ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ସହ ନବୀନ ନିବାସରେ ବୈଠକ କଲେ ନବୀନ

ଦଳର ବରିଷ୍ଠ ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଓ ସଦସ୍ୟ ସଂଗ୍ରହ ଉପରେ ବୈଠକରେ ଆଲୋଚନା ହୋଇଛି । ପାଖାପାଖି ୪୦ ରୁ ଅଧିକ ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀ ନବୀନ ନିବାସ ବୈଠକରେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନକୁ ତ୍ଵରାନିତ କରିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଭିତରେ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ଦାଖଲ ପାଇଁ ନେତାଙ୍କୁ ଡେଡ ଲାଇନ୍ ଦିଆଯାଇଛି । ପୂର୍ବ ବର୍ଷ ଅପେକ୍ଷା ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଦଳ ସହ ଯୋଡିବା ପାଇଁ ନେତାଙ୍କୁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଛନ୍ତି ନବୀନ। ବିଜେଡି ସୁପ୍ରିମୋ ସୁସଂଗଠିତ ହୋଇ ଦଳ କେମିତି ଆଗକୁ ବଢିବ ତାକୁ ନେଇ ଗୁରୁମନ୍ତ୍ର ଦେଲେ ।