ନରେନ୍ଦ୍ର ମୋଦୀ ୩.୦
ଚଳିତବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ହାଟ୍ରିକ୍ ମାରିଥିଲା ଏନ୍ଡିଏ । ଐତିହାସିକ ବିଜୟ ହାସଲ କରି ସମସସ୍ତଙ୍କୁ ଚକିତ କରିଦେଇଥିଲା । ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଏନଡିଏକୁ ଗାଦିଚ୍ୟୁତ ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ । ଦେଶବ୍ୟାପୀ ପ୍ରମୁଖ ନେତାମାନେ ବିଜେପିକୁ ରୋକିବା ଲାଗି ପ୍ରଚାର କରିଥିଲେ । କିନ୍ତୁ ଏନ୍ଡିଏକୁ କ୍ଷମତାସୀନ ହେବାରୁ ରୋକିପାରିନଥିଲେ । ଜେଡିୟୁ ଓ ଡିଟିପି ଭଳି ପ୍ରମୁଖ ମେଣ୍ଟ ଦଳ ଏନଡିଏକୁ ସରକାର ଗଢିବା ଲାଗି ଭିଟାମିନ୍ ସାଜିଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପରେ ଦ୍ୱିତୀୟ ନେତା ଭାବେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ପରେ ରାଜନାଥ ସିଂହ, ଅମିତ ଶାହା, ନୀତିନ ଗଡକରୀ , ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ ପ୍ରମୁଖ ୭୧ଜଣ ନେତା ବି ଶପଥ ନେଇଥିଲେ ।