ସହାୟତା ନିବେଦନ
ବନ୍ତ, : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ପୁରୁଷଣ୍ଡ ଗ୍ରାମର ପ୍ରଦୀପ କୁମାର ବାରିକଙ୍କ ସ୍ତ୍ରୀ ସରସ୍ୱତୀ ବାରିକଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଛି । ଏ ବିଷୟରେ ‘ନୀଳ ସରସ୍ୱତୀ ହେଲ୍ପ ଲାଇନ’ର ସଭାପତି ମୋହିତ ରାଉଳ ଜାଣିବାକୁ ପାଇଥିଲେ । ଶ୍ରୀ ରାଉଳ ଏହା ଜାଣିଲା ପରେ ବନ୍ତରେ ଥିବା ଯୁବ ସମାଜ ସେବୀ ସରୋଜ କୁମାର ଜେନା (ପପୁ)ଙ୍କୁ ଏ ବିଷୟରେ କଥା ପ·ରି ବୁଝିଥିଲେ । ପରେ ସମାଜସେବୀ ବିକାଶ ମୁହାକୁଡ଼ଙ୍କ ସହିତ ଯୋଗାଯୋଗ କରି ତାଙ୍କ ପରିବାର ପାଖରେ ପହଞ୍ଚି ଥିଲେ । ସେହି ଅସହାୟ ପରିବାରକୁ ନୀଳ ସରସ୍ୱତୀ ହେଲ୍ପ ଲାଇନ୍ ପରିବାର ପକ୍ଷରୁ କିଛି ଅର୍ଥ ରାଶି ସହଯୋଗ କରିବା ସହିତ ଗୋଟେ ମାସର ରାସନ ସାମଗ୍ରୀ ସହଯୋଗର ହାତ ବଢାଇଥିଲେ । ଏବଂ ଆଗକୁ ସାହାଯ୍ୟ ର ହାତ ବଢାଇବେ ବୋଲି ପ୍ରତିଶୁତି ମଧ୍ୟ ଦେଇ ଥିଲେ । ନୀଳ ସରସ୍ୱତୀ ହେଲ୍ପ ଲାଇନର ସଭାପତି ମୋହିତ ରାଉଳ ଜିଲା ପ୍ରଶାସନ ଏବଂ ସମସ୍ତ ସମାଜ ସେବୀ ସଂଗଠନର ଭାଇ ମାନଙ୍କୁ ଅନୁରୋଧ କରିଛନ୍ତି ଯେ, କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇବା ପାଇଁ ସାହାଯ୍ୟ କରିବାକୁ ·ହୁଥିଲେ ଫୋନ ପେ ନମ୍ବର ୮୦୯୩୪୨୧୫୫୨ରେ ସହାୟତା ପ୍ରଦାନ କରିପାରିବେ ।