ଟ୍ରେନ୍ ଅପହରଣ ଘଟଣା : ବାହାରେ ପଡିଛି ୭୦ ରୁ ୮୦ ମୃତଦେହ

ପାକିସ୍ତାନର ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଅପହରଣ ଘଟଣାକୁ ନେଇ ସସ୍ପେନ୍ସ ଜାରି ରହିଛି । ବିଏଲଏ ଏବଂ ପାକିସ୍ତାନ ସରକାର ଭିନ୍ନ ଭିନ୍ନ ଦାବି କରୁଛନ୍ତି । ବଲୁଚ ସେନା ଦାବି କରିଛି ଯେ ୬୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୧୫୦ ଜଣ ଏବେ ବି ନିଜ ହେପାଜତରେ ଅଛନ୍ତି । ସେପଟେ ପାକିସ୍ତାନ ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି  ସେନା ଓ ବାୟୁସେନା ଏହି ଅପରେସନ ଶେଷ କରିସାରିଛନ୍ତି । ଏଥିରେ ଆତ୍ମଘାତୀ ଆକ୍ରମଣକାରୀ ନିହତ ହୋଇଛନ୍ତି । ପାକ୍ ସେନାର ସୂଚନା ଅନୁଯାୟୀ, ଏହି ଅପହରଣ ସମୟରେ ୨୧ ଜଣ ଯାତ୍ରୀ ଓ ୪ ଜଣ ଯବାନ ସହିଦ ହୋଇଛନ୍ତି । ବିଏଲ୍ଏର ସମସ୍ତ ୩୩ଟି ଲଢୁଆ ବିମାନକୁ ଖସାଇ ଦିଆଯାଇଛି । ସେହିପରି ଜଣେ ପ୍ରତ୍ୟକ୍ଷଦର୍ଶୀ ୭୦ରୁ ୮୦ଟି ମୃତଦେହ ଦେଖିଥିବା ଦାବି କରିଛନ୍ତି । ବିଏଲଏ ଏବଂ ପାକିସ୍ତାନର ଦାବି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ।  ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପାକିସ୍ତାନ ଓ ତା'ର ସେନା ମିଛ କହୁଛନ୍ତି କି ? ପାକିସ୍ତାନ ରେଳ ଅପହରଣକୁ ନେଇ ବିଏଲଏ ଏକ ବଡ ଦାବି କରିଛି । ଏଥିରେ ୧୦୦ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବେଳେ ୧୫୦ରୁ ଅଧିକ ସୈନିକ ଏବେ ବି ହାଜତରେ ଅଛନ୍ତି ବୋଲି ବଲୁଚ ସେନା କହିଛି । ସେପଟେ ଅପରେସନ ଶେଷ ହୋଇଛି ବୋଲି ପାକିସ୍ତାନ ଦାବି କରୁଛି । ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଏଥିରେ ସମସ୍ତ ବଲୋଚ ଯୋଦ୍ଧା ନିହତ ହୋଇଥିବା ପାକ ଦାବି କରିଛି ।