ଝଙ୍କଡ଼ର ଶାରଳା ପୀଠ
Sarala Pitha
ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠ ହେଉଛି ଶାକ୍ତ ଓ ବୈଷ୍ଣବ ଧର୍ମ ଓ ପରମ୍ପରାର ମହାନ କ୍ଷେତ୍ର । ଏହି ପୀଠ ସମଗ୍ର ଭାରତବର୍ଷରେ ଏକ ତନ୍ତ୍ରପୀଠ ଭାବରେ ଖ୍ୟାତି ଲାଭ କରିଛି । କଥିତ ଅଛି ଆଦିକବି ସାରଳା ଦାସ ମା’ ଶାରଳାଙ୍କ କୃପା ଲାଭ କରି ମହାଭାରତ ଲେଖିବାରେ ସମର୍ଥ ହୋଇଥିଲେ । ମା’ ଶାରଳା ହେଲେ ଅଷ୍ଟଭୁଜା ଓ ସିଂହବାହିନୀ । ମା’ଙ୍କ ସହିତ ଏହି ପୀଠରେ ଜୟଦୁର୍ଗା ଓ ବନଦୁର୍ଗା ଦୁଇଟି ବିଗ୍ରହ ପୂଜା ପାଉଛନ୍ତି । ଏହି ପୀଠରେ ଉଭୟ ବ୍ରାହ୍ମଣ ଓ ଶୂଦ୍ର ଜାତିର ପୂଜକ ପୂଜା କରିବାର ବିଧିବିଧାନ ଅଛି । ଶାରଦୀୟ ଷୋହଳ ଦିନ ପୂଜାରେ ଏଠାରେ ମହାନ୍ ପରମ୍ପରା ଓ ବିଧ୍ୱବିଧାନ ସହିତ ପୂଜା କରାଯାଇଥାଏ । ମା’ଙ୍କୁ ବିରିପିଠା ବଳି ଦିଆଯିବା ସଙ୍ଗେ ସଙ୍ଗେ କଂସା ପାତ୍ରରେ ପଇଡ଼ପାଣି ନୈବେଦ୍ୟ ଲାଗି କରାଯାଇଥାଏ । ଷୋହଳଦିନ ପୂଜା ଭିତରେ ଅଷ୍ଟମୀ ତିଥିରେ ରାତିରେ ଜାକଜମକରେ ପୂଜା କରିବା ସଙ୍ଗେ ସଙ୍ଗେ ବିରିପିଠା ବଳି ଦିଆଯାଇଥାଏ । ଆଉ ମଧ୍ୟ ଏଠାରେ ପ୍ରତ୍ୟହ ପ୍ରସାଦ ସମର୍ପଣ କରାଯିବାର ବିଧିବିଧାନ ଅଛି ।