ନିର୍ବାଚନ ପ୍ରତିଶ୍ରୁତି ପାଳନ ନକରିବାରୁ ସରକାରଙ୍କ ବିପକ୍ଷରେ ତେଜିଲା ବିଜେଡି 


ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା: ରାଜ୍ୟରେ ଡବଲ ଇଂଜିନ ସରକାର ଆସିବାର ୨ ମାସ ପରେ ବିଜେଡି ପକ୍ଷରୁ ଅସନ୍ତୋଷ ତେଜିଛି । ବିଜେପି ନିର୍ବାଚନ ପ୍ରଚାର ସମୟରେ ଭତ୍ତା ବୃଦ୍ଧି କରି ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା  । ମାତ୍ର ବଜେଟରେ ୮୦ ବର୍ଷ ରୁ ଉର୍ଦ୍ଧ ଉପଭୋକ୍ତା ମାନଙ୍କୁ ଓÿ ୮୦ ପ୍ରତିଶତ ରୁ ଉଦ୍ଧ୍ୱର୍ ଭିନ୍ନକ୍ଷମଙ୍କ ନିମନ୍ତେ ସାଢ଼େ ୩ ହଜାର ଲେଖାଏଁ ଭତ୍ତା ପ୍ରଦାନ କରିବା ଉପରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଥିବାରୁ ଏହି ମିଥ୍ୟା ପ୍ରତିଶ୍ରୁତି ଦେଇଥବା ଯୋଗୁ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ଲମ୍ବା ୫ ବର୍ଷର ଶାସକ ପଡ଼ିଥିବା ବେଳେ ୨ ମାସ ପରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ଭୁଆଁ ବୁଲାଇବାରୁ ଏହା ଧୀରେ ଧୀରେ ଉଷ୍ମତା ପାଇବାରେ ଲାଗିଛି । ରାଜ୍ୟରେ ଥିବା ମୋଟ ୫୭ ଲକ୍ଷ ଭତ୍ତାଧିକାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତା ଧାରି ଏହି ଭତ୍ତା ପାଇବାରୁ ବଞ୍ଚିତ ହେବେ । ଏହି ପ୍ରତିଶ୍ରୁତି ସମଗ୍ର ରାଜ୍ୟରେ ଥିବା ଭତ୍ତାଧାରୀଙ୍କ ବ୍ୟତୀତ ସାଢ଼େ ଚାରି କୋଟି ଜନତାଙ୍କୁ ଦୁଃଖ ଦେଇଛି ବୋଲି ବିଜେଡିର ମୟୁରଭଞ୍ଜ ଜିଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓÿ ବିଧବାଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ବିଜେଡି ଏବେ ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର  ସଭାପତି ଓÿ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ କୁ ସମ୍ମାନ ଦେଇ କାର୍ଯ୍ୟ କରିବ ବୋଲି ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ପ୍ରକାଶ କରିଥିଲେ । ବିଭିନ୍ନ ସରକାରୀ ବିରୋଧୀ ନାରା ଦେଇ ବ୍ଲକ ରେ ପହଞ୍ଚିଥିଲେ । ସେଠାରେ ବିଡ଼ିଓଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡ଼ିଓ ଗଗନ ବେହେରାଙ୍କୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ସବିତା ଦାସଙ୍କ ସମେତ ଦଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି, ରାଜୀବ ସେନାପତି, ବିନୋଦ ସିଂହ ପ୍ରମୁଖ ଶତାଧିକ ଦଳୀୟ ନେତା ଓÿ କର୍ମୀ ଉପସ୍ଥିତ ଥିଲେ । ମାତ୍ର ନିର୍ବାଚନ ସମୟରେ ବିଦ୍ରୋହୀ ନେତା ଭାବେ ପରିଗଣିତ କେତେକ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା । ବିଜେପି ସରକାର ଆଗାମୀ ଦିନରେ ଏହି ଦାବି ପୂରଣ କରିବାରେ ଯଦି ଅବହେଳା କରନ୍ତି ତେବେ ଆନେ୍ଦାଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।