ସମୀରଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା
ଗୋପ: ଚଳିତ ବର୍ଷ ପାଇଁ ସାଧାରଣ ନିର୍ବାଚନରେ ବିଜେଡି ତାର ପଞ୍ଚମ ପାଳିରେ ଘୋଷଣା କରିଥିଲା ନିମାପଡାର ପ୍ରାର୍ଥୀ ଙ୍କ ନାମ ସେଥିରେ ସମୀରଙ୍କୁ ବାଦ ଦେଇ ଦିଲ୍ଲୀପଙ୍କୁ ଟିକେଟ ମିଳିଛି । ଯାହାଫଳରେ କି ଗତ ୧୭ ତାରିଖ ଠାରୁ ନିମାପଡା ଓ ଗୋପ ରେ ରାଜନୀତି ଏକ ରକମ ସରଗରମ ହୋଇଛି । ପୂର୍ବରୁ ଶତାଧିକ ସମର୍ଥକଙ୍କୁ ନେଇ ସମୀର ଏକ ରଣ ହୁଙ୍କାର ଦେଇଛନ୍ତି ‘ନିମାପଡା ରେ ସମୀର ନାହିଁ ତ ଶଙ୍ଖ ନାହିଁ ' । ଶୁକ୍ରବାର ଦିନ ଗୋପ ବ୍ଲକ ଅଧକ୍ଷାଙ୍କ ବାସଭବନରେ ଏକ ଗୁପ ବୈଠକର ଆୟୋଜନ ହୋଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ବୈଠକରେ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ବିରୋଧି କଂଗ୍ରେସର ନେତା ତଥା ଗୋପ ବ୍ଲକର ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ମଧୁସୂଧାନ ପାଇକେରାୟ, ଜଗତସିଂହପୁର ସଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁକାନ୍ତ ମହାନ୍ତି, ପଞ୍ଚାୟତ ସଭାପତି ପ୍ରଦୀପ୍ତ ପରିଡା, ଯୁବନେତା ତଥା ପୂର୍ବତନ ନୋମିନି କରୁଣାକର ସାହୁ ପ୍ରଭୁତି ଉପସ୍ଥିତ ଥିଲେ । ଦଳ ପକ୍ଷରୁ ନେଇଥିବା ନିଷ୍ପତି କୁ ପୁନର୍ବି·ର କରିବା ସହିତ ଟିକେ କୁ ପରିବର୍ତ୍ତନ କରାଯାଉ ବୋଲି ସମର୍ଥକ ଓ କିଛି ବିରୋଧି ଙ୍କୁ ନେଇ ଏକ ରଣନୀତି ଆପଣାଇଛନ୍ତ । ଯଦି ଦିଲ୍ଲୀପଙ୍କ ଟିକେଟ କାୟମ ରୁହେ ତେବେ ସମୀରଙ୍କ ସମୀକରଣ ଭିନ୍ନ ମୋଡ଼ ନେଇପାରେ । ତେବେ ସମୟ କହିବ କଣ ହେଉଛି ସମୀରଙ୍କ ରଣନୀତି ।