ କରାଯାଏ । ଓଡ଼ିଶାର ସଂସ୍କୃତି ଯଥା–ଖାଦ୍ୟ, ଚାରୁକଳା, ସଂଗୀତ, ପୋଷାକ ନିଆରା । ପୂର୍ବ ଓଡ଼ିଶାର ସଂସ୍କୃତି ଓ ପଶ୍ଚିମ ଓଡ଼ିଶାର ସଂସ୍କୃତି ଭିତରେ ମଧ୍ୟ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଭାରତୀୟ ସଂସ୍କୃତି କହିଲେ ମନ୍ଦିର ସଂସ୍କୃତି ଓ ତା’ର ଶିକ୍ଷା ବ୍ୟବସ୍ଥା ଗୁରୁକୁଳ ଆଧାରିତ । ଗୁରୁକୁଳରେ ରହି ବ୍ୟକ୍ତି ନିଜକୁ ଜଣେ ସଂସ୍କାରୀ ଓ ରାଷ୍ଟ୍ର ପ୍ରେମୀ ବ୍ୟକ୍ତି ଭାବରେ ନିଜକୁ ଗଢି ତୋଳୁଥିଲେ । ଯେତେବେଳେ ବିଦେଶୀମାନେ ଭାରତକୁ ଅଧିକାର କଲେ ସେତେବେଳେ ସେମାନେ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଯାଇ ସମସ୍ତ ହିନ୍ଦୁ ମନ୍ଦିର ଭାଙ୍ଗି ମସଜିଦ୍ ତିଆରି କଲେ । ଠିକ୍ ସେଇଭଳି ଇଂରେଜମାନେ ଭାରତୀୟ ଗୁରୁକୁଳ ଶିକ୍ଷା ପଦ୍ଧତିକୁ ବନ୍ଦ କରିଦେଇ ଇଂରାଜୀ ପାଠ୍ୟକୁ ପ୍ରଚଳନ କଲେ । ଫଳରେ ଭାରତୀୟ ସଂସ୍କୃତି ଆମ ଲୋକମାନେ ଭୁଲିଯାଇ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କଲେ । ଫଳରେ ଲୋକଙ୍କ ମନରେ ରାଷ୍ଟ୍ର ପ୍ରେମ ବଦଳରେ ସ୍ୱାର୍ଥପରତା ପ୍ରବେଶ କରିବାକୁ ଲାଗିଲା । ଓଡିଶାର ଲୋକମାନେ କିଭଳି ନିଜ ସଂସ୍କୃତିକୁ ଦୂରେଇଦେଇ ପାଶ୍ଚାତ୍ୟ ସଂସ୍କୃତି ପଛରେ ଗୋଡାଉଥିଲେ ତା’ର ନିଖୁଣ ଚିତ୍ର ଫକୀର ମୋହନ ସେନାପତିଙ୍କ କବିତା ‘ମୁଁ ହାଟ ବାହୁଡା’ରେ ପ୍ରତିଫଳିତ ହୋଇଛି । ଉକ୍ରଳ କଳାର ଦେଶ ହୋଇଥିବାରୁ ଏହାର ନାଁ ଥିଲା ଉକôଳ । ହଜାର ହଜାର ବର୍ଷ ତଳେ ଓଡ଼ିଶାର ଚାରୁ କଳା ଓ କାରୁ କଳା, ବାଣିଜ୍ୟ କଳା ଥିଲା ଅତ୍ୟନ୍ତ ଉଚ୍ଚକୋଟିର । ଉକ୍ରଳର ବଣିକ ବିଭିନ୍ନ ଦେଶକୁ ସମୁଦ୍ର ପଥରେ ନୌକା ମାଧ୍ୟମରେ ଯାଇ ବାଣିଜ୍ୟ କରୁଥିଲେ । ନୌକା ତିଆରି କରିବାର କଳା ଓଡ଼ିଆମାନଙ୍କୁ ଜଣା ଥିଲା । ଓଡ଼ିଶାର ସଂସ୍କୃତି ଏତେ ସମୃଦ୍ଧ ଥିଲା ତା’ର ପ୍ରତିଫଳନ ତକ୍ରାଳୀନ ମନ୍ଦିରଗୁଡିକରେ ଦେଖିବାକୁ ମିଳେ । ଏପରିକି ଓଡିଶାର ବଣିକମାନେ ଜାଭା, ସୁମାତ୍ରା ଓ ସିଂହଳ ପ୍ରଭୃତି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଆଜି ସେହି ଦେଶଗୁଡିକରେ ଓଡିଶାର ସଂସ୍କୃତି ଦେଖିବାକୁ ମିଳିଥାଏ । ପଥର ଦେହରେ ସୂକ୍ଷ୍ମ କଳାକୃତିକୁ ଦେଖିଲେ ଜଣାପଡେ ଯେ ହଜାର ବର୍ଷ ତଳେ ଆମ କଳା ବା ସଂସ୍କୃତି କେତେ ମହାନ ଥିଲା । ଆଜିର ଯୁବ ସମାଜ ଭାରତୀୟ ସଂସ୍କୃତିକୁ ଭୁଲି ଯାଇ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରିବାକୁ ଯାଇ ଭାଲେଣ୍ଟାଇନ୍ସ ଡେ, ରୋଜ ଡେ, ଫାଦରର୍ସ ଡେ ଆଦି ପାଳନ କରୁଛି । ଜନ୍ମ ଦିନରେ ମନ୍ଦିର ଯିବା ପରିବର୍ତ୍ତେ କେକ୍ କାଟୁଛି । ବିବାହର ପବିତ୍ର ବନ୍ଧନକୁ ଭୁଲି ଲିଭ ଇନ ରିଲେସନ୍ରେ ରହିବାକୁ ପସନ୍ଦ କରୁଛି । କହିବାକୁ ଗଲେ ଭାରତୀୟ ସଂସ୍କୃତି ଆଜି ଅଲୋଡ଼ା ଓ ଅଖୋଜା ହେଇଯାଇଛି, ଯାହା ଫଳରେ ପାରିବାରିକ ବିଶୃଙ୍ଖଳା ଦେଖା ଦେବା ସହିତ ବାପା ମା’ ବୁଢା ବୁଢ଼ୀ ହେଲେ ସେମାନଙ୍କ ସେବା ପରିବର୍ତ୍ତେ ପୁଅମାନେ ତାଙ୍କୁ ବୃଦ୍ଧାଶ୍ରମକୁ ପଠେଇଦେବାକୁ ଉଚିତ ମନେ କରୁଛନ୍ତି । ପରିବାର ଭିତରେ ଥିବା ସ୍ନେହ, ମମତା ଓ ଭଲପାଇବା ଆସ୍ତେ ଆସ୍ତେ ହଜିଯାଉଛି । ମୋଟା ମୋଟି କହିବାକୁ ଗଲେ ସଂସ୍କୃତି ପରିବର୍ତ୍ତନଶୀଳ । ସମୟ ସ୍ରୋତରେ ତାହାର ପରିବର୍ତ୍ତନ ଆସିଥାଏ । ଠିକ ଆଜିର ଯୁବ ସମାଜ ଭାରତୀୟ ସଂସ୍କୃତିକୁ ଭୁଲିଯାଇ ପାଶ୍ଚାତ୍ୟ ସଂସ୍କୃତିର ଗୁଣ ଗାନ କରୁଛି । ଫଳରେ ବିଧର୍ମୀମାନଙ୍କ ଚକ୍ରାନ୍ତର ଶିକାର ହେଉଛି ଓ ନିଜ ଧର୍ମ ଓ ସଂସ୍କୃତିର ମହନୀୟତାକୁ ଭୁଲିଯାଇ ଅନ୍ୟ ଧର୍ମକୁ ଗ୍ରହଣ କରୁଛି । ଆସନ୍ତୁ ଆମେ ସମସ୍ତେ ଆମ ଦେଶର ଗୌରବମୟ ଓ ମହାନ୍ ସଂସ୍କୃତିକୁ ଆପଣାଇବା ସହିତ ନିଜକୁ ଜଣେ ଆଦର୍ଶ ଭାରତୀୟ ଭାବେ ଗର୍ବ କରିବା ।
ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ: ୮୨୪୯୨୮୧୫୬୭