ଏହି ଜିନିଷ ଉପହାର ଦିଅନ୍ତୁନି

ଏହି ଜିନିଷ ଉପହାର ଦିଅନ୍ତୁନି

ଜନ୍ମଦିନ ହେଉ କିମ୍ବା ବିବାହ ପାର୍ଟିକୁ ଗଲେ ଆମେ ସାଧାରଣତଃ ଉପହାର ଦେଇଥାଉ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଅନ୍ୟକୁ ଉପହାର ଦେବା ଉଚିତ୍‌ ନୁହେଁ । ଏହାଦ୍ୱାରା ଆପଣଙ୍କ ଧନ ହାନି ହେବା ସହିତ ଘରକୁ ଦରିଦ୍ରତା ପ୍ରବେଶ କରିବ । ବିବାହ ହେଉ କିମ୍ବା ସମ୍ପର୍କୀୟଙ୍କ ଜନ୍ମଦିନରେ ଆମେ ଖୁସି ମନରେ ସୁନା କିମ୍ୱା ରୁପାର ମୁଦି ଉପହାର ସ୍ୱରୂପ ଦେଇ ଥାଉ । କିନ୍ତୁ ଜ୍ୟୋତିଷ ମାନ୍ୟତା ଅନୁସାରେ ମୁଦି ଉପହାର ଦେବା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହିତ ଆର୍ôଥକ ସ୍ଥିତି ଦୁର୍ବଳ ହୋଇଯାଏ । କ୍ୟାରିୟରରେ ଉନ୍ନତିରେ ବାଧା ଉପୁଜିଥାଏ ।

ଘଣ୍ଟା: ଅନେକ ସମୟରେ ଲୋକ ସାଙ୍ଗ ସାଥୀଙ୍କୁ ହାତ ଘଣ୍ଟା ଓ କାନ୍ଥ ଘଣ୍ଟା ଉପହାର ଦେଇଥାନ୍ତି । ଏହାଦ୍ୱାରା ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଓ ପତି- ପନ୍ଥୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହେ ନାହିଁ ।
ପେନ୍‌: ଜ୍ୟୋତିଷ ମାନ୍ୟତା ଅନୁସାରେ କାହାକୁ ପେନ ଦେବା ବା ଉପହାର ନେବା ଉଚିତ ନୁହେଁ, ଏହାର ସିଧା ପ୍ରଭାବ ଆର୍ôଥକ ସ୍ଥିତି ଉପରେ ପଡିଥାଏ ।
ଜୋତା ଚପଲ: କୌଣସି ବ୍ୟକ୍ତିଙ୍କୁ ଜୋତା-ଚପଲ ଉପହାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ । ଏହା ଦରିଦ୍ରର ସଙ୍କେତ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା ଚପଲ ଉପହାର ନେବା ଦ୍ୱାରା ବ୍ୟକ୍ତି ଉପରେ ଶନିଙ୍କ ଦୁଷ୍ପ୍ରଭାବ ପଡିଥାଏ ।