ବିଜେପିର ଜନସମ୍ପର୍କ ପଦଯାତ୍ରା ଯୋଗଦେଲେ ରାଜସ୍ଥାନର ଆଇନ ମନ୍ତ୍ରୀ ଯୁଗରାମ
ତାଳଚେର: ବିକଶିତ ଭାରତ ଓ ବିକଶିତ ତାଳଚେର ସଙ୍କଳ୍ପ ନେଇ ତାଳଚେରରେ ବିଜେପି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ତାଳଚେର ବ୍ଲକ ଘଣ୍ଟପଡା ପଂଚାୟତରେ ଅନୁଷ୍ଠିତ ହୋଇଛି । ରାଜସ୍ଥାନ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୁଗରାମ ପଟେଲ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ବିଜେପି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବିଜେପିର ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ଅନନ୍ତ ବିହାର ସ୍ଥିତ ମା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଘଣ୍ଟପଡା ପଂଚାୟତରେ ପଦଯାତ୍ରାରେ ସମସ୍ତ ଘର ଘର ବୁଲି ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ବିକଶିତ ଓଡିଶା ଓ ବିକଶିତ ତାଳଚେର ହେବ । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ହେବ ବୋଲି ରୁଦ୍ର ନାରାୟଣ ପାଣି କହିଥିଲେ । ତାଳଚେରକୁ ବରବାଦ କରିବାକୁ ଦେବି ନାହିଁ, ତାଳଚେରକୁ ବଦନାମ କରିବାକୁ ଦେବି ନାହିଁ । ତାଳଚେରବାସୀଙ୍କ ସମସ୍ୟାକୁ ନେଇ ବିଧାନସଭାରେ ଲଢ଼େଇ କରିବି ବୋଲି ନିଜର ପ୍ରତିକ୍ରିୟାରେ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି । ମୋଦିଙ୍କୁ ଓଡ଼ିଶାବାସୀ ସବୁଠୁ ଅଧିକ ଭଲ ପାଉଛନ୍ତିି । ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବ ବୋଲି ରାଜସ୍ଥାନର ମନ୍ତ୍ରୀ ଶ୍ରୀ ପଟେଲ ପ୍ରକାଶ କରିଥିଲେ । ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଏହି ପଦଯାତ୍ରରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କରୁଣା କର ସାହୁ, ସସ୍ମିତା ବିଶ୍ୱାଳ, ସୁନିଲ ବିଶ୍ୱାଳ,ରାଜୀବ ଦାସ, କାର୍ତ୍ତିକ ପଟ୍ଟନାୟକ, ଶିବାନନ୍ଦ ଥମ୍ବ, ବିଭୁତି ସାହୁ, ମଞ୍ଜୁ ବେହେରା, ବରୁଣ ସାହୁ, ସହଦ୍ୱେ ସାହୁ, ପର୍ଶୁରାମ ବାରିକ, ସୋମନାଥ ରାଉତ, ବୃନ୍ଦାବନ ବେହେରା, ଜ୍ୟୋସ୍ନା ଦଳେଇ, ମନୋଜ ପ୍ରଧାନ, ରଙ୍ଗାଧର ନାହାକ, ଉଚ୍ଛନ୍ନ ପଟ୍ଟନାୟକ,ମିଲ୍ଲୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ସଂଯୁକ୍ତା ମହାରଣା, ଯସ୍ମୀନ ପ୍ରଧାନ, ବଲବିନ୍ଦର ସିଂହଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଚାର କରିଥିଲେ ।