ଓଲଟିଲା ବସ୍ : ଚାପି ହୋଇ ୩୦ ଆହତ

ସୁନ୍ଦରଗଡ଼: ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ଜବୀନ ଯାଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କିଛି ଯାତ୍ରୀ ତଳେ ଚାପି ହୋଇ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ବସ୍ଟି ଆସୁଥିବା ବେଳେ ଓଲଟି ପଡ଼ିଥିଲା।