ରୋଟାରୀ ନଗର ଉଦ୍ଘାଟିତ
ଯାଜପୁର ଟାଉନ: ରଜ ଉତ୍ସବ ଅବସରରେ ଯାଜପୁର ଟାଉନ୍ ରୋଟାରୀ କ୍ଲବ୍ର ବନ୍ଧୁମିଳନ ଏନ.ସି କଲେଜ୍ ନିକଟରେ ରୋଟାରୀ ନଗର ଉଦ୍ଘାଟନ ଏବଂ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ବାର୍ଷିକ କ୍ଲବ୍ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରୋଟାରୀ କ୍ଲବ୍ର ସଭାପତି ଶିକ୍ଷାବିତ୍ ଗିରିଶ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଡିଷ୍ଟି୍ରକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେବା, ତ୍ୟାଗ ଓ ସହଯୋଗ ରୋଟାରୀ କ୍ଲବ୍ର ଅନ୍ୟ ନାମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ରୋଟାରୀଆନ ମାନେ ଅବସ୍ଥାନ କରୁଥିବା କଲେଜ ଛକ ସରସ୍ୱତୀ ଶିଶୁମନ୍ଦିର ନିକଟସ୍ଥ ନୂତନ କଲୋନୀକୁ ରୋଟାରୀନଗର ନାମରେ ନାମିତ କରାଯାଇଥିଲା । ରୋଟାରୀ ନଗର ନାମିତ ଶିଳାକୁ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଓ ମଖ୍ୟବକ୍ତା ଭାବେ ଯୋଗଦେଇଥିବା ରୋଟାରୀଆନ ଅଶୋକ ବିହାରୀ ମହାପାତ୍ର ଉନ୍ମୋଚନ କରିଥିଲେ । ପରେ ସ୍ଥାନୀୟ ରୋଟାରୀ କ୍ଲବ୍ ସଭାପତି ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିଙ୍କ ସହିତ ସ୍ଥାନୀୟ କ୍ଲବ୍ର ପ୍ରତିଷ୍ଠାତା ସଭ୍ୟ ଡାକ୍ତର ରାଜ କିଶୋର ପଣ୍ଡା ପ୍ରମୁଖ ଯୋଗଦେଇ କ୍ଲବ୍ର କାର୍ଯ୍ୟକ୍ରମ, ଲକ୍ଷ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା କ୍ଲବ୍ ପକ୍ଷରୁ ଏକ ନଗରୀ ପରିକଳ୍ପନାକୁ ବାସ୍ତବ ରୂପରେଖ ଦିଆଯାଇଥିବାରୁ କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ । କ୍ଲବ୍ର ସଂପାଦକ ପ୍ରସନ୍ନ କୁମାର ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଦାମୋଦର ବେହେରା, ବିଜୟ କୁମାର ସାହୁ, ଚନ୍ଦ୍ରଶେଖର ଜେନା, ଲିପ୍ସିତା ଜେନା, ଅସିତ କୁମାର ଧଳ, ନରେନ୍ଦ୍ର ଜେନା, ଜଗବନ୍ଧୁ ପରିଡା, ଚିତରଞ୍ଜନ ସାହୁ, ଓମ୍ ପ୍ରକାଶ ସାହୁ ପ୍ରମଖ ରୋଟାରୀ କ୍ଲବ୍ ଯାଜପୁରର ସଦସ୍ୟତା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରୀଆନ ଡ. କ୍ଷୀରୋଦ ଚନ୍ଦ୍ର ମହାନ୍ତି, ପ୍ରବୀର କୁମାର ରାଏ, ବିବେକାନନ୍ଦ ବିଶ୍ୱାଳ, ପ୍ରମୋଦ ନାୟକ, ଡଃ ନିତ୍ୟାନନ୍ଦ ମିଶ୍ର, ପ୍ରଦୀପ କୁମାର କର, ଅନିଲ ରାୟ, କେଦାର ରାଉତ, ମନୋଜ ସାହୁ, ଇନରହୁଇଲ କ୍ଲବ୍ର ସଭାପତି ପ୍ରେମଲତା ପଣ୍ଡା, ସମ୍ପାଦକ ସତ୍ୟଭାମା ପତି, ସ୍ୱୟଂପ୍ରଭା ପଣ୍ଡା, ମନୋରମା ବିଶ୍ୱାଳ, ମାନସୀ ରାଣୀ ଓଝା ପ୍ରମୁଖ ସହଯୋଗ କରିଥିଲେ ।