୫ଟି ଏକଜିଟ ପୋଲରେ ବିଜେଡ଼ିକୁ ଝଟକା

ExitPoll Odisha

୫ଟି ଏକଜିଟ ପୋଲରେ ବିଜେଡ଼ିକୁ ଝଟକା

୫ଟି ଏକଜିଟ ପୋଲରେ ବିଜେଡ଼ିକୁ ଝଟକା
ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ବିଜେଡ଼ିକୁ ଝଟକା ଲାଗିବ  । ଗତଥର ଅପେକ୍ଷା ଆସନ ସଂଖ୍ୟା ବହୁତ କମିଯିବ  । ଏଯାବତ ୫ଟି ଏକଜିଟ ପୋଲ ଆସିଥିବାବେଳେ ସବୁଠି ବିଜେପି ଆଗରେ ରହିବ ବୋଲି ଦର୍ଶାଯାଇଛି  ।  ଇଣ୍ଡିଆ ନ୍ୟୁଜ, ଚାଣକ୍ୟ ଟିଭି, ଏନଡ଼ିଟିଭି, ଜନକୀବାତ ଓ ଇଣ୍ଡିଆ ଟିଭିର ଆକଳନ ଅନୁଯାୟୀ, ଚବିଶ ନିର୍ବାଚନରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ  । ଶାସକ ବିଜେଡ଼ିକୁ ଏଥର କ୍ଷତି ସହିବାକୁ ପଡ଼ିବ  । ଇଣ୍ଡିଆ ନ୍ୟୁଜ୍‌ ବିଜେପିକୁ ୧୩ ଆସନ ଦେଇଥିବାବେଳେ ବାକି ସବୁ ସର୍ଭେ ସଂସ୍ଥା ବିଜେପି ୧୫ରୁ ଉଦ୍ଧ୍ୱର୍ ଆସନ ପାଇବ ବୋଲି ଆକଳନ କରିଛି  ।

ଇଣ୍ଡିଆ ନ୍ୟୁଜ୍‌ : ବିଜେପି ୧୩, ବିଜେଡ଼ି ୮
ଇଣ୍ଡିଆ ନ୍ୟୁଜର ଏକଜିଟ ପୋଲ୍‌ ଅନୁଯାୟୀ, ବିଜେଡ଼ିକୁ ଓଡ଼ିଶାରେ ଝଟକା ଲାଗିବ  । ଗତଠାରୁ ବିଜେପି ଭଲ ପ୍ରଦର୍ଶନ କରିବ  । ବିଜେପିକୁ ୧୩ ଲୋକସଭା ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୮ ଲୋକସଭା ଆସନ ମିଳିବ  ।

ଚାଣକ୍ୟ ଟିଭି : ବିଜେପି ୧୬, ବିଜେଡ଼ି ୪, କଂଗ୍ରେସ ୧
ଚାଣକ୍ୟ ଟିଭି ମଧ୍ୟ ବିଜେପିକୁ ଅଧିକ ଆସନ ଦେଇଛି  । ବୁଥବାହୁଡ଼ା ମତ ଆଧାରରେ ବିଜେପି ୧୬ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି  । ଅପରପକ୍ଷରେ ବିଜେଡ଼ି ୪ ଓ କଂଗ୍ରେସ ଗୋଟିଏ ଆସନରେ ବାଜିମାତ କରିବ ବୋଲି ସର୍ଭେରୁ ଜଣାପଡ଼ିଛି  ।
 
ଏନଡ଼ିଟିଭି : ବିଜେପି ୧୫, ବିଜେଡି ୩ରୁ ୮
ଏନଡ଼ିଟିଭି ମଧ୍ୟ ବିଜେପି ଅଧିକ ଆସନ ପାଇବ ବୋଲି ଆକଳନ କରିଛି  । ଏନଡ଼ିଟିଭିର ସର୍ଭେ ଅନୁଯାୟୀ ବିଜେପି ୧୫ଟି ଆସନ ପାଇବ  । ଯେତେବେଳେକି ବିଜେଡ଼ିକୁ ୩ରୁ ୮ ଆସନ ମିଳିବାର ସମ୍ଭାବନା ରହିଛି  ।
  
ଜନକୀ ବାତ : ବିଜେପି ୧୫ରୁ ୧୮, ବିଜେଡ଼ି ୩ରୁ ୭
ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ, ବିଜେଡ଼ି ତୁଳନାରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ  । ବିଜେପିକୁ ୧୫ରୁ ୧୮ ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୩ରୁ ୭ ଆସନ ମିଳିବ  । କଂଗ୍ରେସ କିଛି ଆସନ ପାଇବ ନାହିଁ ବୋଲି ଏହି ଆକଳନରୁ ଜଣାପଡ଼ିଛି  । 

ଇଣ୍ଡିଆ ଟିଭି : ବିଜେପି ୧୫ରୁ ୧୭, ବିଜେଡ଼ି ୪ରୁ ୬
ଇଣ୍ଡିଆ ଟିଭିର ଏକଜିଟ ପୋଲ ପ୍ରକାଶ ପାଇଛି  । ଓଡ଼ିଶା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି  । ବିଜେପିକୁ ୧୫ରୁ ୧୭, ବିଜେଡ଼ିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଉଛି  । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା  ।