୩୦ ଓଏଏସଙ୍କୁ ଆଇଏଏସ ର୍ୟାଙ୍କକୁ ପଦୋନ୍ନତି
ନୂଆଦିଲ୍ଲୀ: ରାଜ୍ୟର ୩୦ ବରିଷ୍ଠ ଓଏଏସ ଅଫିସରଙ୍କୁ ଆଇଏଏସ ଅଫିସର ର୍ୟାଙ୍କକୁ ପଦୋନ୍ନତି ମିଳିଛି । ଏହି ମର୍ମରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ରେ ଖାଲି ପଡ଼ିଥିବା ଆଇଏଏସ ପଦବୀ ପାଇଁ ଓଏଏସ ଅଫିସର ଧର୍ମ ହାଂସଦା, ରୀନା ମହାପାତ୍ର, ନିୟତି ପଟ୍ଟନାୟକ, ମହେଶ୍ୱର ସ୍ୱାଇଁ, ମୃଣାଳକାନ୍ତି ଦାସ, ଶ୍ରୀକାନ୍ତ ତରାଇ, ବୀରେନ୍ଦ୍ର କୋରକୋରା, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାରୀ କୁଲୁ, କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାସ ଓ ପ୍ରେମଜିତ୍ ନାୟକଙ୍କୁ ଆଇଏଏସ ର୍ୟାଙ୍କକୁ ପଦୋନ୍ନତି ମିଳିଛି । ସେହିପରି ୨୦୨୪ରେ ଖାଲି ପଡ଼ିଥିବା ଆଇଏଏସ ପଦବୀ ପାଇଁ ନରହରି ସେଠୀ, ଯୁଗଳେଶ୍ୱରୀ ଦାସ, ମଧୁମିତା ରଥ, ଦେବାଶିଷ ସିଂହ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱୟମ ପ୍ରଭା ମହାନ୍ତି, ଇନ୍ଦ୍ରମଣୀ ନାୟକ, ସୁଦାମ ଚରଣ ମଣ୍ଡଳ ଓ ଗିରିଶ ଚନ୍ଦ୍ର ସିଂହଙ୍କୁ ଆଇଏଏସ ର୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି ।