ହେମନ୍ତ ସୋରେନଙ୍କ ଦବ୍ଦବା
ଝାଡଖଣ୍ଡରେ ଏ ବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା । ପୁଣି ଦବଦବା ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ହେମନ୍ତଙ୍କ ଜେଏମଏମ୍ ନେତୃତ୍ୱାଧୀନ ମେଣ୍ଟ କ୍ଷମତାସୀନ ହୋଇଥିଲା । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ଜେଏମଏମ୍ ମେଣ୍ଟ ୫୬ଟି ଆସନ ଜିତିଥିଲା । ଏହା ବହୁମତ ସଂଖ୍ୟା ୪୧ରୁ ଅଧିକ ଥିଲା । କେବଳ ଜେଏମଏମ୍କୁ ୩୪ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୬ ଓ ଆରଜେଡିକୁ ୪ଟି ଓ ସିପିଆଇକୁ ୨ଟି ଆସନ ମିଳିଥିଲା । ଅନ୍ୟପକ୍ଷରେ ଏନ୍ଡିଏ ମେଣ୍ଟ ୨୪ଟି ଆସନ ପାଇଥିଲା । ବିଜେପି ଏକାକୀ ୨୧ଟି ଆସନ ଜିତିଥିଲା । ଜେଏମଏମ୍ ମେଣ୍ଟ ଜିତିବା ପରେ ହେମନ୍ତ ସୋରେନ୍ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବର୍ଷ ଜେଏମ୍ଏମ୍ରୁ ପୃଥକ ହୋଇ ଚମ୍ପାଇ ସୋରେନ୍ ବିଜେପି ଟିକେଟରୁ ଲଢିଥିଲେ । ହେମନ୍ତଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଥିଲା । କିନ୍ତୁ ସେଭଳି କିଛି ହୋଇ ନଥିଲା । ଚମ୍ପାଇଙ୍କ ଯୋଗଦାନ ବିଜେପିକୁ ଫାଇଦା ଦେଇ ନଥିଲା । ଜମି ଦୁର୍ନୀତି ମାମଲାରେ ଜେଲ ଯାଇ ବି ହେମନ୍ତ ନିଜ ପତିଆରା ବଜାୟ ରଖିବାରେ ସମର୍ଥ ହୋଇଥିଲେ ।