ସମାଜସେବୀ ଦୈତାରୀ ଧଳଙ୍କୁ ଡ଼କ୍ଟରେଟ ଉପାଧି

 ପାଣିକୋଇଲି : କୋରେଇ ବ୍ଲକ ମୁଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟି ସମ୍ପାଦକ ଦୈତାରୀ ଧଳଙ୍କୁ ମିଳିଛି ଡ଼କ୍ଟରେଟ ଉପାଧି । ସେ ଦୀର୍ଘ ବର୍ଷ ହେବ ବିଶ୍ୱ ମାନବଧିକାର ସୁରକ୍ଷା ସଙ୍ଗଠନ ସହିତ ଯୋଡ଼ି ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଥିଲେ । ଶ୍ରୀ ଧଳ ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟତ ବ୍ରଜନଗର ନିବାସୀ ଚତୁର୍ଭୁଜ ଧଳ-ସେବତୀ ଧଳଙ୍କ ସୁପୁତ୍ର ତଥା ଯାଜପୁର ଜିଲା ପରିଷଦର ପୂର୍ବତନ ସଭ୍ୟା ମଧୁସ୍ମିତା ଧଳଙ୍କ ସ୍ୱାମୀ ଅଟନ୍ତି । ଶ୍ରୀ ଧଳଙ୍କୁ ଏହି ସମ୍ମାନ ମିଳିବା ପରେ ଲିଙ୍ଗେଶ୍ୱର କମିଟି ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ସମାଜସେବା କ୍ଷେତ୍ରରେ ନିଜର ଉଦ୍ୟମ ଜାରି ରଖିବେ ବୋଲି ଡ଼କ୍ଟର ଧଳ ଜଣାଇଛନ୍ତି ।