ଗାଡି ଚାଳକଙ୍କୁ ମାଡ଼ମାରି ଚୋରି ଘଟଣା; ତିନି ଗିରଫ
ଦାନଗଦୀ : ଦାନଗଦୀ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ଶାସନ ଛକଠାରେ ଦୁଇଜଣ ଗାଡି ଡ୍ରାଇଭର ଯାଜପୁର ତେଲିପୋଖରୀ ଗାଁର ରନôାକର ମଲ୍ଲିକଙ୍କ ପୁଅ ନିରଞ୍ଜନ (୩୮) ଓ ଜେନାପୁର ଅଂଚଳର ପବନ ଭୂୟାଁଙ୍କ ପୁଅ ବସନ୍ତ (୪୦) ନିଜ ଗାଡି ଖାଲି କରି ଅପରାହ୍ନ ୨ଟାରେ ଆସୁଥିବା ବେଳେ କିଛି ଯୁବକ ଅଟକାଇ ଚାନ୍ଦା ମାଗିଥିଲେ । ସେ ଚାନ୍ଦା ନ ଦେବାରୁ ଧମକ ଦେଇନିରଞ୍ଜନଙ୍କୁ ଗାଡ଼ିରୁ ଘୋଷାରି ମାଡ଼ ମାରି ତାଙ୍କ ବେକରୁ ରୁପା ଚେନ ଓ ଅନ୍ୟ ଗାଡିର ଡ୍ରାଇଭର ବସନ୍ତ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ତିନି ହଜାର ଟଙ୍କା ଛଡାଇ ନେଇଥିବାର ଟମକା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ଏଘଟଣାର ତଦନ୍ତ କରିଅଭିଯୁକ୍ତ ମାନପୁର ଗାଁର ଶିଶିର ବଳଙ୍କ ପୁଅ ରାଜା ଓରଫ ରାଜେଶ (୪୦), ଗୋବର୍ଦ୍ଧନପୁରର ଭାଗିରଥି ବେହେରାଙ୍କ ପୁଅ ଚଗୁଲୁ ଓରଫ ପ୍ରମୋଦ (୪୦), ଜେମାଦେଇପୁରର କାଳନ୍ଦୀ କାଣ୍ଡିଙ୍କ ପୁଅ ଗୋପିଆ ଓରଫ ଶରତ (୪୦)ଙ୍କୁ ଗିରଫ କରି କେସ ନମ୍ବର ୩୬/୨୫ କୋର୍ଟ ଚାଲାଣ କରିବା ସହ ମହିନ୍ଦ୍ରା ନୁଭୁକ ସ୍ପୋର୍ଟ ଚାରିଚକିଆ ଗାଡି ଜବତ କରିଥିବା ସୂଚନା ମିଳିଛି ।