ସିଭିଲ୍ ସର୍ଭିସ କୃତୀ ପରୀକ୍ଷାର୍ଥୀଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା
ବାରିପଦା /ସାରସକଣା : ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୟୂରଭଞ୍ଜର ତିନି କୃତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ୨୪ତମ ରାଙ୍କରେ ଥିବା ପ୍ରଜ୍ଞା ନନ୍ଦନ ଗିରି, ୩୪୩ ରାଙ୍କରେ ଥିବା ବିଶ୍ୱଜିତ ପଣ୍ଡା ଓ ୪୬୬ ରାଙ୍କରେ ଥିବା ସୌରଭ ଦାସଙ୍କୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମ୍ମାନିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସିନେ୍ଧ କହିଥିଲେ ଯେ, ସେ ଓଡିଶା ସ୍ତରରେ ହେଉ କିମ୍ବା ସର୍ବ ଭାରତୀୟ ସ୍ତରରେ ହେଉ ପ୍ରତ୍ୟେକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିହିତ ଥାଏ କଠିନ ପରିଶ୍ରମ ଓ ସମର୍ପଣ । ଏହି ତିନି ଜଣ କୃତି ପରୀକ୍ଷାର୍ଥୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବିଗତ ବର୍ଷରେ କୃତିତ୍ୱ ପାଇଲା ପରେ ନିଜ ନିଜ ·ଇଁକିରୀର ଅବସ୍ଥାପିତ ହୋଇ ମଧ୍ୟ କଠିନ ପରିଶ୍ରମ କରି ଭାରତର ସର୍ବ ବୃହତ ସେବା କରିବାର ସୁଯୋଗ ପାଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲପାଳ ଦୌଲତ ଚନ୍ଦ୍ରକାର, ଶ୍ରଦ୍ଧା ସୁମନ, ଶୁଭଙ୍କରୀ ଦାଶ, ବସୁନ୍ଧରା ଭିତିରିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।