ମା’ ଭଗବତୀ ପୀଠରେ ‘ବଳିଜେନା’ 

Maa Bhagabati Pitha

ମା’ ଭଗବତୀ ପୀଠରେ ‘ବଳିଜେନା’ 

ଓଡ଼ିଶାର ସମୃଦ୍ଧ ଶାକ୍ତ ପରମ୍ପରାରେ ବାଣପୁରର ମା’ ଭଗବତୀଙ୍କର ବିଶେଷ ମହିମା ରହିଛି । ମା’ ଭଗବତୀଙ୍କୁ ମଧ୍ୟ ଶ୍ମଶାନ ବାସିନୀ, ଅରଣ୍ୟବାସିନୀ ବୋଲି ବର୍ଣ୍ଣନା କରାଯାଇଛି । କେହି କେହି ଏହି ପୀଠକୁ ଏକ ତାନ୍ତ୍ରିକ ପୀଠ ବୋଲି କହିଥାନ୍ତି । ଶାରଦୀୟ ଦୁର୍ଗାପୂଜା ବିଭିନ୍ନ ବିଧିବିଧାନ, ନୀତି ଓ ପରମ୍ପରାରେ ଷୋହଳ ଦିନ ବ୍ୟାପୀ ହୋଇଥାଏ । ପ୍ରଥମ ସାତଦିନ ସାତଟି ବଖରା ଘରେ ପୂଜା ହୋଇଥିଲାବେଳେ ଅନ୍ୟ ନଅଦିନ ପୂଜା ଭଗବତୀଙ୍କ ପୀଠରେ ହୋଇଥାଏ  । ମା’ ଭଗବତୀଙ୍କୁ ଏଠାରେ ପରମ ବୈଷ୍ଣବୀ ଭାବେ ପରିକଳ୍ପନା କରାଯାଇଅଛି । ତେଣୁ ପ୍ରତ୍ୟହ ଦଶଟି ଗୁଆ ଓ ମହାପ୍ରସାଦ ଖଟଣୀ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ । ଆଉ ମଧ୍ୟ ଏହି ପୀଠରେ ତୁଳସୀପତ୍ର ଲାଗି ହେବାର ବ୍ୟବସ୍ଥା ଅଛି । ଏହି ପୀଠର ବୈଶିଷ୍ଟ୍ୟ ହେଲା ଯେ ମା’ଙ୍କର ଅଷ୍ଟଭୁଜା ମହିଷମର୍ଦ୍ଦିନୀ ମୂର୍ତ୍ତି ସର୍ବସାଧାରଣରେ ଭକ୍ତଙ୍କ ଦର୍ଶନ ପାଇଁ ଉଦ୍ଦିଷ୍ଟ ନୁହନ୍ତି । ଯେଉଁ ପ୍ରତିମାକୁ ପୂଜା କରାଯାଏ, ତା’ର ପଛପଟେ ବସ୍ତ୍ର ଦ୍ୱାରା ଆବୃତ ହୋଇ ମୂଳ ବିଗ୍ରହଟି ରଖାଯାଇଥାଏ । ସେହି ପ୍ରାଚୀନ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ‘ବଳିଯେନା’ ନାମରେ ନୀତି ପାଳନ କରାଯାଉଅଛି ।