ବିଜେପି  ଛାଡିବେ ଅମୀୟ! 

ବିଜେପି  ଛାଡିବେ ଅମୀୟ! 


 ବିଞ୍ଝାରପୁର/ସିଂହପୁର: ଭାରତୀୟ ଜନତା ପାର୍ଟି ଛାଡ଼ିବେ ଯାଜପୁର ଲୋକସଭା ଆସନରୁ ଲଢେଇ କରି ପରାଜିତ ହୋଇଥିବା ଅମୀୟ ମଲିକ । ଅମୀୟ ଏଇ ନିର୍ବାଚନରେ ବିଞ୍ଝାରପୁର ବିଧାନସଭା ଆସନରୁ ଲଢିବାକୁ ଇଛା କରିଥିଲେ । କିନ୍ତୁ ତାଙ୍କ ଇଛାକୁ ପୂରଣ କଲାନି ବିଜେପି । ବିଜେପି ବିଞ୍ଝାରପୁରରୁ ବବିତା ମଲିକଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅସନ୍ତୁଷ୍ଠ ଅଛନ୍ତି ଅମୀୟ ଏବଂ ତାଙ୍କ ସମର୍ଥକ । ଅମୀୟ ସମର୍ଥକଙ୍କ କହିବା ଅନୁଯାଇ ବାରମ୍ବାର ବବିତା ମଲ୍ଲିକ ପରାଜୟ ବରଣ କରୁଛନ୍ତି । ଅମୀୟ ମଲ୍ଲିକଙ୍କ ବିଞ୍ଝାରପୁରରେ ଲୋକପ୍ରିୟତା ବୃଦ୍ଧି ପାଇଛି । ଅମୀୟ ସଂଗଠନକୁ ମଜବୁତ କରିବାରେ ଆପ୍ରାଣ ଉଦ୍ୟମ କରିଥିଲେ କିନ୍ତୁ ଦଳ ତାଙ୍କ ସହିତ ବେଇମାନୀ କରିଛି । ବିଞ୍ଝାରପୁରବାସୀ ୨୪ ବର୍ଷର ବିଜେଡି ସରକାରକୁ ଗାଦିଚୁ୍ୟତ କରିବାକୁ ମନସ୍ତ କରୁଥିବା ବେଳେ ବିଜେପି ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିନଥିବାରୁ ଦଳ ପୁଣି ପରାଜୟ ହୋଇପାରେ । ତେଣୁ ବିଞ୍ଝାରପୁରବାସୀ ଅମୀୟ ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାଁନ୍ତି ଲୋକେ ଦଳକୁ ନୁହେଁ ବରଂ ଅମୀୟଙ୍କୁ ପସନ୍ଦ କରନ୍ତି ବୋଲି ସମର୍ଥକ ମାନେ ମତ ପ୍ରକାଶ କରିବା କିଛି ଭିନ୍ନ ସୂଚନା ଦେଉଛି । ଅମୀୟ ବିଜେପିରୁ ନିରାଶ ହେବା ପରେ ତାଙ୍କୁ ଦଳିୟ ପ୍ରମୁଖ ନେତୃମଣ୍ଡଳି ମାନେ ବୁଝାସୁଝା କରିବାକୁ ପ୍ରୟାସ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ଅମୀୟ କୁଆଡେ ଦଳ ଛାଡିବାର ନିଷ୍ପତି ନେଉଥିବା ଚର୍ଚ୍ଚା ହେଉଛି । ଅମୀୟ ବିଞ୍ଝାରପୁର ବାସୀଙ୍କୁ ଦୃଦୟରେ ଅଛନ୍ତି ତାଙ୍କ ପାଇଁ ଦଳ ନୁହଁ ବରଂ ଲୋକଙ୍କ ଭଲପାଇବା ଆବଶ୍ୟକ ବୋଲି ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରି ଖୁବ ଶୀଘ୍ର ଦଳ ବଦଳର ନିଷ୍ପତ୍ତି ନେଇପାରନ୍ତି ବୋଲି ସଙ୍କେତ ଦେଇଥିଲେ ହେଁ ଏନେଇ ସମର୍ଥକଙ୍କ ସହ ଆଲୋଚନା କରିବେ । ଅମୀୟ ଦଳ ଛାଡି ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ନା ପୁଣି ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି । ଗତକାଲି ଅମୀୟ ଦିଲ୍ଲୀରୁ ଫେରିବା ପରେ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବୈଠକ କରି ଦଳ ଛାଡିବା ପାଇଁ ନିସ୍ପତ୍ତି ନେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯଦି ଅମୀୟ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ନକରି ଦଳ ଛାଡି ଅନ୍ୟ ଦଳରୁ କିମ୍ବା ସ୍ୱାଧିନ ଭାବେ ପ୍ରାର୍ଥୀ ହୁଅନ୍ତି ତେବେ ବିଜେପିକୁ ବଡ କ୍ଷତି ସହିବାକୁ ପଡିପାରେ ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଅମୀୟ ପଛଘୁଞ୍ଚା ଦେବେ ନାହିଁ ବରଂ ସେ ବିଞ୍ଝାରପୁରର ସ୍ୱାର୍ଥ ପାଇଁ ଚଳିତ ନିର୍ବାଚନ ଲଢିବେ ବୋଲି ଏକ ପ୍ରକାର ସ୍ପଷ୍ଠ କରିଛନ୍ତି ।