ଶ୍ୱେତକ୍ରାନ୍ତିର ଜନକ ଭାବେ ସାରା ଦେଶ ଭର୍ଗିଜ୍ କୁରିଅନ୍ଙ୍କୁ ଜାଣେ । ତାଙ୍କରି ଉଦ୍ୟମ ଯୋଗୁଁ ଭାରତ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଥିଲା । ବ୍ରିଟିଶ ଶାସିତ ମାଡ଼୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିବା କାଲିକଟ (ବର୍ତ୍ତମାନ କେରଳର କୋଝିକୋଡ଼) ଠାରେ ୧୯୨୧ ମସିହା ନଭେମ୍ବର ୨୬ ତାରିଖରେ ଏକ ପାର୍ସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଭର୍ଗିଜ୍ କୁରିଏନ୍ । ପ୍ରଥମେ ମାଡ଼୍ରାସ୍ରୁ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିବା ପରେ ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଭାରତ ଫେରିବା ପରେ ତାଙ୍କୁ ଗୁଜୁରାଟର ଖେଡ଼ା ଜିଲ୍ଲା ଅନ୍ତର୍ଗତ ଆନନ୍ଦ ଠାରେ ଥିବା ଲହୁଣୀ କାରଖାନାରେ ଭାରତ ସରକାର ଅବସ୍ଥାପିତ କରିଥିଲେ । ସେହିଠାରେ ହିଁ ଜନ୍ମ ନେଇଥିଲା ବିଶାଳ ଦୁଗ୍ଧ ଉତ୍ପାଦନକାରୀ ସଂଗଠନ ଅମୁଲ ।
ଅମୁଲ ଏବେ ଦୁଗ୍ଧଚାଷୀଙ୍କ ଦ୍ୱାରା ପରିଚାଳିତ ସର୍ବବୃହତ ସମବାୟ ଅନୁଷ୍ଠାନ । କୁରିଅନ୍ଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ଅନୁଷ୍ଠାନ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିବା ସହ ସଂଖ୍ୟାଧିକ ଚାଷୀଙ୍କୁ ସ୍ୱାବଲମ୍ବୀ କରିପାରିଛି । ଅମୁଲର ଜନ୍ମ ପରେ ଭର୍ଗିଜଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ତାଙ୍କୁ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଦେଶର ବିକାଶ ପ୍ରତି ଯଥେଷ୍ଟ ଅବଦାନ ଦେଇଥିବା ଯୋଗୁଁ ଭର୍ଗିଜ ରମନ ମାଗାସେସେ ପୁରସ୍କାର, ୱାର୍ଲଡ଼ ଫୁଡ଼୍ ପ୍ରାଇଜ୍ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦