ସୂଚନା ଆଇନର ସାଂପ୍ରତିକ ସ୍ଥିତି
ଦୁଇଟି ମୁଖ୍ୟ ଉଦେ୍ଦଶ୍ୟ ନାଗରିକମାନଙ୍କୁ ସଶକ୍ତିକରଣ ଏବଂ ପ୍ରଶାସନରେ ସ୍ୱଚ୍ଛତା ଲକ୍ଷ୍ୟ ନେଇ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଅମଳରେ ପାର୍ଲିଆମେଂଟରେ ପ୍ରଣିତ ଐତିହାସିକ ବିଧେୟନ ସୂଚନା ଅଧିକାର (ଆରଟିଆଇ) ଆଇନ ଦେଶରେ କାର୍ଯ୍ୟକାରୀ ହେବାରେ ଆସନ୍ତା ବର୍ଷ ଦୁଇଦଶନ୍ଧି ପୂରଣ କରିବାକୁ ଯାଉଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ହତାଦାର ତଥା ଆନ୍ତରିକତା ଅଭାବ ଯୋଗୁଁ ଆଇନ ତା’ର ସାମର୍ଥ୍ୟ, ପାରଦର୍ଶିତା ହରାଇଥିବା ନିଃସନେ୍ଦହରେ କୁହାଯାଇପାରିବ । ଏହି ଆଇନ ନେଇ କୌଣସି ଉସôବ ମନାଇବାର ଆବଶ୍ୟକତା ଯଥାର୍ଥ ମନେହୁଏ ନାହିଁ । ଆଇନର ସାମର୍ଥ୍ୟ ଶକ୍ତି ହ୍ରାସ ବାରମ୍ବାର ସଂଶୋଧନ ଏଡାର ମୁଖ୍ୟକାରଣ ବୋଲି କୁହାଯାଇପାରେ । କେବଳ ଏତିକି ନୁହେଁ, ଆଇନର ଶକ୍ତି ହ୍ରାସ କରି ତଥ୍ୟ ବା ସୂଚନା ଜାଣିବାକୁ ମନା କରିବା କିମ୍ବା ଜାଣିଶୁଣି ବିଳମ୍ବ କରାଇବା ବର୍ଷ ବର୍ଷ ଧରି ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଆହୁରି ମଧ୍ୟ ଆଇନକୁ ବୁଡାଇ ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସୂଚନା ଅଧିକାର କମିଶନମାନଙ୍କ କାର୍ଯ୍ୟଧାରାକୁ ପଙ୍ଗୁ କରି ଦିଆଯାଇଛି । କହିବା ବାହୁଲ୍ୟ ଯେ, ଜାତୀୟ ସ୍ତରରେ ଥିବା କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି)ରେ ୮ଟି ସୂଚନା କମିଶନରଙ୍କ ପଦବୀ ଦୀର୍ଘ ବର୍ଷ ବର୍ଷ ଧରି ଖାଲି ପଡିଥିବାବେଳେ ରାଜ୍ୟସ୍ତରରେ ମଧ୍ୟ ଏହି ସଂଖ୍ୟା କିଛି କମ ନୁହେଁ । ଦେଶର ୩୦ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଂଚଳରେ ମୋଟ ଉପରେ ଅଧାରୁ ଅଧିକ ସୂଚନା କମିଶନର ପଦବୀ ଖାଲି ପଡିଛି । ଏପରିକି ବହୁ ରାଜ୍ୟରେ ମୁଖ୍ୟ ସୂଚନା କମିଶନର ବା ଅଧ୍ୟକ୍ଷ ବିନା ସୂଚନା କମିଶନର କାର୍ଯ୍ୟାଳୟ କେବଳ ରହିଛି । ରାଜ୍ୟସ୍ତରରେ ସୂଚନା ଅଧିକାର କମିଶନ କାର୍ଯ୍ୟାଳୟ ଅକାମୀ ହୋଇପଡିଥିବା କହିଲେ ହୁଏତ ଅତିରଂଜିତ ହୋଇନପାରେ । ଯାହାର ପରିଣତି ସ୍ୱରୁପ ସୂଚନା ପାଇବା ଲାଗି ଆବେଦନ ସଂଖ୍ୟା ଫଇସଲା ନହୋଇ ବଢିଚାଲିଛି । ମିଳିଥିବା ତଥ୍ୟ କହେ, କେବଳ କେନ୍ଦ୍ରୀୟ ସୂଚନା କମିଶନର(ସିଆଇସି)ଙ୍କ କାର୍ଯ୍ୟାଳୟରେ ୨୩୦୦ରୁ ଊଦ୍ଧ୍ୱର୍ ଆବେଦନ ଦୀର୍ଘ ମାସ ମାସ ଧରି ପଡିଛି । ଖାଲି ପଡିଥିବା କମିଶନର ପଦବୀଗୁଡିକ ପୁରଣ ପାଇଁ କମିଶନ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏଥିିପ୍ରତି ନାଁ କେନ୍ଦ୍ର, ନାହିଁ ରାଜ୍ୟ ସରକାରମାନେ କର୍ଣ୍ଣପାତ କରୁନଥିବା କହୁଯାଏ । ନିକଟରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତୀୟ ଏକ ପିଟିସନର ଶୁଣାଣି କରିବା ଅବସରରେ ବହୁସଂଖ୍ୟକ କମିଶନର ପଦବୀ ଖାଲି ପଡିବା ନେଇ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ ଗଭୀର ଉଦ୍ବେଗ ପ୍ରକାଶ କରି ତୁରନ୍ତ ପଦବୀଗୁଡିକ ପୂରଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆଇନ ଉଲଂଘନ ନେଇ କଠୋର ଦଣ୍ଡବ୍ୟବସ୍ଥା ଥିବାବେଳେ ଆବେଦନ ଉପରେ ଯଦି କମିଶନର ଅଭାବ ଯୋଗୁଁ ଶୁଣାଣି ବିଳମ୍ବିତ ହୁଏ, ତେବେ ତାହା ନ୍ୟାୟିକ ପାଇବା ସଦୃଶ । କଥାରେ ଅଛି ବିଳମ୍ବିତ ନ୍ୟାୟ, ବିଡମ୍ବିତ ନ୍ୟାୟା । ସୂଚନା କମିଶନର ଅଚଳାବସ୍ଥା ଏବଂ ଶୁଣାଣିରେ ଅହେତୁକ ବିଳମ୍ବ ଯୋଗୁଁ ଏବେ ଆଇନ ମୃତପ୍ରାୟ ବୋଲି କହିଲେ ଭୁଲ ହୋଇନପାରେ । କହିବା ବାହୁଲ୍ୟ ଯେ, ଆଇନରେ ବାରମ୍ବାର ସଂଶୋଧନ କମିଶନରଙ୍କ କାର୍ଯ୍ୟକାଳ ହ୍ରାସ, କମିଶନର ଭାବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଏବଂ କମିଶନର ନିଯୁକ୍ତିରେ ଅହେତୁକ ବିଳମ୍ବ ଜନସାଧାରଣଙ୍କୁ ସୂଚନା ବା ତଥ୍ୟ ପାଇବା ଲାଗି ନିରୁସôାହିତ କରୁଛି । ଆରଟିଆଇ ଆଇନକୁ ନୂଆ ଜୀବନ ଦେଇ ଜନସାଧାରଣ ପୁନଃ ସକ୍ରିୟ କରାଗଲେ, ଗଣତନ୍ତ୍ରରେ ସେମାନେ ସକ୍ରିୟ ଅଂଶୀଦାର ହୋଇପାରିବେ । ଏହି ଐତିହାସିକ ଆଇନ ଏବେ ନୂଆ ଜୀବନ ଅପେକ୍ଷାରେ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯