ପାରାଲିମ୍ପିକ୍ସରେ ଇତିହାସ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଏହାର ସର୍ବକାଳୀ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଇତିହାସ ରଚିଥିଲା  । ଭାରତୀୟ ପାରା ଆଥଲେଟମାନେ ଚମକ୍ରାର ପ୍ରଦର୍ଶନ କରିବା ସହ ସର୍ବମୋଟ ୨୯ ପଦକ ବିଜୟୀ ହୋଇଥିଲେ  । ଏହା ମଧ୍ୟରେ ୭ ସ୍ୱର୍ଣ୍ଣ, ୯ ରୋ÷ପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସାମିଲ ଥିଲା  । ଏହା ସହ ଓଭର ଅଲ ପଦକ ତାଲିକାରେ ଭାରତ ୧୮ତମ ସ୍ଥାନ ହାସଲ କରିଥିଲା  । ୨୦୧୧ ଟୋକିଓ ଅଲିମ୍ପିକ୍ସରେ ଭାରତ ୧୯ ପଦକ ହାସଲ କରିଥିଲା  । ଭାରତ ପକ୍ଷରୁ ଅଭିନ ଲେଖରା, ନୀତେଶ କୁମାର, ସୁମିତ ଆଣ୍ଟିଲ, ହରବିନ୍ଦର ସିଂ, ଧରମବୀର, ପ୍ରବୀଣ କୁମାର ଓ ନବଦୀପ ସିଂ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ  ।
ମନୀଷ ନରୱଲ, ନିଶାଦ କୁମାର, ୟୋଗେଶ କଥୁନିୟା, ତୁଳସୀମତି ମୁରୁଗାସେନ, ସୁହାସ ୟଥିରାଜ, ଅଜିତ ସିଂ, ଶରଦ କୁମାର, ସଚିନ ସର୍ଜେରାଓ ଖିଲାରୀ ଓ ପ୍ରଣବ ସୁରମା ରୋ÷ପ୍ୟ ପଦକ ବିଜୟୀ ହୋଇଥିଲେ  । ଅନ୍ୟପକ୍ଷରେ ମୋନା ଅଗ୍ରୱାଲ, ପ୍ରୀତି ପାଲ, ରୁମିନା ଫ୍ରାନ୍ସିସ୍, ମନୀଷା ରାମଦାସ, ଶୀତଲ ଦେବୀ ଓ ରାକେଶ କୁମାର, ନିତ୍ୟା ଶିବନ, ଦୀପ୍ତି ଜୀବନଜି, ମରିୟାପ୍ପନ ଥଙ୍ଗାଭେଲୁ, ସୁନ୍ଦର ସିଂ ଗୁର୍ଜର, କପିଲ ପରମାର, ହୋକାଟୋ ହୋଟୋଝେ ସେମା ଓ ସିମରନ୍ ବ୍ରୋଞ୍ଜ ପଦକ ଜିତିଥିଲେ  ।  ପ୍ରୀତି ପାଲ୍ ଟ୍ରାକ୍ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ବିଜୟୀ ହୋଇଥିଲେ  । ୧୦୦ ମିଟର ମହିଳା ଟି୩୫ ବର୍ଗର ପ୍ରୀତି ପଦକ ଜିତି ଇତିହାସ ରଚିବାରେ ସମର୍ଥ ହୋଇଥିଲେ  । ୧୦୦ ମିଟର ଦୋ÷ଡ଼ରେ ପ୍ରୀତି ୧୪.୨୧ ସେକେଣ୍ଡର ଟାଇମିଂ ନେଇଥିଲେ  । ପରେ ୨୦୦ ମିଟର ସ୍ପ୍ରିଣ୍ଟରେ ଆଉ ଏକ ପଦକ ଜିତି ମୋଟ ପଦକ ସଂଖ୍ୟା ୨ରେ ପହଞ୍ଚାଇଥିଲେ  । ଟୋକିଓରେ ସ୍ୱର୍ଣ୍ଣ ବିଜେତା ସୁମିତ ଆଣ୍ଟିଲ ବିଶ୍ୱ ରେକର୍ଡ ସହ ଆଉ ଏକ ସ୍ୱର୍ଣ୍ଣ କରାୟତ୍ତ କରିଥିଲେ  । ପୂର୍ବରୁ ତାଙ୍କ ନାମରେ ୬୮.୫୫ ମିଟରର ରେକର୍ଡ ରହିଥିବା  ବେଳେ ସେ ୭୦.୫୯ ମିଟର ଥ୍ରୋ କରିଥିଲେ  । ଅଭନି ଲେଖରା ୧୦ ମିଟର ଏୟାର ରାଇଫଲ ଏସ୍ଏଚ୍୧ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅଭନି  । ଟୋକିଓରେ ବିଜୟୀ ଅଭନି ନିଜ ରେକର୍ଡରେ ଉନ୍ନତି ଆଣିବା ପାଇଁ ୨୪୯.୭ ପଏଣ୍ଟ ସ୍କୋର କରିଥିଲେ  । ପୁରୁଷ ରିଜର୍ଭ ଇଭେଣ୍ଟ ଆର୍ଚେରୀରେ ଟୋକିଓ ବ୍ରୋଞ୍ଜ ବିଜେତା ହରବିନ୍ଦର ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ  । ପୁରୁଷ ହାଇଜମ୍ପର ଟି୬୪ ଇଭେଣ୍ଟରେ ଭାରତର ପ୍ରବୀଣ କୁମାର ଓ ପାରା ଜାଭେଲିନ୍ ଥ୍ରୋୟର ନବଦୀପ ସିଂ ୪୭.୩୨ ମିଟରର ଥ୍ରୋ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ  ।