ରାଜା ଚକ୍ରଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ରାଜା ଚକ୍ର ଗୁରୁବାର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ବଦ୍ରି କହିଛନ୍ତି, ଏନେଇ ମୁଁ ଆଗରୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଜଣାଇଥିଲି। ଜିଲା ପ୍ରଶାସନ ପକ୍ଷରୁ ରାଜାଙ୍କୁ ପୂରା ପ୍ରୋତ୍ସାହନ ମିଳୁଥିଲା। ତତ୍କାଳୀନ ଜିଲାପାଳ, ଏସ୍ପି ମଧ୍ୟ ଏଥିରେ ସହଯୋଗ କରିଥିଲେ। ରାଜାଙ୍କ କଥାରେ ପୋଲିସ ପ୍ରଶାସନ ଚାଲିଥିଲା। ଏକା ରାଜାଙ୍କୁ ଧରିଲେ ଚଳିବନି, ଜିଲାପାଳ, ଏସ୍ପି ମଧ୍ୟ ସମ୍ପୃକ୍ତ। ତୁରନ୍ତ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବଦ୍ରି କହିଛନ୍ତି।