ଭାରତୀୟ ଚେସର ସ୍ୱର୍ଣ୍ଣିମ ଅଧ୍ୟାୟ
ହଙ୍ଗେରୀରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡ୍ରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହ ଚେସ୍ ଇତିହାସରେ ଯୋଡିଥିଲେ ସ୍ୱର୍ଣ୍ଣିମ ଅଧ୍ୟାୟ । ୪୫ତମ ଚେସ୍ ଅଲିମ୍ପିଆଡର ଅନ୍ତିମ ରାଉଣ୍ଡରେ ଭାରତୀୟ ପୁରୁଷ ଦଳ ସ୍ଲୋଭାନିଆକୁ ୩.୫-୦.୫ ଏବଂ ମହିଳା ଦଳ ଆଜରବୈଜାନକୁ ୩.୫-୦.୫ ପଏଣ୍ଟରେ ହରାଇଥିଲା । ଭାରତୀୟ ପୁରୁଷ ଦଳ ୧୧ ମ୍ୟାଚ୍ରୁ ୨୧ ପଏଣ୍ଟ ଅର୍ଜନ କରିଥିବା ବେଳେ ମହିଳା ଦଳ ୧୧ ମ୍ୟାଚ୍ରୁ ୧୯ ପଏଣ୍ଟ ସ୍କୋର କରିଥିଲା । ପୂର୍ବରୁ ଭାରତୀୟ ପୁରୁଷ ଦଳ ୨୦୧୪ ଓ ୨୦୨୨ରେ ଦୁଇଥର ଓ ମହିଳା ଦଳ ୨୦୨୨ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପୁରୁଷ ଦଳର ଗ୍ରାଣ୍ଡମାଷ୍ଟର ଡି. ଗୁକେଶ, ଆର. ପ୍ରଜ୍ଞାନନ୍ଦ, ଭିଦିତ ସନ୍ତୋଷ ଗୁଜଗାଠି, ଅର୍ଜୁନ ଇରିଗାସି ଓ ମହିଳା ଦଳରେ ଦ୍ରୋଣାଭାଲି ହାରିକା, ଦିବ୍ୟା ଦେଶମୁଖ, ଆର. ବୈଶାଳୀ ଓ ଭାନ୍ତିକା ଅଗ୍ରୱାଲ ସାମିଲ ଥିଲେ । ବ୍ୟକ୍ତିଗତ ଭାବରେ ଭାରତୀୟ ଖେଳାଳିଙ୍କୁ ୪ ସ୍ୱର୍ଣ୍ଣ ପଦକ ମଧ୍ୟ ମିଳିତôଲା । ବୋର୍ଡ-୧ରେ ଖେଳୁଥିବା ଗୁକେଶ, ବୋର୍ଡ-୩ରେ ଅର୍ଜୁନ ଇରିଗାସୀ, ମହିଳା ବୋର୍ଡ ୩ରେ ଦିବ୍ୟା ଦେଶମୁଖ ଓ ବୋର୍ଡ-୪ରେ ଖେଳୁଥିବା ଭାନ୍ତିକା ଅଗ୍ରୱାଲ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।