ଶ୍ରୀରାମ କଥା ପ୍ରବଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

 ନୂଆପଡା : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ଖଇରା ଠାରେ ଜଗନ୍ନାଥ ମନ୍ଦିର ପରିସରରେ ହେବାକୁ ଥିବା ଶ୍ରୀରାମ କଥା ପ୍ରବଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ରେ ପହଞ୍ଚିଛି  । ଏହା ଶନିବାର ଦିନରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ସାତ ଦିନ ସନ୍ଧ୍ୟା ୭ ଟାରୁ ୧୦ଟା ପର୍ଯ୍ୟନ୍ତ କଥାବାଚକ ଗୁରୁଦାସ ଅନନ୍ତ ଚରଣ ଦାସଙ୍କର ଦ୍ୱାରା ପରିଚାଳିତ ହେବ ।  ଏଥିରେ ଖଇରା ଗ୍ରାମର ସମସ୍ତ ଗ୍ରାମବାସୀ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀଙ୍କର ସହାଭାଗିତା ରହିଅଛି ।