ବହ୍ଲର ଶିବ ମନ୍ଦିରରୁ ଚୋରି

ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ବ୍ଲକ ଟାଉନ ଥାନା ଅନ୍ତର୍ଗତ ବହ୍ଲର ଗ୍ରାମରେ ରାଜାରାଜୁଡ଼ା ଅମଳରୁ ରହିଥିବା ଶିବମନ୍ଦିରରେ ପଶି ଦୁର୍ବୃତ୍ତମାନେ ସମସ୍ତ ସାମଗ୍ରୀ ଚୋରି କରି କଳାକନା ବୁଲାଇ ନେଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି । ଏ ନେଇ ଗ୍ରାମବାସୀମାନେ ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୁଲିସ୍ ଓ ସାଇଟିଫିକ୍ ଟିମ ସନ୍ଧାନୀ କୁକୁର ପହଞ୍ଚô ଛାନଭିନ୍ କରିଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥ ୧୪୯ ନମ୍ବର ପାଶ୍ୱର୍ ଓ ଗ୍ରାମକୁ ଲାଗି ମନ୍ଦିରଟି ରହିଥିଲେ ମଧ୍ୟ ମନ୍ଦିରରୁ ଚୋରି ହେବା ଘଟଣା ଏହା ତାଳଚେର ପୁଲିସ୍ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।