ଡିିଜେ ଓ ଆତସବାଜି ବ୍ୟବହାର ପ୍ରସଙ୍ଗ


ାା ପ୍ରଭାନୁ୍ୟଜ ।ା ଯାଜପୁର : ଉଚ୍ଚ କ୍ଷମତା ସମ୍ପନ୍ନ ସାଉଣ୍ଡ ସହିତ ବାଣର ବ୍ୟବହାରକୁ ନେଇ ସାମାଜିକ କର୍ମୀ ତାରିଣୀ କୁମାର ପଟ୍ଟନାୟକ ରାଜ୍ୟ ମାନବଧିକାର କମିଶନଙ୍କ ନିକଟରେ କରିଥିବା ଆବେଦନକୁ ଗ୍ରହଣ କରି ରାଜ୍ୟ ମାନବାଧିକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କମିଶନକୁ ଜବାବ ତଲବ କରିଛନ୍ତି । ସାମାଜିକ କର୍ମୀ ତାରିଣୀ କୁମାର ଚଳିତବର୍ଷ ଜୁଲାଇ ୧୪ତାରିଖରେ ଏସଂକ୍ରାନ୍ତରେ ଏକ ପିଟିସନ ଫାଇଲ କରିବା ସହିତ ଏହାକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବା ଲାଗି  ପ୍ରାର୍ଥନା କରିଥିଲେ । ଯାହାର କେଶ ନଂ ଥିଲା ୧୯୨୫/୨୪ ରହିଥିବା ବେଳେ ମାନ୍ୟବର କମିଶନ ଉକ୍ତ ପିଟିସନକୁ ବିଚାର ଲାଗି ତାଲିକାଭୁକ୍ତ କରିବା ସହିତ ଏହାକୁ କାହିଁକି ବନ୍ଦ କରାନଯିବ ଏହା  ଉପରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼କୁ  ଜବାବ ତଲବ ରଖିବାକୁ ମାନ୍ୟବର କମିଶନ ନିଦେ୍ର୍ଦଶ ଦେଇଛନ୍ତି । ସାମାଜିକ କର୍ମୀ ତାଙ୍କ ପିଟିସନରେ ଦର୍ଶାଇଥିଲେ କି ରାଜନୈତିକ ଶୋଭାଯାତ୍ରା ହେଉ କି ବିବାହ ବରଯାତ୍ରୀ ଶୋଭାଯାତ୍ରା ଡିଜେ ଓ ବାଣ ଏକ ଫେସନ ଓ ଷ୍ଟାଟସରେ ପରିଣତ ହୋଇଗଲାଣି । ଏହି କାରଣରୁ ରାଜ୍ୟରେ  ଦିନକୁ ଦିନ ମୃତୁ୍ୟ ହାର ବଢି ଚାଲିଥିବା ବେଳେ ପ୍ରଶାସନ କିମ୍ବା ସରକାର ରୋକ ଲାଗାଇ ପାରୁନାହାନ୍ତି । ଡିଜେ ସାଉଣ୍ଡ କାରଣରୁ ବୟସ୍କ ଲୋକ କିମ୍ବା ହୃଦରୋଗୀ ମୃତୁ୍ୟ ବରଣ କରୁଥିବା ବେଳେ ଶଦ୍ଦ ପ୍ରଦୂଷଣର ମାତ୍ର ବଢିଚାଲିଛି ।  ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣରେ ଅନେକ ଜୀବନ ଦୀପ ଲିଭିଯାଇଥିବା ବେଳେ ବହୁ ଲୋକ ଚିକିତ୍ସାଧିନ ଅଛନ୍ତି । ତା ସହିତବାଣରେ ବ୍ୟବହାର କରାଯାଉଥିବା ସଲଫର(ଗନ୍ଧକ)ନାମକ ରାସାୟନିକ ପଦାର୍ଥ ବାୟୁ ମଣ୍ଡଳରେ ମିଶିବା ଦ୍ୱାରା ଚର୍ମ କର୍କଟ ଭଳି ରୋଗ ସୃଷ୍ଟି ହେଉଛି । ଏଥିସହିତ ଡିଜେ ଓ ବାଣରୁ ବାହାରୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଧ୍ୱନିର ପ୍ରଭାବରେ ବହୁ ଚଢେଇ ଓ ପଶୁ ମଧ୍ୟ ମୃତୁ୍ୟ ବରଣ କରୁଛନ୍ତି । ସରକାରୀ ପ୍ରୋତ୍ସହନ ଓ ଉଦାସୀନତା କରାଣରୁ ଉକ୍ତ ଦୁଇଟି ବ୍ୟବସାୟକୁ ଲୋକମାନେ କୁଟୀର ଶିଳ୍ପରେ ପରିଣତ କରିସାରିଲେଣି । ଏସଂକ୍ରାନ୍ତରେ ତା୧୩ା୧୨ା୨୦୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଉକ୍ତ ଦୁଇଟି ପ୍ରଦୂଷଣ ସୃଷ୍ଟି କରୁଥିବା ଡ଼ିଜେ ଓ ବାଣକୁ ବେଆଇନ ଘୋଷଣା ଲାଗି ନିବେଦନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାନାହିଁ । ତେଣୁ ଏହାର ପ୍ରସ୍ତୁତ ଓ ବ୍ୟବହାର ବେଆଇନ ବୋଲି ଘୋଷଣା କରିବାକୁ ନିଦେ୍ର୍ଦଶ ଦେବା ଲାଗି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ସାମାଜିକ କର୍ମୀ ତାରିଣୀ କୁମାର  ପିଟିସନ ଦାଖଲ କରିଥିଲେ ।