ଆଇସିସି ମହିଳା ଟି-୨୦ ବିଶ୍ୱକପ, ୨୦୦୯ରୁ ଏଯାଏଁ
ଆଉ ଦିନ କେତଟା ପରେ ଅନୁଷ୍ଠିତ ହେବେ ଆଇସିସି ମହିଳା ଟି-୨୦ ବିଶ୍ୱକପ । ଏଥି ପାଇଁ ସବୁ ଦଳ ପ୍ରସ୍ତୁତ ଜୋରଦାର ଆରମ୍ଭ କରି ଦେଇଛନ୍ତି । ଆଇସିସି ମହିଳା ଟି -୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ୨୦୦୯ ରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ତିନୋଟି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶ ଗ୍ରହଣକାରୀ ଥିଲେ । ପରେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।୨୦୨୪ ମହିଳା ଟି-୨୦ ବିଶ୍ୱକପ ବଂଲାଦେଶରେ ହେବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ହେତୁ ଏହାକୁ ୟୁଏଇକୁ ସ୍ଥାନାନ୍ତିରଣ କରାଯାଇଛି । ୨୦୨୩ ସୁଦ୍ଧା ମୋଟ ଆଠଟି ସଂସ୍କରଣ ଅନୁଷ୍ଠିତ ହୋଇଛି । ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟକୁ ୬ଥର ଜିତିଛି । ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ ସଂସ୍କରଣ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଇଂଲଣ୍ଡ ( ୨୦୦୯), ଏବଂ ୱେଷ୍ଟଇଣ୍ଡିଜ୍ (୨୦୧୬) ଗୋଟିଏ ଥର ଲେଖାଏଁ ଜିତିଛନ୍ତି ।
ବର୍ଷ ଆୟୋଜକ ଚାମ୍ପିଅନ ରନର୍ସ ଅପ
୨୦୦୯ ଇଂଲଣ୍ଡ ଇଂଲଣ୍ଡ ନୁ୍ୟଜିଲାଣ୍ଡ
୨୦୧୦ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ନୁ୍ୟଜିଲାଣ୍ଡ
୨୦୧୨ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୧୪ ବଂଲାଦେଶ ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୧୬ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଅ
୨୦୧୮ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୨୦ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଭାରତ
୨୦୨୩ ଦ.ଆଫ୍ରିକା ଅଷ୍ଟ୍ରେଲିଆ ଦ.ଆଫ୍ରିକା
ସର୍ବାଧିକ ଦଳଗତ ସ୍କୋର
ଦଳ ରନ ବିପକ୍ଷ ଦଳ: ବର୍ଷ
ଇଂଲଣ୍ଡ: ୨୧୩/୫ ପାକିସ୍ତାନ ୨୦୨୩
ଦ.ଆଫ୍ରିକା ୧୯୫/୩ ଥାଇଲାଣ୍ଡ ୨୦୨୦
ଭାରତ ୧୯୪/୫ ନୁ୍ୟଜିଲାଣ୍ଡ ୨୦୧୮
ଅଷ୍ଟ୍ରେଲିଆ ୧୯୧/୪ ଆର୍ୟଲାଣ୍ଡ ୨୦୧୪
ଅଷ୍ଟ୍ରେଲିଆ ୧୮୯/୧ ବାଂଲାଦେଶ ୨୦୨୦
ସର୍ବନିମ୍ନ ଦଳଗତ ସ୍କୋର
ଦଳ ରନ ବିପକ୍ଷ ଦଳ: ବର୍ଷ
ବାଂଲାଦେଶ ୪୬ ୱେଷ୍ଟଇଣ୍ଡିଜ ୨୦୧୮
ବାଂଲାଦେଶ ୫୮ ଇଂଲଣ୍ଡ ୨୦୧୪
ପାକିସ୍ତନ ୬୦ ଇଂଲଣ୍ଡ ୨୦୧୯
ଶ୍ରୀଲଙ୍କା ୬୦ ନୁ୍ୟଜିଲାଣ୍ଡ ୨୦୨୩
ପାକିସ୍ତାନ ୬୫ ନୁ୍ୟଜିଲାଣ୍ଡ ୨୦୧୦