ହରିଆଣାରେ ବିଜେପିର ହାଟ୍ରିକ୍ ବିଜୟ

ହରିଆଣାରେ ବିଧାନସଭା ନିର୍ବାଚନ ଫଳକୁ ନେଇ ସମସ୍ତ ଏକଜିଟ୍ ପୋଲ ଭୁଲ୍ ପ୍ରମାଣିତ ହୋଇଥିଲା । ରାଜ୍ୟରେ ବିଜେପି ହାଟ୍ରିକ୍ ମାରିଥିଲା । ତୃତୀୟ ଥର ପାଇଁ ସରକାର ଗଢିଥିଲା । ବିଜେପି ରାଜ୍ୟର ୫୭ବର୍ଷ ଇତିହାସରେ ପ୍ରଥମ ଦଳ ଭାବେ ତୃତୀୟ ଥର ପାଇଁ କ୍ଷମତାସୀନ ହୋଇଥିଲା । ହରିଆଣାର ମୋଟ ୯୦ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଫଳାଫଳ ଅନୁସାରେ ବିଜେପିକୁ ୪୮ ଆସନ ମିଳିଥିଲା । କଂଗ୍ରେସକୁ ୩୭ଆସନ ମିଳିଥିଲା । ଓମ୍ ପ୍ରକାଶ ଚୌତାଲାଙ୍କ ଆଇଏନ୍ଏଲଡିକୁ ୨ଟି ଆସନ ମିଳିଥିବା ବେଳେ ୩ଟି ଆସନ ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଦୁଶ୍ୟନ୍ତ ଚୌତାଲଙ୍କ ଜେଜେପି(ଜନନାୟକ ଜନତା ପାର୍ଟି) ଖାତା ଖୋଲି ପାରିନଥିଲା । ୧୯୬୬ରେ ପଞ୍ଜାବରୁ ପୃଥକ ହୋଇ ହରିଆଣା ସ୍ୱତନ୍ତ୍ର ରାଜ୍ୟ ହେବା ପରେ ପ୍ରଥମ ଦଳ ଭାବେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିଥଲା ।