ଅଟୋ ଧକ୍କାରେ ବାଇକ୍ ଆରୋହୀ ମୃତ
ତାଳଚେର: ତାଳଚେର ମୁଖ୍ୟ ମାର୍କେଟ ହାଟତୋଟା ଠାରେ ବାଇକ୍ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତ ଖଇରାପାଳ ଗ୍ରାମର ସାଧୁଚରଣ ନାଏକ । ଦୁର୍ଘଟଣାରେ ଗୁରୁତର ହୋଇଥିବା ସାଧୁଚରଣଙ୍କୁ ପ୍ରଥମେ ସ୍ଥାନୀୟ ମଣ୍ଡାପାଳ ହସ୍ପିଟାଲକୁ ନିଆଯାଇଥିଲା । ଡ଼ାକ୍ତର ସେଠାରେ ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ଅଟୋ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଥିବା ବାଇକ୍ ଆରୋହୀଙ୍କ ପରିବାର କହିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପଂହଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଧରମପୁର ପଞ୍ଚାୟତରେ ଏକ ଶୋକର ବାତାବରଣ ଖେଳିଯାଇଛି ।