ଯୁଗୋପଯୋଗୀ ଚଳଣି 


ଧର୍ମୀୟ ଅପରାଧ ଜାତି ଭାଇରେ ଅପରାଧ, ସାମାଜିକ ଅପରାଧ ଏସବୁରୁ ଦଣ୍ଡ ଓ ତାର ମୁକ୍ତି ପାଇଁ ଲୋକଚାରରେ ଅନେକ ବିଧାନ ପୂର୍ବେ ବଳବତ୍ତର ଥିଲା । ଏଥିରେ ସମ୍ପୃକ୍ତ ଅପରାଧୀ ପୁଣି ଧର୍ମ ପରମ୍ପରା ଜାତି ଭାଇ ପରମ୍ପରା ସାମାଜିକ ପରମ୍ପରାରେ ମିଶି ଯିବା ପାଇଁ ତାକୁ କିଛି ସମାଜ ରକ୍ଷକ ମୁରବି ଓ ଜାତି ଭାଇଙ୍କୁ ଏକାଠି କରି କ୍ଷମା ମାଗିବାକୁ ପଡ଼େ । କ୍ଷମା ଖାଲି ମାଗିବାକୁ ହୁଏ ନାହିଁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାକୁ ହୁଏ । ଏମିତି ବିବାହ, ସନ୍ତାନ ଜନ୍ମ ମୃତାନ୍ନରେ ବି ପଂକ୍ତି ଭୋଜନର ବ୍ୟବସ୍ଥା କରାଯାଏ । ଏ ପାଇଁ ଛାମୁଡ଼ିଆର ବ୍ୟବସ୍ଥା କରାଯାଏ । ରାଜା ରାଜୁଡ଼ାଙ୍କର ସବୁ ଠିକ, ଅତଏବ ଏହା ଅସୀମିତ ପ୍ରଜା ଏମାନଙ୍କ ପାଇଁ ଛାମୁଡ଼ିଆ ବାନ୍ଧିବା ହୁଏ ନାହିଁ । ଏହାଙ୍କ ପାଇଁ ଅସ୍ଥାୟୀ ଭୋଜନ ମଣ୍ଡପ କପଡ଼ା କନାରେ ସଜା ଯାଇଥାଏ । କେହି କେହି ଚାନ୍ଦୁଆ ଚନ୍ଦ୍ରାତପ ଛାୟା କରିଥାନ୍ତି । ବର୍ଷା ଦିନେ କ୍ୟାନଭାସ ଟାଙ୍ଗି ଏ କାର୍ଯ୍ୟ କରାଯାଉଛି ତଥାପି ବିବାହ ବେଦୀରେ ଛାମୁଡ଼ିଆ ସଂସ୍କୃତି ବ୍ରାହ୍ମଣ ଓ କ୍ଷତ୍ରୀୟଙ୍କ ଜାତିରେ ଏବେ ବି ରହିଛି । କଲ୍ୟାଣ ମଣ୍ଡପରେ ବିବାହ ଅଭିନୟ ମଣ୍ଡପ ବିବାହ ପରି ବରକନ୍ୟା ଅଭିନୟ ପେଣ୍ଟିଂ ହୋଇ ଆସୁଛନ୍ତି ସମସ୍ତଙ୍କ ଘର ସାଜସଜା ବି କୃତି୍ରମ ରାଜ ମହଲ ସାଜସଜାରେ ଏବେ ବିବାହ ବ୍ରତରେ ଝଲସୁଛି । ରାଜ ଉପଚାର ବାଜା ବାଜୁଛି । ବର୍ତ୍ତମାନ ଯୁଗ ସାଙ୍ଗରେ ତାଳ ଦେଇ ସମସ୍ତେ ଚାଲିଲେଣି ଦେଖା ଶିଖାରେ ଜନ ସମୁଦାୟ । ପରମ୍ପରା ଭଙ୍ଗ ହୋଇ ଆଧୁନିକ ମାନ୍ୟତାରେ ସମସ୍ତେ ବ୍ରତୀ । ରାଜପୁତ୍ର ରାଜକନ୍ୟା ବିବାହ ସବୁ ବିବାହରେ ଜଣାପଡ଼ୁଛି ପୂର୍ବର ଗରିବ ଏବେ ଗରିବ ନୁହନ୍ତି । ଚୁଡ଼ାକୁ ନେଇ ପରେ ବହୁ ପ୍ରକାର ଖାଦ୍ୟ ଯେ ହୋଇପାରେ ଏକଥା ଖାଦ୍ୟ ବିଶେଷଜ୍ଞମାନେ ବାହାର କଲେ । ପାକ ପ୍ରଣାଳୀ ଦେଖିଲେ ଏପରି ତଥ୍ୟ ମିଳିପାରିବ । ଚୁଡ଼ାଗୁଣ୍ଡରେ ଉତ୍ତମ ଖାଦ୍ୟ ପୁରୀ ଗଲାବେଳେ ବାଟରେ ଚନ୍ଦନପୁର ବଜାର ହୋଟେଲରେ ଏବେ ବି ମିଳୁଛି  । ଚୁଡ଼ାଗୁଣ୍ଡ ଶିଶୁ ମାନଙ୍କର ଏକ ଭୋଜ୍ୟ ଦ୍ରବ୍ୟ । ତାର ନାମ ଚୁଡ଼ା । ଏହାପଛରେ ବି କଥା ଅଛି । ବଙ୍ଗଳାରେ ଚୁଡ଼ା ଚିଡ଼ା ହିନ୍ଦୀ ଚିପିଟକ ଏହାର ଆକ୍ଷରିକ ଅର୍ଥ ଚାପି ପତଳା ନରମ କରାଯାଇଛି । ଧାନକୁ ଭିଜାଇ ଉଷେଇଁ ନରମ କରି ଢ଼ିଙ୍କିରେ ଭାଜନ କରି କୁଟିଲେ ଏପରି ଚୁଡ଼ା ଚେପା ହୋଇ ମିଳେ । ରାଜାଘର ଖାନା ଉପରେ ଏକ ଓଡ଼ିଆ ଗୀତ ଅଛି । ଏଥିରେ ଓଡ଼ିଶାର ସ୍ଥାନ ସହିତ ଏକ ଏକ ସ୍ଥାନର ବିଶେଷ ସମ୍ବନ୍ଧ ରହିଛି । ଏ ମଧ୍ୟରେ ଅଛି ଧାମନଗର ଚୁଡ଼ାର ସମ୍ବନ୍ଧରେ, ପ୍ରକୃତରେ ଏ ସ୍ଥାନର ଚୁଡ଼ା ଅନ୍ୟ ଠାରୁ କିଛି ଫରକ । କାରଣ ଏ ଅଞ୍ଚଳରେ ଉତ୍ପାଦିତ ଜଳ ପ୍ଲାବିତ ବନ୍ୟାଞ୍ଚଳରେ ପଟୁ ମାଟିରେ ଉତ୍ପାଦିତ ଧାନ ଶସ୍ୟ ଲବଣାକ୍ତ ସନ୍ତୁଳନର ଏ ମାଟ ଚୁଡ଼ା ପ୍ରସ୍ତୁତରେ ସହାୟକ । ରାଜାଘର ଖାନାରେ ଆହୁରି କେତେ ଅଞ୍ଚଳର ନାମ ଅଛି । ବାରିପଦାର ଗରମ ମୁଢ଼ି, ଢ଼େଙ୍କାନାଳ ବରା ଏଥିରେ ବି ଭାଗୁଆଳୀ ରହିଛି ।
ଚୁଡ଼ା ଖାଦ୍ୟର ବିକଳ୍ପ ଏବେ କୋଇଲା ଗ୍ୟାସରେ ସମସ୍ତଙ୍କ ରୋଷେଇ । ଏହାର ମହଙ୍ଗାକୁ ନିୟନ୍ତ୍ରଣ ପାଇଁ ଚୁଡ଼ାର ଜଳଖିଆ ଭୋଜନରେ କରାଯାଇପାରେ । ବହୁ ସ୍ଥାନରେ ଏ ସମୟରେ ରୁଟି ପ୍ରସ୍ତୁତ ହୋଇ ବିକ୍ରୟ ଉପଲବ୍ଧ । ପୂର୍ବେ ନାନବାଇଗେଲି ଏକ ସଂଜ୍ଞା ବା ଟାଇଟଲ ବା ଜାତି ଥିଲା । ଏମାନେ ଏପରି ରୁଟି ବା ନାନ ପ୍ରସ୍ତୁତ କରିବା ଜଣାପଡ଼ୁଥିଲା । ଏବେ ରାତ୍ରୀ ଭୋଜନର ଝାମେଲା ଅନେକ ଗୃହସ୍ଥଙ୍କୁ ରକ୍ଷା ପାଇଁ ଏମିତି ବୃତ୍ତି ସବୁ ଉପଲବ୍ଧ ହେବାରେ ଲାଗିଲାଣି । ତେବେ ଚୁଡ଼ାରେ ଏପରି ଦୋଷ କମ । ଭୋଜନରେ ତାମସିକ ଭାବ ଶୂନ୍ୟ । 
 ଅଜୟ କୁମାର ବେହେରା
ମୋ : ୯୪୩୭୦୩୧୨୫୩