ମହାୟୁତିକୁ ଜିତାପଟ

 ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ଏ ବର୍ଷ ଭୋଟ ହୋଇଥିଲା । ରାଜ୍ୟରେ ଶିବସେନା ଓ ଏନସିପି ଦୁଇଫାଳ ହୋଇଥିବା ଦୃଷ୍ଟିରୁ ଏଥର ନିର୍ବାଚନ ଉପରେ ସମଗ୍ର ଦେଶର ଜନତାଙ୍କ ନଜର ଥିଲା । ଉଦ୍ଧବ ଠାକରେ, ଏକନାଥ ସିନେ୍ଦ, ଶରଦ ପାୱାର ଓ ଅଜିତ ପାୱାରଙ୍କ ପାଇଁ ଏହା ଅଗ୍ନି ପରୀକ୍ଷା ଭଳି ହୋଇଥିଲା । ଏହି ନିର୍ବାଚନରେ ଯେ ମୋଦୀ ମ୍ୟାଜିକ୍ ଚାଲିଥିଲା ତାହା ଭୋଟ ଫଳରୁ ସ୍ପଷ୍ଟ ଜଣା ପଡିଥିଲା । ବିଜେପି ଏକାକୀ ୧୩୨ ଆସନ ପାଇଥିଲା । ଫଳରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ବିପୁଳ ଫାଇଦା ମିଳିଥିଲା । ମେଣ୍ଟଦଳ ଶିବସେନା ସିଙ୍କୁ ୫୭ ଓ ଏନ୍ସିଦି ଅଜିତକୁ ୪୧ଆସନ ମିଳିଥିଲା । ମହାୟୁତି ମୋଟ ୨୩୦ଆସନ ପାଇ ସରକାର ଗଢିଥିଲା । ଅନ୍ୟପକ୍ଷରେ ଶିବସେନା ଉଦ୍ଧବ ୨୦, କଂଗ୍ରେସ ୧୬ ଓ ଏନସିପି ଶରଦ ଗୋଷ୍ଠୀ ୧୦ଟି ଆସନରେ ଜିତିଥିଲା । ବିଜେପିକୁ ବିପୁଳ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମହାରଷ୍ଟ୍ରରେ ମହାବିଜୟ ବିଜେପିକୁ ଜାତୀୟ ରାଜନୀତିରେ ଆହୁରି ସବଳ କରିଥିଲା ।