ପୃଥିବୀର ସର୍ବବୃହତ ମନ୍ଦିର ଅଙ୍ଗକୋର ୱାଟ୍‌


 ପୃଥିବୀର ବିଭିନ୍ନ ପ୍ରାନ୍ତରେ ଛୋଟବଡ଼ ଅନେକ ହିନ୍ଦୁ ମନ୍ଦିର ରହିଛି । ହେଲେ କାମ୍ବୋଡ଼ିଆଠାରେ ରହିଛି ପୃଥିବୀର ସର୍ବବୃହତ୍‌ ମନ୍ଦିର ଅଙ୍ଗକୋର ୱାଟ୍‌ । ଏହି ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଯାହାର ପ୍ରକୃତ ନାମ ବରାହ ବିଷ୍ଣୁଲୋକ । କାମ୍ବୋଡ଼ିଆ ଭାଷାରେ ଅଙ୍ଗ୍‌କୋର ଅର୍ଥ ସହର ଏବଂ ୱାଟ୍‌ ଅର୍ଥ ମନ୍ଦିର । ଅର୍ଥାତ୍‌ ମନ୍ଦିରର ସହର । କାମ୍ବୋଡିଆର ସିମ୍‌ ରିପ୍‌ ସହରରେ ମିକାଙ୍ଗ୍‌ ନଦୀ ତଟରେ ଏହା ଅବସ୍ଥିତ ଯାହା ପ୍ରାୟ ୪୦୦ ଏକର ପରିମିତ ସ୍ଥାନରେ ସ୍ଥାପନ ହୋଇଛି  । କୁହାଯାଏ, ଏହି ମନ୍ଦିର ନିର୍ମାଣ କରିବା ଲାଗି ୩୫ ବର୍ଷ ସମୟ ଲାଗିଥିବା ବେଳେ ପ୍ରାୟ ୩,୦୦,୦୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏବଂ ପ୍ରାୟ ୬,୦୦୦ ହାତୀ ନିଯୁକ୍ତ ହୋଇଥିଲେ । ।ଏହି ମନ୍ଦିରରେ ବିଶାଳକାୟ ହିନ୍ଦୁ ଏବଂ ବୌର୍ଦ୍ଧମୂର୍ତ୍ତି ଦେଖିବାକୁ ମିଳେ । ମନ୍ଦିରରକାନ୍ଥରେ ରାମାୟଣ ଏବଂ ମହାଭାରତ ହିନ୍ଦୁ ଧର୍ମଗ୍ରନ୍ଥ ଖୋଦେଇ ହୋଇଛି ।