ଜମ୍ମୁ-କାଶ୍ମୀରରେ ଏନସି-କଂଗ୍ରେସ

ଧାରା ୩୭୦ ହଟିବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ୯୦ଆସନ ପାଇଁ ଅକ୍ଟୋବର ୫ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏଥିରେ ବିଜେପି ଜିତିବା ନେଇ ଆଶା ରଖିଥିଲା । ଦଳର ହେଭିୱେଟ୍ ନେତାମାନେ ଘନଘନ ଜମ୍ମୁ-କଶ୍ମୀର ଗସ୍ତ କରି ପ୍ରଚାର ଅଭିଯାନକୁ ତୀବ୍ର କରିଥିଲେ । କିନ୍ତୁ ନ୍ୟାସନାଲ୍ କନଫରେନ୍ସ (ଏନସି)କୁ ବିପୁଳ ସଫଳତା ମିଳିଥିଲା । ଏନସିକୁ ୪୨ ଆସନ ମିଳିଥିବାବେଳେ ଏହାର ସହଯୋଗୀ କଂଗ୍ରେସକୁ ୬ ଓ ସିପିଏମକୁ ଗୋଟିଏ ଆସନ ମିଳିଥିଲା । ବିଜେପି ୨୯ଆସନ ଜିତିଥିଲା ଓ ମେହବୁବା ମୁଖତିଙ୍କ ପିଡିପିକୁ ୩ଟି ଆସନ ମିଳିଥିଲା । ଅନ୍ୟ ୯ଟି ଆସନରୁ ୭ଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିବା ବେଳେ ଆପ୍ ଏବଂ ଜେକେପିସି ଗୋଟିଏ ଲେଖାଏଁ ଆସନ ହାସଲ କରିଥିଲେ ।