ଯୁବକଙ୍କୁ ମରଣାନ୍ତକ ଆକ୍ରମଣ


।ା ସୋର,: ସୋର ପୌରପାଳିକା ଅନ୍ତର୍ଗତ ଥାନା ଛକ ନିକଟରେ ହୋଟେଲରେ ଖାଇବା ସମୟରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ ଗତକାଲି ରାତିରେ ଏହି ଛକରେ ଥିବା ଏକ ହୋଟେଲରେ ୩ ଜଣ ଯୁବକ ଖାଉଥିଲେ । ହୋଟେଲରେ ଖାଉଥିବା ସମୟରେ ଅଶୋକଙ୍କୁ ଫ୍ୟାନ ଚଲେଇବା ପାଇଁ କହିଥିଲେ । ଏଥିରେ ଅଶୋକ ତାଙ୍କୁ ପ୍ରତିବାଦ କରିଥିଲେ । ଫଳରେ ତିନି ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଏଥିରେ ଉତକ୍ଷିପ୍ତ ହୋଇ ଏକ ଲୁହା ଖୁସୁଣୀରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା  । ଅନ୍ୟ ଦୁଇ ଜଣ ତାଙ୍କୁ ସହଯୋଗ କରିଥିଲେ ।ଏଥିରେ ଅଶୋକଙ୍କ ମୁଣ୍ଡ ଫାଟିଯିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟ ପକ୍ଷରେ ଆକ୍ରମଣ କାରି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ପୁଲିସ୍ ଛାନ୍ଭିନ୍ ଜାରି ରଖିଛି ।