ଆଜିଠୁ ‘ଟ୍ରମ୍ପ ଟିକସ’
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ନୂଆ ବାଣିଜ୍ୟିକ ଟିକସ ଲାଗୁ କରିବାକୁ ଯାଉଛନ୍ତି । ଯାହାର ପ୍ରତିକୂଳ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ । ଟ୍ରମ୍ପଙ୍କ ପ୍ରସ୍ତାବିତ ୨୫% ଟିକସ ବ୍ୟବସ୍ଥା ଦ୍ୱାରା ୧.୪ ଟ୍ରିଲିୟନ ଡଲାର ଅର୍ଥନୀତି ପ୍ରଭାବିତ ହେବ । ଉତ୍ତର ଆମେରିକାରୁ ନେଇ ୟୁରୋପ, ଅଷ୍ଟ୍ରେଲିଆରୁ ନେଇ ଏସିଆ ପର୍ଯ୍ୟନ୍ତ ରପ୍ତାନୀ ଶୃଙ୍ଖଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ୧୩୨ ଦେଶ ସହ ଆମେରିକାର ରପ୍ତାନୀ କାରବାର ରହିଛି । କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆମେରିକାର ଅର୍ଥନୀତି ଆଗାମୀ ୧୦ ବର୍ଷରେ ୬ ଟ୍ରିଲିୟନ ଡଲାର ଲାଭ ପାଇବ । ଅର୍ଥାତ୍ ପ୍ରତିବର୍ଷ ଆମେରିକା ଅର୍ଥନୀତି ୬ ଶହ କୋଟି ଡଲାର ଲାଭ ପାଇବ । ଆମେରିକୀୟ ସାମଗ୍ରୀ ଉପରେ ବିଭିନ୍ନ ଦେଶ ଅଧିକ ଟିକସ ବସାଉଥିବାରୁ ଟ୍ରମ୍ପ ପ୍ରଶାସନ ଯେଶାକୁ ତେସା ନୀତି ଅବଲମ୍ବନ କରିବାକୁ ଯାଉଛି । ତେବେ ଭାରତ ଏନେଇ ସ୍ୱତନ୍ତ୍ର ଭାବେ ଆମେରିକା ସହ ଆଲୋଚନା କରିଛି । ଫଳରେ ଭାରତ ଉପରେ ଏହାର ପ୍ରଭାବ କମ୍ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି ।