ଧନତେରସ କାହିଁକି ପାଳନ ହୁଏ ?
ଏକ କିମ୍ବଦନ୍ତୀ ଅନୁଯାୟୀ, ଯେତେବେଳେ କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନ୍ୱନ୍ତରୀ ସମୁଦ୍ରର ମନ୍ଥନରୁ ବାହାରିଥିଲେ, ସେତେବେଳେ ତାଙ୍କ ହାତରେ ଅମୃତ ଭର୍ତ୍ତି ଏକ କଳସ ଥିଲା । ଭଗବାନ ଧନ୍ୱନ୍ତରୀ କଳସ ସହ ଆର୍ବିଭାବ ହୋଇଥିଲେ । କୁହାଯାଏ ଯେ ସେବେଠାରୁ ଧନତେରସ ପର୍ବ ପାଳନ କରିବା ଆରମ୍ଭ ହୋଇଥିଲା । ଧନତେରସ ଦିନ ବାସନ କିଣିବାର ଏକ ପରମ୍ପରା ମଧ୍ୟ ଅଛି । ଏହାଦ୍ୱାରା ସୁଖ, ସମୃଦ୍ଧି ଏବଂ ଭଲ ସ୍ୱାସ୍ଥ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଧନତେରସ ଦିନ, ଧନ ଦେବତା କୁବେରଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ।ସମଗ୍ର ଦେଶରେ ଅହେତୁକ ଉତ୍ସାହ ଏବଂ ଆନନ୍ଦରେ ପାଳନ କରାଯାଉଥିବା ହିନ୍ଦୁ ମହୋତ୍ସବ ମଧ୍ୟରୁ ଅନ୍ୟତମ ଧନତେରସ୍ । ଏହି ଶୁଭ ଦିନରେ ଲୋକମାନେ ପ୍ରଭୁ କୁବେର, ଭଗବାନ ଧନ୍ୱନ୍ତରୀ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ପ୍ରତିବର୍ଷ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସରେ କୃଷ୍ଣ ପକ୍ଷର ତ୍ରୟୋଦଶି ତିଥିରେ ଧନତେରସ୍ ପର୍ବ ପାଳନ କରାଯାଏ । ଧନତେରସ ଦିନ ନୂଆ ବାସନ, ସୁନା ଏବଂ ରୂପା ଅଳଙ୍କାର କିଣିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।